Below header

ଜାଣନ୍ତୁ କେବେ ପଡୁଛି ବର୍ଷର ଶେଷ ଏକାଦଶୀ, କ’ଣ ରହିଛି ଏହାର ମହତ୍ତ୍ୱ

କିଛି ଦିନ ପରେ ଆରମ୍ଭ ହେବ ନୂଆବର୍ଷ। ୨୦୨୦ବର୍ଷରେ ଅନେକ ପ୍ରମୁଖ ପର୍ବ ପର୍ବାଣୀ ମଧ୍ୟ ବିତିସାରିଛି। ହିନ୍ଦୁ ଧର୍ମରେ ଏକାଦଶୀକୁ ବହୁତ ମହତ୍ତ୍ୱପୂର୍ଣ୍ଣ କୁହାଯାଇଥାଏ। ସାଧାରଣତଃ ବର୍ଷକ ଭିତରେ ସମୁଦାୟ ୨୪ଟି ଏକାଦଶୀ ପଡ଼ିଥାଏ । ଗୋଟିଏ ମାସରେ ୨ଟି ଏକାଦଶୀ ଆସିଥାଏ, ଯେଉଁଥିରେ କୃଷ୍ଣପକ୍ଷ ଏବଂ ଶୁକ୍ଳପକ୍ଷର ଏକାଦଶୀ ସାମିଲ୍‌ ହୋଇଥାଏ। ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀକୁ ମୋକ୍ଷଦା ଏକାଦଶୀ କୁହାଯାଇଥାଏ। ଚଳିତବର୍ଷର ଶେଷ ଏକାଦଶୀ ୨୫ ଡିସେମ୍ବରରେ ପାଳନ କରାଯିବ।

ମୋକ୍ଷଦା ଏକାଦଶୀର ମହତ୍ତ୍ୱ 

bishnuଧାର୍ମିକ ମାନ୍ୟତା ଅନୁଯାୟୀ, ଏକାଦଶୀ ଅତ୍ୟନ୍ତ ଶୁଭଫଳଦାୟୀ ହୋଇଥାଏ। ମାନ୍ୟତା ରହିଛି ଯେଉଁ ଲୋକମାନେ ସମସ୍ତ ବିଧି-ବିଧାନର ସହ ଭଗବାନ ବିଷ୍ଣୁଙ୍କ ପୂଜା-ଅର୍ଚ୍ଚନା ଏବଂ ଉପବାସ କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହିକାରଣରୁ ଏହାକୁ ମୋକ୍ଷଦା ଏକାଦଶୀ କୁହାଯାଇଥାଏ। ହିନ୍ଦୁ ଧର୍ମଗ୍ରନ୍ଥ ଅନୁଯାୟୀ, ଏହି ଖାସ୍‌ ଦିନରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇଥିଲେ।

କ’ଣ ରହିଛି ପୌରାଣିକ କଥା

ଧାର୍ମିକ କଥା ଅନୁଯାୟୀ, ରାଜା ବୈଖନାସ ଚଂପା ନଗରୀର ପ୍ରତାପୀ ରାଜା ଥିଲେ। ରାଜା ଜ୍ଞାନୀ ଥିବା ସହ ତାଙ୍କର ବେଦ ଉପରେ ମଧ୍ୟ ଜ୍ଞାନ ରହିଥିଲା।  ଏତେ ଭଲ ରାଜା ପାଇଥିବାରୁ ନଗରବାସୀ ବହୁତ ସନ୍ତୁଷ୍ଟ ଏବଂ ସୁଖୀ ଥିଲେ। ଥରେ ରାଜା ତାଙ୍କ ପିତା ନର୍କରେ ନିର୍ଯାତନା ପାଉଥିବା ସ୍ୱପ୍ନରେ ଦେଖିବାକୁ ପାଇଥିଲେ। ଏହି କଥା ରାଜା ଯେତେବେଳେ ପତ୍ନୀଙ୍କୁ କହିଥିଲେ ସେହି ସମୟରେ ରାଣୀ ତାଙ୍କୁ ଆଶ୍ରମ ଯିବା ପାଇଁ କହିଥିଲେ। ଏହାପରେ ରାଜା ଆଶ୍ରମରେ ପହଞ୍ଚି ମୁନିଋଷିଙ୍କୁ ଦେଖିଥିବା ସ୍ୱପ୍ନ ବିଷୟରେ କହିଥିଲେ। ସମସ୍ତ କଥା ଶୁଣିବା ପରେ ମୁନି ରାଜାଙ୍କୁ କହିଥିଲେ ତୁମ ପିତା ତାଙ୍କ ପତ୍ନୀଙ୍କୁ ବହୁତ ନିର୍ଯାତନା ଦେଉଥିଲେ, ଏହିକାରଣରୁ ଏବେ ତାଙ୍କୁ ତାଙ୍କ କର୍ମର ଫଳ ଭୋଗ କରିବାକୁ ପଡୁଛି। Mokshada-Ekadashiଏହାଶୁଣି ରାଜା ଯେତେବେଳେ ଏହାର ଉପାୟ ଜାଣିବାକୁ ଚାହିଁଥିଲେ ସେତେବେଳେ ମୁନିଋଷି ତାଙ୍କୁ ମୋକ୍ଷଦା ଏକାଦଶୀ କରିବା ପାଇଁ ଉପଦେଶ ଦେଇଥିଲେ। ଏଥିସହ କହିଥିଲେ ଏହାଦ୍ୱାରା ପ୍ରାପ୍ତି ହୋଇଥିବା ଫଳକୁ ନିଜ ପିତାଙ୍କୁ ସମର୍ପିତ କରିଦେବ । ଏହାପରେ ରାଜା ସମସ୍ତ ବିଧି-ବିଧାନର ସହ ଏହି ବ୍ରତ ପାଳନ କରିଥିଲେ, ଯାହାଫଳରେ ତାଙ୍କ ପିତାଙ୍କୁ କୁକର୍ମରୁ ମୁକ୍ତି ମିଳିଥିଲା। ସେବେଠାରୁ ମାନ୍ୟତା ରହିଛି ମୋକ୍ଷଦା ଏକାଦଶୀ କେବଳ ଜୀବିତ ବ୍ୟକ୍ତି ନୁହେଁ ବରଂ ପିତୃପୁରୁଷମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.