Below header

କଣ ଆପଣଙ୍କୁ ଜଣାଅଛି ଭଗବାନ ସୂର୍ଯ୍ୟଙ୍କ ରଥରେ ଲାଗିଥିବା ସାତଟି ଘୋଡାର ଅର୍ଥ ?

ଭଗବାନ ସୂର୍ଯ୍ୟଙ୍କର ଅନେକ ନାମ। ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ତାଙ୍କୁ ଆଦିତ୍ୟ, ଭାନୁ ଓ ରବି ପରି ଅନେକ ନାମରେ ସ୍ମରଣ କରାଯାଇଥାଏ। କୁହାଯାଏ ଯେ, ସୂର୍ଯ୍ୟଙ୍କ କିରଣ ସାରା ସଂସାରକୁ ଆଲୋକିତ କରିଥାଏ। ଆପଣଙ୍କୁ ତ ନିଶ୍ଚିତ ଜଣାଥିବ ଭଗବାନ ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିଥାଏ। ସେହି ରଥରେ ଘୋଡାର ଦଉଡି ଅରୁଣ ଦେବଙ୍କ ହାତରେ ରହିଥାଏ ବୋଲି ମାନ୍ୟତା ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିବାର ଅର୍ଥ ବିଷୟରେ। ଆପଣ ହୁଏତ ଏହା ଜାଣିନଥିବେ। ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବାକୁ ଯାଉଛୁ।

surya's vehicleଭଗବାନ ସୂର୍ଯ୍ୟଙ୍କ ରଥରେ ଥିବା ଘୋଡା ସମ୍ବନ୍ଧରେ ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟଙ୍କ ରଥରେ ଥିବା ସେହି ସାତୋଟି ଘୋଡା ସାତଟି ଆଲୋକକୁ ଦର୍ଶାଇ ଥାଆନ୍ତି। ଭଗବାନ ସୂର୍ଯ୍ୟଙ୍କ ସାତଟି ଘୋଡାକୁ ଇନ୍ଦ୍ରଧନୁର ସାତଟି ରଙ୍ଗ ସହ ଯୋଡା ଯାଇଛି। ଦେଖିବାକୁ ଗଲେ ସାତୋଟି ଘୋଡାର ରଙ୍ଗ ପରସ୍ପର ଠାରୁ ଭିନ୍ନ ହେବା ସହିତ ପ୍ରତ୍ୟେକ ଘୋଡା ମଧ୍ୟ ପରସ୍ପର ଠାରୁ ଅଲଗା ଅଟନ୍ତି। କିନ୍ତୁ ପ୍ରତ୍ୟେକ ଘୋଡା ସୂର୍ଯ୍ୟଙ୍କର ନିଜସ୍ବ କିରଣର ପ୍ରତୀକ ଅଟନ୍ତି।

ଭଗବାନ ସୂର୍ଯ୍ୟ ରଥରେ ସାତୋଟି ଘୋଡା ସହ ଥିବାର ପ୍ରତିମୂର୍ତ୍ତି ଅନେକ ମନ୍ଦିରରେ ରହିଛି। ସୂର୍ଯ୍ୟଙ୍କ ରଥରେ ଲାଗିଥିବା ୭ଟି ଘୋଡା ସପ୍ତାହର ସାତ ଦିନ, ଚକ ଗୋଟିଏ ବର୍ଷ ଓ ଚକରେ ଥିବା ଗାର ୧୨ ମାସକୁ ଦର୍ଶାଇ ଥାଏ। ଏହିପରି ଭାବେ ଧାର୍ମିକ ଗ୍ରନ୍ଥରେ ଏହାକୁ ବର୍ଣ୍ଣନା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.