କାହିଁକି ଅବକାରୀ ବିଭାଗର କର୍ମଚାରୀ ଓ ଡ୍ରାଇଭରଙ୍କ ସହ ପୋଲିସ୍ ଫୋର୍ସକୁ ଅଟକ ରଖିଲେ ଗ୍ରାମବାସୀ? ଜାଣନ୍ତୁ

କୋରାପୁଟ(କେନ୍ୟୁଜ): ଅବକାରୀ ବିଭାଗର କର୍ମଚାରୀ ଓ ଡ୍ରାଇଭର ସହ ପୋଲିସ ଫୋର୍ସ ଗ୍ରାମବାସୀଙ୍କ ଦ୍ଵାରା ଅଟକ। କୋରାପୁଟ ନନ୍ଦପୁରରେ ପାଡୁଆ ଥାନା ଉମୁଲା ଗ୍ରାମବାସୀଙ୍କ ଦ୍ଵାରା ଅଟକ। ଗଞ୍ଜେଇ ରଖାଯାଇଥିବା ସୂଚନା ପାଇ ଅବକାରୀ ଓ ପୋଲିସ ଟିମ୍‌ ରାତିରେ ଯାଇଥିବାବେଳେ ଗ୍ରାମବାସୀ ଅଟକ ରଖିଥିଲେ।

ଘଟଣାସ୍ଥଳରେ ପାଡୁଆ ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଅଟକ କର୍ମଚାରୀଙ୍କୁ ଉଦ୍ଧାର କରିଛନ୍ତି। ଅବକାରୀ ଟିମ୍‌ର ପିକ ଅପ ଗାଡି, ସ୍କ୍ରର୍ପିଓ ଗାଡିକୁ ଅଟକ ରଖିଥିଲେ । ଅବକାରୀ ବିଭାଗର ଗାଡିକୁ ଗ୍ରାମବାସୀ ଭଙ୍ଗାରୁଜା କରିଛନ୍ତି ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ଗତ ୨୫ରେ ଅବକାରୀ ବିଭାଗ ପକ୍ଷରୁ ଚଡାଉ କରି ପାଡୁଆ ଥାନା ସପୁଟ ଗାଁରୁ ୭ ଲକ୍ଷ ୭୦ହଜାର ଟଙ୍କାର ଗଞ୍ଜେଇ ଜବତ କରିବା ସହ ତିନି ଜଣକୁ ଗିରଫ କରିଥିଲା। ଗତ ରାତିରେ ସପୁଟ ନିକଟ ଉମୁଲାପୁଟ ଗାଁରେ ଚୋରାଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ସୂଚନା ପାଇ ଅବକାରୀ ଟିମ୍‌ ଗାଁକୁ ଯାଇ ଚଢାଉ କରିବାକୁ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.