Below header

ଜାଣନ୍ତୁ ଆସନ୍ତା ବର୍ଷରେ କେତେଥର ପଡୁଛି ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ

ଗ୍ରହଣ ଏକ ଜ୍ୟୋତିଷଶାସ୍ତ୍ର ଘଟଣା ନୁହେଁ ବରଂ ଜ୍ୟୋତିଷ ଦୃଷ୍ଟିରେ ମଧ୍ୟ ଏହାର ବିଶେଷ ମହତ୍ୱ ରହିଛି। ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣରେ ଭିନ୍ନ-ଭିନ୍ନ ରାଶି ଉପରେ ଅଲଗା ପ୍ରଭାବ ପଡିଥାଏ। ଆମେ ଆପଣଙ୍କୁ ଏହି କଥା କହିବାର କାରଣ ହେଉଛି ଆସନ୍ତା ବର୍ଷର ଆରମ୍ଭରେ ୧୦ ଜାନୁଆରୀରେ ଚନ୍ଦ୍ର ଗ୍ରହଣ ପଡୁଛି। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆସନ୍ତା ବର୍ଷରେ କେତୋଟି ସୂର୍ଯ୍ୟ ପରାଗ ଏବଂ କେତୋଟି ଚନ୍ଦ୍ର ଗ୍ରହଣ ଲାଗୁଛି।

-ଚଳିତ ବର୍ଷ ୨୬ ଡିସେମ୍ବରରେ ସୂର୍ଯ୍ୟ ଗ୍ରହଣ ସହ ୨୦୧୯ ବର୍ଷ ସମାପ୍ତ ହେଉଛି। ନୂଆ ବର୍ଷରେ ୧୦ ଜାନୁଆରୀ ଦିନ ଚନ୍ଦ୍ର ଗ୍ରହଣ ଲାଗୁଛି। ଏହି ଗ୍ରହଣ ରାତିରେ ୧୦.୩୭ ମିନିଟ୍‌ ରୁ ୨.୪୨ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହା ଭାରତ, ୟୁରୋପ, ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖାଯିବ।

Eclipse--ସୂଚନା ଅନୁଯାୟୀ ଆସନ୍ତା ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ମଧ୍ୟ ଜୁନ୍‌ ୫ରେ ପଡୁଛି। ଏହା ମଧ୍ୟ ରାତ୍ରି ୧୧.୧୫ ମିନିଟ୍‌ ରୁ ୨.୩୪ ମିନିଟ୍‌ ପର୍ଯ୍ୟନ୍ତ ପ୍ରଭାବ ରହିବ। ଏହା ଭାରତ, ୟୁରୋପ, ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ।

-ବର୍ଷର ତୃତୀୟ ଗ୍ରହଣ ସୂର୍ଯ୍ୟ ଗ୍ରହଣ ହେବ ଏବଂ ଏହା ୨୧ ଜୁନ୍‌ ରେ ଲାଗିବ। ଏହି ଗ୍ରହଣ ସକାଳ ୯.୧୫ ମିନିଟ୍‌ ରୁ ଆରମ୍ଭ ହୋଇ ଅପରାହ୍ନ ୩.୦୩ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହି ଗ୍ରହଣ ଭାରତ, ଦକ୍ଷିଣ ପୂର୍ବ ୟୁରୋପ ଏବଂ ଏସିଆରେ ଦେଖାଯିବ।

-ବର୍ଷର ଚତୁର୍ଥ ଗ୍ରହଣ ଚନ୍ଦ୍ର ଗ୍ରହଣ ହେବ ଏବଂ ଏହା ୫ ଜୁଲାଇରେ ପଡିବ। ଏହି ଗ୍ରହଣ ସକାଳ ୮. ୩୭ ମିନିଟ୍‌ ରୁ ଆରମ୍ଭ ହୋଇ ୧୧.୨୨ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହି ଗ୍ରହଣ ଆମେରିକା, ଦକ୍ଷିଣ ପୂର୍ବ ୟୁରୋପ ଏବଂ ଆଫ୍ରିକାରେ ଦୃଶ୍ୟମାନ ହେବ।

ଏହାସହ ପଢନ୍ତୁ: ପ୍ରତିଦିନ ମହାକାଶରେ ଘଟିଥାଏ ଏହି ୬ଟି ଘଟଣା, ଜାଣି ନ ଥିବେ ଆପଣ

MOON-ବର୍ଷର ପଞ୍ଚମ ଗ୍ରହଣ ୩୦ ନେଭେମ୍ବରରେ ପଡିବ। ଏହି ଗ୍ରହଣ ଅପରାହ୍ନ ୧.୦୨ ମିନିଟ୍‌ ରୁ ଆରମ୍ଭ ହୋଇ ସଂନ୍ଧ୍ୟା ୭.୨୩ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହାର ପ୍ରଭାବ ଭାରତ, ଆମରେିକା, ପ୍ରଶାନ୍ତ ମହାସାଗର, ଏସିଆ ଏବଂ ଅଷ୍ଟ୍ରେଲିଆରେ ଦେଖାଯିବ।

-ଆସନ୍ତା ବର୍ଷର ଶେଷ ଗ୍ରହଣ ସୂର୍ଯ୍ୟ ଗ୍ରହଣ ରହିଛି ଏବଂ ଏହା ୧୪ ଡିସେମ୍ବରରେ ଲାଗିବ। ଏହି ଗ୍ରହଣ ସଂନ୍ଧ୍ୟା ୭.୩ ମିନିଟ୍‌ ରୁ ଆରମ୍ଭ ହୋଇ ରାତି ୧୨.୨୨ ମିନିଟ୍‌ ପର୍ଯ୍ୟନ୍ତ ରହିବ। ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ନହୋଇ ପ୍ରଶାନ୍ତ ମହାସାଗର, ଦକ୍ଷିଣ ଆମେରିକା, ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.