Below header

ଜୟପୁରର ଏମିତି ଏକ ହଲ୍‌, ଯେଉଁଠି ରହିଛି ମିଶରର ‘ମମି’!

୧୩୩ ବର୍ଷର ପୁରୁଣା ଆଲ୍‌ବର୍ଟ ହଲ୍‌ ଆଜି ବି ପଯ୍ୟର୍ଟକଙ୍କୁ ଆକର୍ଷିତ କରୁଛି। ଜୟପୁର ବୁଲିବାକୁ ଆସୁଥିବା ପ୍ରତି ୫ ଜଣରେ ଜଣେ ପଯ୍ୟର୍ଟକ ନିଶ୍ଚିତ ରୂପେ ଏହାକୁ ଦେଖିବାକୁ ଆସିଥାଆନ୍ତି। ଭାରତ-ଆରବୀୟ ଶୈଳୀରେ ନିର୍ମିତ ଏହି ସଂଗ୍ରହାଳୟର କୋଠା ଟୁରିଷ୍ଟମାନଙ୍କୁ ନିଜ ଆଡ଼କୁ ଟାଣିଆଣିଥାଏ। ତେବେ ଏହା ଭିତରେ ରଖାଯାଇଥିବା ‘ମମି’ ସମସ୍ତଙ୍କୁ ଆଶ୍ଚଯ୍ୟର୍ କରିଦେଇଥାଏ। ଆଜିକା ଦିନରେ ଆଲ୍‌ବର୍ଟ ହଲ୍‌ର ସୁନ୍ଦରତା ଆହୁରି ବଢ଼ିଯାଇଛି। କାରଣ, ନାଇଟ୍‌ ଟୁରିଜମ୍‌ର ସୁବିଧା ଉପଲବ୍ଧ ପରେ ଏଠାରେ ରାତିରେ ମଧ୍ୟ ବହୁ ଟୁରିଷ୍ଟ ଆସିବାରେ ଲାଗିଛନ୍ତି।

albert1

ଏହାସହ ପଢ଼ନ୍ତୁ: ପ୍ରତିଦିନ ମହାକାଶରେ ଘଟିଥାଏ ଏହି ୬ଟି ଘଟଣା, ଜାଣି ନ ଥିବେ ଆପଣ

ଏହି କୋଠାକୁ ଡିଜାଇନ୍‌ କରିଛନ୍ତି ସାର୍‌ ସାମୁଏଲ୍‌ ସ୍ୱିନ୍‌ଟନ ଜାକୋବ୍‌। ସବାଇ ମାଧୋସିଂହ ଦ୍ୱିତୀୟ ଜୟପୁରରେ କଳାର ସଂଗ୍ରହାଳୟ ଖୋଲିବାକୁ ଚାହୁଁଥିଲେ। ଏହାକୁ ନଜରରେ ରଖି ଆଲ୍‌ବର୍ଟ ହଲ୍‌କୁ ନିର୍ମାଣ କରାଯାଇଥିଲା। ପବ୍ଲିକ୍‌ ସଂଗ୍ରହାଳୟ ରୂପରେ ଏହାକୁ ୧୮୮୭ ମସିହାରେ ଖୋଳାଯାଇଥିଲା। ସଂଗ୍ରହାଳୟରେ ମିଶରର ମମି ବ୍ୟତୀତ ଅନେକ ପୁରୁଣା ଚିତ୍ର, ଗାଲିଚା, ହାତୀ ଦାନ୍ତ, ମୂଲ୍ୟବାନ ପଥର, ଧାତୁ ନିର୍ମିତ ମୂର୍ତ୍ତି ଆଦି ମିଳିଥିଲା। କୁହାଯାଏ, ଏଠାରେ ରଖାଯାଇଥିବା ‘ତୁତୁ’ ନାମ୍ନୀ ମହିଳାଙ୍କ ମମିକୁ ୧୮୮୦ରେ ବ୍ରିଟିଶ ସରକାର ମିଶରରୁ ଭାରତ ନେଇକି ଆସିଥିଲେ।

albert2

ଏହାସହ ପଢ଼ନ୍ତୁ: ଏହି ଦୁଇ କୁକୁରଙ୍କୁ ଯତ୍ନ ନେଉଥିବା ଲୋକର ଦରମା ଆପଣଙ୍କ ହୋସ୍‌ ଉଡାଇଦେବ, ସାଲାରୀ ଏତେ ଯେ କରିପାରିବେ ବଡ ମହଲ

