Below header

ସ୍ମାର୍ଟଫୋନ ଏବଂ ଲାପଟପ୍ ପରେ Nokia ଲଞ୍ଚ୍ କଲା AC, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ

ମୋବାଇଲ ଫୋନ ପରେ ନୋକିଆ ବଜାରରେ ଲାପଟପ୍ ଲଞ୍ଚ୍ କରିଥିଲା। ଏବେ ନୋକିଆ ଲଞ୍ଚ କରିଛି ଏସି। ଏହାକୁ ସ୍ମାର୍ଟଫୋନରେ କନେକ୍ଟ କରି କଣ୍ଟ୍ରୋଲ କରିପାରିବେ। ସ୍ମାର୍ଟଫୋନ ପରେ କମ୍ପାନୀ ହୋମ୍ ଆପ୍ଲାଏନ୍ସ ମାର୍କେଟରେ ଏଣ୍ଟ୍ରି କରିଛି। ଏହାର ଦାମ୍ ୩୦,୯୯୯ ଟଙ୍କା ରହିଛି। ଆପଣ ଯଦି ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଇ-କର୍ମସ ସାଇଟ୍ ଫ୍ଲିପକାର୍ଟକୁ ଯାଇ କିଣିପାରିବେ। ଏହାର ବିକ୍ରି ୨୯ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

କମ୍ପାନୀ କହିବା ମୁତାବକ, ଏହି ଏସିକୁ ସଂପୂର୍ଣ୍ଣ ଭାବେ ଭାରତରେ ଡିଜାଇନ କରାଯାଇଛି। ଏହାର ଇଂଜିନିୟରିଂ ଠାରୁ ଆରମ୍ଭ କରି ପ୍ରଡକ୍ସନ ପର୍ଯ୍ଯନ୍ତ ସବୁକିଛି ଭାରତରେ ହୋଇଥିଲା। ଭାରତୀୟ ଗ୍ରାହକଙ୍କ ଚାହିଦାକୁ ଦେଖି କମ୍ପାନୀ ଏହାର ବିଶେଷ ଫିଚର୍ସ ଉପରେ ଧ୍ୟାନ ରଖିଛି। ଏଥିରେ ଦିଆଯାଇଥିବା ସ୍ମାର୍ଟ ଟେକ୍ନଲୋଜିରେ ଏହା କ୍ଲାଇମେଟ କଣ୍ଡିସନକୁ ମନିଟର କରିପାରିବ। ରୁମ୍ ଭିତରେ ଥିବା ବାୟୁକୁ ମଧ୍ୟ ଶୁଦ୍ଧ କରିବ ନୋକିଆ ଏସି।

nokia

ଏଥିରେ ଇନଭର୍ଟର ମୋଡ୍ ମଧ୍ୟ ଦିଆଯାଇଛି। ଯାହା ସ୍ମାର୍ଟ କ୍ଲାଇମେଟକୁ କଣ୍ଟ୍ରୋଲ କରି ଇଣ୍ଟେଲିଜେଣ୍ଟ ମୋସନ ସେନ୍ସର୍ସ ଭଳି ଫିଚର୍ସ ଦେବ। ଏହାକୁ ସ୍ମାର୍ଟଫୋନରେ ଆପଣ କଣ୍ଟ୍ରୋଲ କରିପାରିବେ। ଯେମିତିକି ଫିଲ୍ଟର କ୍ଲିନ ରିମାଇଣ୍ଡର, କଷ୍ଟମାଇଜ ୟୁଜର ପ୍ରୋଫାଇଲ ଏବଂ ସ୍ମାର୍ଟ ଡାଇଗ୍ନୋସିସି କରିପାରିବେ। ଏହା ସହିତ କୌଣସି ଷ୍ଟାବଲାଇଜର ଲଗାଇବାର ଆବଶ୍ଯକତା ପଡିବ ନାହିଁ। ଏଥିରେ ୧୪୫ରୁ ୨୫୬ V ପର୍ଯ୍ଯନ୍ତ ଭୋଲଟେଜ ରେଞ୍ଜ ଦିଆଯାଇଛି। ଏଥିରେ ୧୦୦ % କପର ରହିବ। ଏହାସହିତ ଫୋର ୱେ କ୍ରସିଂ ଟର୍ବେଲ କ୍ରସ ଫ୍ଲୋ ଫ୍ଯାନ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.