Below header

ସାଧାରଣ ମହିଳାରୁ ଜନପ୍ରତିନିଧି ପ୍ରମିଳା ବିଷୋୟୀ, ମହିଳା ସଶକ୍ତିକରଣ ଦିଗରେ ପାଲଟିଛନ୍ତି ଉଦାହରଣ

ସଂଘର୍ଷ, ସଫଳତା ଓ ପ୍ରମିଳା । ସାଧାରଣ ମହିଳାରୁ ଜନପ୍ରତିନିଧି । ଚେରମାରିଆ ଗାଁରୁ ରାଜଧାନୀ ଦିଲ୍ଲୀ । ଏକ ଗାଉଁଲି ସ୍ତ୍ରୀ ଲୋକ ସଂସଦ ଯିବା ଗଣତନ୍ତ୍ରର ବିଜୟ । ମହିଳା ସଶକ୍ତିକରଣ ଦିଗରେ ଏକ ଉଦାହରଣ । ଆଉ ଏବେ ଚର୍ଚ୍ଚାରେ ନବନିର୍ବାଚିତ ସାଂସଦ ପ୍ରମିଳା ବିଷୋୟୀ ।

ସଂଘର୍ଷରୁ ସଫଳତା । ସମାଜ ସେବାରୁ ସାଂସଦ । ଏ ହେଉଛି ସାଂସଦ ପ୍ରମିଳା ବିଷୋୟୀଙ୍କ ଜୀବନ । ୨୦୧୯ ମାର୍ଚ୍ଚ ୧୮ ତାରିଖରେ ବିଜେଡି ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୁଏ । ଆଉ ପ୍ରମିଳାଙ୍କୁ ମିଳେ ବିଜେଡି ଟିକେଟ । ତା ପରେ ଆରମ୍ଭ ହୁଏ ଚର୍ଚ୍ଚା । ଆସିକା ଚେରମାରିଆ ଗାଁର ଏସ୍ଏଚ୍ଜି ସଭାନେତ୍ରୀ ପ୍ରମିଳା ବିଷୋୟୀ । ସମାଜସେବା କ୍ଷେତ୍ରରେ ଉତ୍ସର୍ଗ କରି ଆଜି ସେ ସାଂସଦର ପରିଚୟ ପାଇ ପାରିଛନ୍ତି ।

ସମସ୍ତଙ୍କ ସହଯୋଗରେ ଲକ୍ଷାଧିକ ଭୋଟରେ ବିଜୟୀ ହୁଅନ୍ତି ପ୍ରମିଳା । ଉଜୁଡ଼ା ଜଙ୍ଗଲର ପୁର୍ନଉଦ୍ଧାର ହେଉ କି ପିଇବା ପାଣି ସମସ୍ୟା ଦୂର କରିବା । ସଂଗଠନ ଜରିଆରେ ମହିଳାଙ୍କୁ ଏକତ୍ରିତ କରି ସ୍ୱାବଲମ୍ବୀ କରିବା । ସବୁ କ୍ଷେତ୍ରରେ ପ୍ରମିଳା କରିଛନ୍ତି ଅନେକ ସଂଘର୍ଷ । ଏମିତିକି ଅଭାବୀ ସଂସାର ପାଇଁ ନିଜ ବିଲରେ କାମ କରୁଥିଲେ ପ୍ରମିଳା । ଚେରମାରିଆରୁ ଦିଲ୍ଳୀ । ଜଣେ ସାଧାରଣ ମହିଳାଙ୍କ କାହାଣୀ । ଗଣତନ୍ତ୍ରର ସର୍ବୋଚ୍ଚ ଗୃହକୁ ଯିବା ଏକ ଉପଲବ୍ଧି । ଆଉ ଏହା ସାରା ଦେଶ ପାଇଁ ଏକ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.