Below header

ବିଦ୍ୟୁତ୍‌ ଖୁଣ୍ଟ କିମ୍ବା କାର୍‌ ଟାୟାର୍‌ରେ କାହିଁକି ପରିସ୍ରା କରିଥାଏ କୁକୁର?

ନିଜ ମାଲିକଙ୍କ ପାଇଁ ସବୁବେଳେ ବିଶ୍ୱାସନୀୟ ହୋଇଥାଏ କୁକୁର। ଆମେ ସମସ୍ତେ କୁକୁରକୁ କେବେ କେବେ କୌଣସି ବିଦ୍ୟୁତ୍‌ ଖୁଣ୍ଟ କିମ୍ବା କାର୍‌ ଟାୟାର୍‌ରେ ପରିସ୍ରା କରି ତାକୁ ଓଦା କରିଦେଉଥିବାର ଦେଖିବାକୁ ପାଉ। କିନ୍ତୁ ଆପଣମାନଙ୍କ ଭିତରୁ କେହି କେବେ ଭାବିଛନ୍ତି କି? କାହିଁକି କୁକୁର ଏମିତି କରିଥାଏ? କିମ୍ବା ପରିସ୍ରା ପାଇଁ କାହିଁକି ଏହି ଦୁଇଟି ଜାଗାକୁ ହିଁ ବାଛିଥାଏ? ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ବିଷୟରେ କହିବାକୁ ଯାଉଛୁ।

ଆମେ ସମସ୍ତେ ଜାଣୁ, ମଣିଷଠାରୁ ବି କୁକୁର ଆହୁରି ଭରସାଯୋଗ୍ୟ। ଏହାଛଡ଼ା ଅନ୍ୟ ପ୍ରାଣୀ ତୁଳନାରେ କୁକୁର ଅଧିକ ସାମାଜିକ ହୋଇଥାଏ। କାର୍‌ ଚକା କିମ୍ବା ବିଦ୍ୟୁତ୍‌ ଖୁଣ୍ଟରେ ପରିସ୍ରା କରିବା ପଛରେ ବି ରହିଛି ଏକ ସାମାଜିକ କାରଣ। ଏମିତି ଜାଗାରେ ପରିସ୍ରା କରି କୁକୁର ଅନ୍ୟ କୁକୁର ପାଇଁ ନିଜ ଗନ୍ଧ ଛାଡ଼ିଯାଇଥାଏ।

dog11

ଏହାସହ ପଢ଼ନ୍ତୁ: ଭଲ ଓ ଦୁଷ୍ଟ ଆତ୍ମା କିପରି ଏବଂ କାହା ସହିତ ସମ୍ପର୍କ କରିଥାଆନ୍ତି? ଜାଣନ୍ତୁ ଏହା ପଛର ଅବିଶ୍ୱସନୀୟ ଗୁଢ ରହସ୍ୟ

ସାଧାରଣତଃ ପରିସ୍ରା କରିବା ପାଇଁ କୁକୁର ଏମିତି ଜାଗାକୁ ଗୁରୁତ୍ୱ ଦେଇଥାଏ, ଯାହା ସିଧା ଛିଡ଼ାହୋଇଥାଏ। ଏହାଦ୍ୱାରା ତାଙ୍କ ଲକ୍ଷ୍ୟ ଠିକ୍‌ ହୋଇଥାଏ ଏବଂ ବିନା ଦ୍ୱିଧାରେ ସେମାନେ ପରିସ୍ରା କରିଥାଆନ୍ତି। କେବଳ ଏତିକି ନୁହେଁ, ନିଜର ଏହି ଅଜବ କ୍ରିୟା ଦ୍ୱାରା କୁକୁରଟି ଅନ୍ୟ କୁକୁର ପାଇଁ ନାକ ଉଚ୍ଚରେ ହିଁ ପରିସ୍ରା ଗନ୍ଧ ଛାଡ଼ିଦେଇଥାଏ।

dog33

ଏହାସହ ପଢ଼ନ୍ତୁ: ଜୟପୁରର ଏମିତି ଏକ ହଲ୍‌, ଯେଉଁଠି ରହିଛି ମିଶରର ‘ମମି’!

ପରିସ୍ରାର ଗନ୍ଧ ସିଧା ପୃଷ୍ଠ(ଭର୍ଟିକାଲ୍‌ ସର୍‌ଫେସ୍‌)ରେ ଅଧିକ ସମୟ ଯାଏ ମହଜୁଦ୍‌ ରହିଥାଏ। ଏହାଦ୍ୱାରା ସେ ଅନ୍ୟ କୁକୁରକୁ ନିଜ ଅଞ୍ଚଳ ବିଷୟରେ ସୂଚନା ଦେଇଥାଏ, ଯାହାର ଅର୍ଥ ହେଲା, ସେ ଅନ୍ୟ କୁକୁରଙ୍କୁ ନିଜ ଅଞ୍ଚଳ ବିଷୟରେ ପରିଚିତ କରାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.