Below header

ନୟାଗଡ଼ ମା ନାରାୟଣୀ ଠାକୁରାଣୀଙ୍କ ପୀଠରେ ରହିଛି ରହସ୍ୟମୟ ପୋଖରୀ, ଜାଣନ୍ତୁ ଏହାର ମହାତ୍ମ୍ୟ

ନୟାଗଡ଼ ଜିଲ୍ଲା କଣ୍ଟିଲୋର ପ୍ରାକୃତିକ ପରିବେଶ ତଥା ମହାନଦୀ ନିକଟରେ ରହିଛି ମା ନାରାୟଣୀ ଠାକୁରାଣୀଙ୍କ ପୀଠ। ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ କଣ୍ଟିଲୋ ନୀଳମାଧବଙ୍କ ଆଦିଶକ୍ତି ରୂପେ ମା ନାରାୟଣୀ ବିରାଜିତ। ଏହି ସ୍ଥାନାରୁ ଆଜ୍ଞାମାଳ ଯିବା ପରେ ନୀଳ ମାଧବଙ୍କର ପୂଜା କରାଯାଇଥାଏ। କିମ୍ବଦନ୍ତୀ ଅନୁଯାୟୀ ଗୋ ସିଂହ ନାମକ ଜଣେ ଦୈତ୍ୟ ନିଜର ଶକ୍ତି ବିସ୍ତାର କରିବା ପାଇଁ ଏଠାରେ ଗୋ ମେଧ ଯଜ୍ଞର ଆୟୋଜନ କରିଥିଲେ।

Nilamadhav_Templeଏହି ଯଜ୍ଞରେ ସେ ଗୋ-ବଳି ଦେବା ସହ ଗୋ ରକ୍ତରେ ପୂର୍ଣ୍ଣାହୁତି ଦେଉଥିଲେ। କାଳକ୍ରମେ ଏହି ଯଜ୍ଞ କୁଣ୍ଡଟି ଏକ ପୋଖରୀରେ ପରିଣତ ହୋଇଯାଇଛି। ସେହି ଯଜ୍ଞ କୁଣ୍ଡ ଏବେ ମଧ୍ୟ ସେହି ପୋଖରୀ ମଧ୍ୟରେ ରହିଛି। ଏହାକୁ ମରିଚିକା କୁଣ୍ଡ କୁହାଯାଇଥାଏ। ବର୍ତ୍ତମାନ ମଧ୍ୟ ଏହି ପୋଖରୀର ପାଣିକୁ କୌଣସି ଲୋକ କିମ୍ବା ଜୀବଜନ୍ତୁମାନେ ସ୍ପର୍ଶ କରିନଥାନ୍ତି। କୌଣସି ଗାଈ-ଗୋରୁ ଯଦି ଶୋଷ ବିକଳରେ ସେହି ପାଣି ପିଇବା ପାଇଁ ଯାଇଥାନ୍ତି, ତେବେ ତତକ୍ଷଣାତ ସେହି ପାଣିକୁ ସୁଙ୍ଘି ସେଠାରୁ ଚାଲିଯାଇଥାନ୍ତି। କାରଣ ଏବେ ମଧ୍ଯ ସେହି ପାଣିରେ ଗୋ ରକ୍ତ ଥିବାର ଲୋକମାନଙ୍କର ବିଶ୍ବାସ ରହିଛି। ଏହା ବ୍ଯତୀତ ସନ୍ତାନ ସୁଖରୁ ବଞ୍ଚିତ ହୋଇଥିବା ମହିଳାମାନେ ଏହି ପାଖରୀରେ ସ୍ନାନ କରି ମା ନାରାୟଣୀଙ୍କୁ ପୂଜା କଲେ ସନ୍ତାନ ପ୍ରାପ୍ତ କରିଥାନ୍ତି। ମା ନାରାୟଣୀଙ୍କ ମନ୍ଦିର ପାଖରେ ବିରାଜମାନ କରିଛନ୍ତି ପଶ୍ଚିମାମୁଖୀ ଶିବ।

pondଶାସ୍ତ୍ରମତ ଅନୁଯାୟୀ ଏଠାରେ ଶିବଙ୍କୁ ଦର୍ଶନ କଲେ ଲକ୍ଷେ ଶିବଙ୍କୁ ଦର୍ଶନ କରିବାର ଫଳ ପ୍ରାପ୍ତି ହୋଇଥାଏ। ନାରାୟଣୀଙ୍କ ମନ୍ଦିରରୁ ଏକ ସରଳ ରେଖାରେ ଚାହିଁଲେ ନୀଳମାଧବଙ୍କ ପୀଠ ଦୃଶ୍ୟମାନ ହୋଇଥାଏ। ପ୍ରତ୍ୟେକ ଦିନ ଏଠାରେ ନୀଳ ମାଧବଙ୍କ ଝଡ଼ା ଫୁଲ ଆସି ମା ଙ୍କ ପାଖରେ ଲାଗିବା ପରେ ଭୋଗ ଲାଗି ହୋଇଥାଏ।

କିମ୍ବଦନ୍ତୀ ଅନୁଯାୟୀ ମହାଭାରତରେ ଯେଉଁ ଦିନ ଗୁରୁ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୁହ୍ୟ ରଚନା କରିଥିଲେ, ସେହି ଦିନ ଭଗବାନ ଶ୍ରୀକୃଷ୍ଣ କପଟ କରି ଅର୍ଜୁନଙ୍କୁ ବହୁତ ଦୂରକୁ ନେଇଯାଇଥିଲେ। କାରଣ ସେହି ସମୟରେ ଗୋ ସିଂହ ଦୈତ୍ୟ ସେହି ସମୟରେ ଏହି ସ୍ଥାନରେ ଗୋ ମେଧ ଯଜ୍ଞ କରୁଥିଲେ। ଏବଂ ଏହି ସ୍ଥାନରେ ଅଜୁର୍ନ ଗୋ ସିଂହ ଦୈତ୍ୟକୁ ବଧ କରିଥିବାର ଉଲ୍ଲେଖ ମଧ୍ୟ ରହିଛି। ଲୋକମାନଙ୍କ କହିବା ଅନୁଯାୟୀ ଯଦି କେହି ଭକ୍ତ ନୀଳ ମାଧବଙ୍କୁ ଦର୍ଶନ କରିବା ପରେ ମା ନାରାୟଣୀଙ୍କ ଦର୍ଶନ କରିନଥାନ୍ତି ତେବେ ତାଙ୍କର ମନସ୍କାମନା ପୂରଣ ହୋଇନଥାଏ ବୋଲି ବିଶ୍ବାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.