ଏଠାରେ ମହିଳାମାନେ ପିରିୟଡସ ବ୍ଲଡରେ ଧୁଅନ୍ତି ମୁହଁ, ଜାଣନ୍ତୁ ଆଉ କେଉଁଠି, କ’ଣ ରହିଛି ନୀତି ନିୟମ

ପରିୟଡସ ବା ମାସିକ ଋତୁସ୍ରାବ ଏହା ମହିଳାମାନଙ୍କ ଜୀବନର ଏକ ମହତ୍ୱପୂର୍ଣ୍ଣ ଅଂଶ। ଏହାକୁ ନେଇ ବର୍ତ୍ତମାନ ଅନେକ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମଧ୍ୟ କିଛି ମହିଳା ଏହାକୁ ନେଇ କଥା ହେବା ପାଇଁ ଦ୍ୱିଧା ପ୍ରକାଶ କରିଥାନ୍ତି। ଏହା କୌଣସି ରୋଗ ନୁହେଁ, ବରଂ ମହିଳାମାନଙ୍କର ଏକ ପ୍ରାକୃତିକ କ୍ରିୟା। ଯାହା ବୟସ ବଢିବା ମାତ୍ରେ ଆପେ ଆପେ ବନ୍ଦ ହୋଇଯାଏ। ଏହାକୁ ନେଇ ଫିଲ୍ମ, ଆଡ୍‌, ସଚେତନତା କାର୍ଯ୍ୟକ୍ରମମାନ ହୋଇଆସିଛି। କିନ୍ତୁ ସମଗ୍ର ବିଶ୍ୱରେ ପିରିୟସକୁ ନେଇ ଏପରି କେତେକ ମାନ୍ୟତା ରହିଛି, ଯାହା ସଂପୂର୍ଣ୍ଣ ଅନ୍ଧବିଶ୍ୱାସ ଭିତରେ ରହିଛି। ଆଜି ଆମେ ଆପଣଙ୍କୁ ଏପରି କେତେକ ମାନ୍ୟତା ଏବଂ ଅନ୍ଧବିଶ୍ୱାସ ବିଷୟରେ ଜଣାଇବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହାକୁ ନେଇ କେଉଁ ଦେଶରେ କ’ଣ ନିୟମ ରହିଛି, ଆସନ୍ତୁ ଜାଣିବା..

priods

ଫିଲିପିନ୍ସ :

ଏଠିକାର ମହିଳାମାନେ ନିଜ ପିରିୟଡସ ବ୍ଲଡରେ ନିଜ ମୁହଁକୁ ଧୁଅନ୍ତି। ଏପରି କରିବା ଦ୍ୱାରା ମୁହଁ ସଫା ହୋଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି।

ନେପାଳ :

ଏଠାରେ ଭାରତ ଭଳି ପରମ୍ପରା ରହିଛି। ପିରିୟଡସ ହେଲେ ମହିଳାମାନେ ମନ୍ଦିର ଯାଆନ୍ତି ନାହିଁ। ସେମାନଙ୍କୁ ଏହି ସମୟରେ ଅଶୁଦ୍ଧ ବୋଲି କୁହାଯାଏ।

pad

ସାଉଥ ଆଫ୍ରିକା :

ଏଠାରେ ପ୍ରଥମ ଥର ପିରିୟଡ ହୋଇଥିବା ଯୁବତୀମାନେ ସୂର୍ଯ୍ୟାସ୍ତ ନ ହେବା ଯାଏଁ ଘରୁ ବାହାରନ୍ତି ନାହିଁ। ସେମାନେ ନିଜ ମୁହଁକୁ ଘୋଡାଇ ରଖନ୍ତି। କାହାକୁ ଦେଖାନ୍ତି ନାହିଁ।

ଏହାସହ ପଢ଼ନ୍ତୁ ; ଏହି ଦେଶରେ ଗାଈ ପିନ୍ଧୁଛନ୍ତି ଭିଆର ହେଡସେଟ୍‌, ଏହା ପଛରେ ରହିଛି ଅଦ୍ଭୁତ କାରଣ

ଆଫଗାନିସ୍ତାନ :

ଏଠିକାର ମହିଳାମାନେ ପିରିୟଡ ହେଲେ ଗାଧାନ୍ତି ନାହିଁ। ସେମାନେ ଏହି ସମୟରେ ଗାଧୋଇଲେ ନିଃସନ୍ତାନ ପ୍ରାପ୍ତ ହୁଏ ବୋଲି ଲୋକଙ୍କ ଧାରଣା ରହିଛି।

woman

ଭାରତ :

ଭାରତରେ ତ ଅଦ୍ଭୁତ ନୀତି ନିୟମ ରହିଛି। ଏଠାରେ ପରିୟଡ ସମୟରେ ରୋଷେଇ ଘରକୁ ଯିବାକୁ ବାରଣ କରାଯିବା ସହିତ କୌଣସି ଜିନିଷ ନ ଛୁଇଁବାକୁ ମନା କରାଯାଏ। ଏହା ସହିତ ପୂଜା କରିବା ଏବଂ ମନ୍ଦିର ଯିବାକୁ ମନା କରାଯାଇଥାଏ।

You might also like