Below header

ଅମିତାଭ ବଚ୍ଚନଙ୍କ ଅବତାରରେ ନଜର ଆସିଲେ ଟିମ୍ ଇଣ୍ଡିଆର ‘ଗବ୍ବର’, ଦେଖନ୍ତୁ ଭାଇରଲ ଭିଡିଓ

ଏବେ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଟି-୨୦ ଏବଂ ଦିନିକିଆ ପରେ ଏବେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ମ୍ଯାଚକୁ ହାତେଇ ନେଇଛି କଙ୍ଗାରୁ ଟିମ୍। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ ଉପରେ କବ୍ଜା କରିଥିଲା। ଏହା ମଧ୍ୟରେ ଏବେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଶିଖର ଧୱନଙ୍କ ଭିଡିଓ ଭାଇରଲ ହେଉଛି।

ଶିଖର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଗବ୍ବର ଅର୍ଥାତ୍ ଧୱନ ଅମିତାଭ ବଚ୍ଚନଙ୍କ ବହୁ ଚର୍ଚ୍ଚିତ ଡାଇଲଗ କରୁଥିବା ନଜର ଆସିଛନ୍ତି। ଏବେ କ୍ଯାପସନରେ ଲେଖିଛନ୍ତି ‘ଗବ୍ବର ଜାହାଁ ଖଡା ହୋତା ହୈ, ଲାଇନ ୱହିଁ ସେ ଶୁରୁ ହୋତା ହୈ’। ଏହା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ କାଲିୟା’ର ଜଣାଶୁଣା ଡାଇଲଗ୍। ଏହି ଭଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଭିଡିଓକୁ ଫ୍ଯାନ ବହୁତ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Shikhar Dhawan (@shikhardofficial)

ସୂଚନାଯୋଗ୍ଯ, ଶିଖର ଧୱନ ୨୦୧୮ ପରଠାରୁ ଟିମ୍ ଇଣ୍ଡିଆ ପାଇଁ କୌଣସି ଟେଷ୍ଟ ମ୍ଯାଚ ଖେଳିନାହାନ୍ତି। କିନ୍ତୁ ଦିନିକିଆ, ଟି-୨୦ ଇଣ୍ଟରନ୍ଯାସନାଲ ଟିମ୍ ପାଇଁ ସବୁବେଳେ ଖେଳୁଛନ୍ତି। ଭାରତୀୟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ଧୱନ ୭୪,୩୦,୧୬,୧,୫୨, ୨୮ ରନ୍ ଖେଳିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ ଖେଳୁଥିବା ବେଳେ ଧୱନ ଟିମ୍ରୁ ବାହାର ହୋଇ ଭାରତକୁ ଫେରିଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.