ଶୌଚାଳୟ ଖରାପ ହେବା କାରଣରୁ ଅନ୍ତରୀକ୍ଷ ଷ୍ଟେଶନର ଯାତ୍ରୀମାନେ ଚିନ୍ତିତ, ପିନ୍ଧିବାକୁ ପଡ଼ୁଛି ଡାୟପର

ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେଶନ(ଆଇଏସ୍‌ଏସ୍‌)ର କୌଣସି ବି ଶୌଚାଳୟ ଚାଲୁ ସ୍ଥିତିରେ ନାହିଁ। ଏହି କାରଣରୁ ଅନ୍ତରୀକ୍ଷ ଯାତ୍ରୀମାନଙ୍କୁ ଡାୟପର ପିନ୍ଧି କାମ କରିବାକୁ ପଡ଼ୁଛି ବୋଲି ବୁଧବାର ନାସା ସୂଚନା ଦେଇଛି। ଆଇଏସ୍‌ଏସ୍‌ କମାଣ୍ଡର ଲୁସା ପରମିଟାନୋଙ୍କ ଅନୁସାରେ, ଆମେରିକୀୟ ଭାଗରେ ଲଗାଯାଇଥିବା ଶୌଚାଳୟ ବାରମ୍ବାର ଖରାପ ହେବାର ସିଗ୍‌ନାଲ ଦେଉଛି। ସେଠି ରୁଷୀୟ ଭାଗରେ ଲଗାଯାଇଥିବା ଶୌଚାଳୟ ନିଜ କ୍ଷମତା ଅନୁସାରେ ପୂର୍ଣ୍ଣ ହୋଇଯାଇଛି, ଯାହାକୁ ବ୍ୟବହାର କରିବା ସମ୍ଭବ ନୁହେଁ।

spece2

ଏହାସହ ପଢ଼ନ୍ତୁ: ଶୀତଦିନେ ଗରମର ଅନୁଭବ, ବିନା ବିଜୁଳିର ଏହି ହିଟର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେଶନରେ ରୁଷରେ ନିର୍ମିତ ଦୁଇଟି ଶୌଚାଳୟ ଲଗାଯାଇଛି। ଗୋଟିଏ ଶୌଚାଳୟ ଆମେରିକୀୟ ଭାଗରେ ଲଗାଯାଇଥିବା ବେଳେ ଅନ୍ୟଟି ରହିଛି ରୁଷୀୟ ଭାଗରେ। ଏହି ଦୁଇଟି ଛଡ଼ା ମହାକାଶ ଷ୍ଟେଶନରେ ସଂଯୁକ୍ତ ସୋୟୁଜ୍‌ ମହାକାଶ ଯାନରେ ମଧ୍ୟ ଶୌଚାଳୟ ଅଛି। ମାତ୍ର ଏହାର ପ୍ରୟୋଗ ମହାକାଶ ଯାନର ଉଡ଼ାଣ ସମୟରେ ହିଁ କରାଯାଇଥାଏ। ସ୍ଥିର ରହୁଥିବାରୁ କେବେ କେମିତି ଏହାକୁ ବ୍ୟବହାର କରାଯାଇଥାଏ।

ଏବେ ମହାକାଶରେ ଦୁଇଟି ଅନ୍ତରୀକ୍ଷ ଷ୍ଟେଶନ କାମ କରୁଛି। ସେଥିମଧ୍ୟରୁ ଗୋଟିଏ ଆମେରିକା, ରୁଷ, ୟୁରୋପୀୟ ସଂଘ, କାନାଡା ଏବଂ ଜାପାନ ଦ୍ୱାରା ସଞ୍ଚାଳିତ ହେଉଛି। ଏହା ହିଁ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେଶନ(ଆଇଏସ୍‌ଏସ୍‌) ନାଁରେ ଜଣାଶୁଣା ରହିଛି।

spece3

ଏହାସହ ପଢ଼ନ୍ତୁ: ପ୍ରତିଦିନ ମହାକାଶରେ ଘଟିଥାଏ ଏହି ୬ଟି ଘଟଣା, ଜାଣି ନ ଥିବେ ଆପଣ

ଅନ୍ୟ ଅନ୍ତରୀକ୍ଷ ଷ୍ଟେଶନଟି ଚୀନର। ଏହାର ନାଁ ‘ତିଆନ୍‌ଗୋଙ୍ଗ୍‌-୨’। ଆଇଏସ୍‌ଏସ୍‌କୁ ପୃଥିବୀର ନିମ୍ନତମ କକ୍ଷରେ ସ୍ଥାପିତ କରାଯାଇଛି। ଏହି ଷ୍ଟେଶନ ଲଗାତାର ପୃଥିବୀର ଚାରିପାଖେ ଘୂରି ବୁଲିଥାଏ। ଏଥିପୂର୍ବରୁ ରୁଷର ଅନ୍ତରୀକ୍ଷ ଷ୍ଟେଶନ ‘ମୀର୍‌’ ପୃଥିବୀ ପରିକ୍ରମା କରୁଥିଲା। ମାତ୍ର ଏହାକୁ ସଞ୍ଚାଳନ କରିବା ସହଜ ନ ଥିଲା। ଅଧିକ ଖର୍ଚ୍ଚ ଏବଂ ସୁରକ୍ଷା ଯୋଗୁ ଏହାକୁ ୨୦୦୧ରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପତ୍ତନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.