ଆଲ୍‌ବର୍ଟ ହଲ୍‌ର ଅଧୀକ୍ଷକ ରାକେଶ ଛୋଲକ କୁହନ୍ତି, ଆଲବର୍ଟର ମୂଳ ସ୍ୱରୂପ ଏବଂ ଏହା ଭିତରେ ରଖାଯାଇଥିବା ପ୍ରାଚୀନ ଜିନିଷଗୁଡ଼ିକ ଆଜି ମଧ୍ୟ ସେହିପରି ରହିଛି। ପରିବର୍ତ୍ତନ କେବଳ ଲାଇଟ୍‌ ଏବଂ ଡିସ୍‌ପ୍ଲେରେ କରାଯାଇଛି। ନୂତନ ଟେକ୍ନୋଲୋଜି ଦ୍ୱାରା ଏଠାରେ ଏବେ ଅତ୍ୟାଧୁନିକ ଲାଇଟ୍ସ ଲାଗିଛି। ପ୍ରାଚୀନ ଜିନିଷଗୁଡ଼ିକର ୯୦ ପ୍ରତିଶତ ସେହିଭଳି ଅକ୍ଷତ ରହିଛି। ପଯ୍ୟର୍ଟକଙ୍କୁ ଏହି କୋଠା ଖୁବ୍‌ ପସନ୍ଦ ଆସୁଛି।

albert3

ଏହାସହ ପଢ଼ନ୍ତୁ: ଗାଈ କ୍ଷୀର ଠାରୁ ଲାଭଦାୟକ ହୋଇଥାଏ ଏହି ପଶୁମାନଙ୍କ କ୍ଷୀର, ଫାଇଦା ଏତେ ଯେ ଆଶ୍ଚର୍ଯ୍ୟ ହେବେ ଆପଣ

ଐତିହାସିକଙ୍କ ମତରେ, ଆଲବର୍ଟ ହଲ୍‌ରେ ସ୍ୱାଧୀନତା ପୂର୍ବରୁ ଅନେକ ସଭା ହେଉଥିଲା। ଏବେ ଏଠାରେ ବହୁ ନାମୀଦାମୀ ସିଙ୍ଗର ଯେପରି ସୋନୁ ନିଗମ, ସୁନିଧି ଚୌହାନ, ଶଙ୍କର-ଏହସାନ୍‌-ଲୟ, ଅରିଜିତ୍‌ ସିଂଙ୍କର କର୍ନସର୍ଟ ଆୟୋଜନ ହେଉଛି। ବର୍ତ୍ତମାନ ଆଲବର୍ଟ ହଲ୍‌ର ଆକର୍ଷଣ ଲଗାତାର ବଢ଼ିଚାଲିଛି। ପ୍ରି-େଓ୍ଵଡିଂ ଶୁଟ୍‌ ହେଉ କି ଫଟୋ ଶୁଟ୍‌ କିମ୍ବା ମଡେଲ୍‌ ଶୁଟ୍‌, ଏ ସବୁ ପାଇଁ ଆଲ୍‌ବର୍ଟ ହଲ୍‌କୁ ପ୍ରାଥମିକତା ଦିଆଯାଉଛି। ଏହି କାରଣରୁ ଏହି ସ୍ଥାନ ଆଜି ସୋସିଆଲ ମିଡିଆ ସାଇଟ୍‌ରେ ଛାଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.