ଭଲ ଓ ଦୁଷ୍ଟ ଆତ୍ମା କିପରି ଏବଂ କାହା ସହିତ ସମ୍ପର୍କ କରିଥାଆନ୍ତି? ଜାଣନ୍ତୁ ଏହା ପଛର ଅବିଶ୍ୱସନୀୟ ଗୁଢ ରହସ୍ୟ

ଲୋକଙ୍କର ଧାରଣା ରହିଛି ଯେ କୌଣସି ବି ଅଦୃଶ୍ୟ ଶକ୍ତି ଯେପରି ଭୂତ, ପ୍ରେତ, ଘୂରି ବୁଲୁଥିବା ଆତ୍ମା ଆଦି ବହୁତ ଭୟଙ୍କର ହୋଇଥାଆନ୍ତି। କିନ୍ତୁ ମାନ୍ୟତା ଅଛି, କିଛି ଆତ୍ମା ଭଲ ହୋଇଥିବା ବେଳେ ଆଉ କିଛି ଆତ୍ମା ଦୁଷ୍ଟ ପ୍ରବୃତ୍ତିର ହୋଇଥାଆନ୍ତି। ଆପଣ ଅନେକ କାହାଣୀରେ ପଢ଼ିଥିବେ କିମ୍ବା ଶୁଣିଥିବେ ଯେ ତନ୍ତ୍ରମନ୍ତ୍ର ବିଦ୍ୟା ଦ୍ୱାରା ଆତ୍ମାମାନଙ୍କୁ ବଶୀଭୂତ କରାଯାଇପାରିବ। ସେମାନଙ୍କଠାରୁ ମନପସନ୍ଦର ଇଚ୍ଛା ପୂରଣ କରାଯାଇପାରିବ। ତେବେ ଆସନ୍ତୁ ଜାଣିବା, ପ୍ରକୃତରେ ଆତ୍ମା କ’ଣ ଏବଂ ତାଙ୍କ ସହିତ କିପରି ସମ୍ପର୍କ ସ୍ଥାପନା କରାଯାଇପାରିବ। କିଛି ମନ୍ଦିର ଏବଂ ଦରଘା ପାଖରେ ଆତ୍ମା ବୁଲୁଥିବାର ସଙ୍କେତ ମିଳିଥାଏ।

bhoot1

ଏହାସହ ପଢ଼ନ୍ତୁ: ପ୍ରତିଦିନ ମହାକାଶରେ ଘଟିଥାଏ ଏହି ୬ଟି ଘଟଣା, ଜାଣି ନ ଥିବେ ଆପଣ

ଅଦୃଶ୍ୟ ଶକ୍ତିମାନଙ୍କ ବିଷୟରେ ଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। ଆତ୍ମା ଦୁଇ ପ୍ରକାରର ହୋଇଥାଏ। ଗୋଟିଏ ଭଲ ଏବଂ ଅନ୍ୟଟି ଦୁଷ୍ଟ। ଯେଉଁ ଆତ୍ମା କୌଣସି ପ୍ରକାରେ ଖୁସି ହୋଇଗଲେ କିମ୍ବା କେହି ଯଦି ତାଙ୍କୁ ନିଜ ବଶକୁ ନେଇଯାଆନ୍ତି, ତତ୍‌କ୍ଷଣାତ ସେ ସେମାନଙ୍କର ସବୁ ମନୋକାମନା ପୂରଣ କରିଦିଅନ୍ତି। ତନ୍ତ୍ର ଶାସ୍ତ୍ର ଅନୁସାରେ, କିଛି ତାନ୍ତ୍ରିକ ପ୍ରୟୋଗ ଜରିଆରେ ଆତ୍ମାମାନଙ୍କ ସହ ସମ୍ପର୍କ କରାଯାଇପାରିବ।

bhoot5

ଏହାସହ ପଢ଼ନ୍ତୁ: ଏହି ଦୁଇ କୁକୁରଙ୍କୁ ଯତ୍ନ ନେଉଥିବା ଲୋକର ଦରମା ଆପଣଙ୍କ ହୋସ୍‌ ଉଡାଇଦେବ, ସାଲାରୀ ଏତେ ଯେ କରିପାରିବେ ବଡ ମହଲ

ତନ୍ତ୍ର ଶାସ୍ତ୍ର, କାଳୀ ବିଦ୍ୟାରେ ପାରଙ୍ଗମ ଲୋକ, ସିଦ୍ଧ ଯୋଗୀ, ଅଘୋରୀ ଆଦି କଠୋରରୁ କଠୋର ସାଧନା କରି ଏମିତି କିଛି କରିବାକୁ ସକ୍ଷମ ହୋଇଥାଆନ୍ତି। ତନ୍ତ୍ରବିଦ୍ୟା ମୁତାବକ, ଆତ୍ମାଙ୍କୁ ଦୁଇଟି ଉପାୟରେ ସମ୍ପର୍କ କରାଯାଇପାରିବ। ଗୋଟିଏ ହେଉଛି, ବିଶେଷ ମନ୍ତ୍ର ଦ୍ୱାରା ଘୋର ସାଧନା କରି ଆତ୍ମା ନିକଟତର ହେବା ଏବଂ ଅନ୍ୟଟି ଆତ୍ମା ସ୍ୱୟଂ କାହା ସହିତ ସମ୍ପର୍କ କରିବା। କିଛି ଆତ୍ମା ବହୁତ ଭଲ ହୋଇଥାଆନ୍ତି, ଯେଉଁମାନେ ମଣିଷକୁ କୌଣସି ସଙ୍କେତ ନ ଦେଇ ସାହାଯ୍ୟ କରିଥାଆନ୍ତି। ସେହିପରି ଦୁଷ୍ଟ ଆତ୍ମାମାନଙ୍କୁ ବଶୀଭୂତ କରି ତାଙ୍କ ଦ୍ୱାରା ଭଲ ଏବଂ ଖରାପ କାମ କରାଯାଇପାରିବ।

Raven On A Branch

ଏହାସହ ପଢ଼ନ୍ତୁ: ସଂଖ୍ୟା ୪ କୁ ଖୁବ ଅଶୁଭ ମାନିଥାନ୍ତି ତାଇୱାନ ବାସୀ, ଜାଣନ୍ତୁ ଏହା ପଛର କାରଣ

ସାଧାରଣତଃ ଆମେ ଶୁଣିଥାଉ, କିଛି ବ୍ୟକ୍ତିଙ୍କ ଶରୀରକୁ ଦେବୀ ଏବଂ ଦେବତା ଆସିଥାଆନ୍ତି। ଦେବୀ ଏବଂ ଦେବତା ବ୍ୟକ୍ତିଙ୍କ ଶରୀର ମାଧ୍ୟମରେ ଲୋକଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିଥାଆନ୍ତି। ଏହାର ଅର୍ଥ ହେଉଛି ଯେ ଆପଣ କୌଣସି ସମ୍ବେଦନଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ ଆତ୍ମା ସହିତ କଥା ହୋଇପାରିବେ। ସେପଟେ କିଛି ତାନ୍ତ୍ରିକ କଂସାର ଥାଳି, ମାଟି ହାଣ୍ଡି, କାଚ ଗ୍ଲାସ୍‌, ଦର୍ପଣ, କିଛି ମହମବତି, ଦୀପ, ତେଲ ଏବଂ ଶସ୍ୟ ଉପରେ ଆତ୍ମା ବୁଲୁଥିବାର ଦାବି କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.