Below header

ନର ରୁପି ରାକ୍ଷାସ, ପିତା ମାତା ଋଣ ସୁଝି ନ ପାରିବାରୁ ଅଢ଼େଇ ବର୍ଷ ଝିଅକୁ ହତ୍ୟା କରି ବାହାର କଲେ ଆଖି

ଉତ୍ତରପ୍ରଦେଶର ଅଲ୍ଲିଗଡ ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଏକ ଅଢ଼େଇବର୍ଷ ଶିଶୁର ତଣ୍ଟି ଚିପି ହତ୍ୟା କରାଯିବା ପରେ ତାହାର ଆଖି ବାହାର କରାଯାଇଛି। ଶିଶୁର କେବଳ ଏତିକି ଭୁଲ ରହିଥିଲା କି ତାହାର ପିତାମାତା ୧୦ ହଜାର ଟଙ୍କାର ନେଇଥିବା ଋଣକୁ ସଠିକ୍ ସମୟରେ ସୁଝି ପାରିନଥିଲେ। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

ଅଲ୍ଲିଗଡର ଏସଏସପିଙ୍କ କହିବାନୁଯାୟୀ, ମେ ୩୧ ତାରିଖରେ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ପରେ ତୁରନ୍ତ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି। ଏବଂ ଅଭିଯୁକ୍ତ ଜଣଙ୍କ ନିଜ ଦୋଷ ସ୍ବୀକାର ମଧ୍ୟ କରିଛନ୍ତି। ଅଭିଯୁକ୍ତ କହିଛନ୍ତି, ସେ ଶିଶୁଟିର ତଣ୍ଟି ଚିପି ହତ୍ୟା କରିବା ପରେ ତା ଆଖି ବାହାର କରିଦେଇଥିଲେ। ବ୍ୟକ୍ତିଗତ ଶତ୍ରୁତା ପାଇଁ ସେ ଏହି ଜଘଣ୍ୟ କାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.