Below header

କଣ ଆପଣ ଜାଣନ୍ତି ଦେଶରେ କେତେ ପ୍ରକାର ସୁରକ୍ଷା ବାହିନୀ ଅଛନ୍ତି ? ପଢନ୍ତୁ, ଇଣ୍ଟରଭ୍ୟୁରେ ସାମ୍ନା କରିପାରନ୍ତି ପ୍ରଶ୍ନ

ପୁଲୱାମା ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) କୁ ଟାର୍ଗେଟ୍ କରାଯାଇଥିଲା । ଯେଉଁଥିରେ ଦେଶ ହରାଇଥିଲା ୪୦ ବୀର ଯବାନଙ୍କୁ । ଏହି ଘଟଣା ପରେ ସିଆରପିଏଫକୁ ନେଇ ଅଧିକ ଉତ୍ସୁକତା ଦେଖାଉଛନ୍ତି ଲୋକ । ଯାହା କି ସିଏପିଏଫ୍ ଅଧୀନରେ ଆସିଥାଏ ।

ତେବେ ଲୋକଙ୍କ ମନରେ ଏହି ସିଆରପିଏଫ (କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ)କୁ ନେଇ ଅନେକ ପ୍ରଶ୍ନ ଆସିଥାଏ । ଯେମିତି ଏହା କେତେ ପ୍ରକାର । ଏଥିରେ କେଉଁ ଶ୍ରେଣୀ କାମ କରିଥାଏ । ଯଦି ଆପଣଙ୍କ ମନରେ ବି ଏମିତି କିଛି ପ୍ରଶ୍ନ ଆସୁଛି ତେବେ ଜାଣନ୍ତୁ ସିଏପିଏଫ୍ ବିଷୟରେ ।

ମୂଳ ରୂପରେ କେନ୍ଦ୍ରୀୟ ସୁରକ୍ଷା ବଳ ଦୁଇ ପ୍ରକାର ଥାନ୍ତି । ସିଏପିଏଫ୍ ଏବଂ ସିପିଏମଏଫ୍ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀକୁ ସିପିଏଫ୍ କୁହାଯାଏ । ୨୦୧୧ରେ ଏହି ଶବ୍ଦାବଳୀର ଆରମ୍ଭ ହୋଇଥିଲା । ଦେଶରେ ସରକାରଙ୍କ ଆଠ ପୋଲିସ ବଳଙ୍କୁ ସିଏପିଏଫ୍ ଶ୍ରେଣୀରେ ରଖାଯାଇଛି । ଯେଉଁମାନଙ୍କ ମଧ୍ୟରେ ଗୋଟିଏ ହେଉଛି ସିଆରପିଏଫ୍ ।

ଏହା ହେଉଛି ସେହି ଆଠଟି ଶ୍ରେଣୀ :

ବିଏସଏଫ୍, ସିଆରପିଏଫ୍, ଆଇଟିବିପି,ସିଆଇଏସ୍ଏଫ୍, ଏସଏସବି,ଏନଏସଜି,ଏସପିଜି ଏବଂ ଆରପିଏଫ୍ । ଏମାନଙ୍କ ମଧ୍ୟରେ ବିଏସଏଫ୍, ସିଆରପିଏଫ୍, ଆଇଟିବିପି,ସିଆଇଏସ୍ଏଫ୍, ଏସଏସବି,ଏନଏସଜି ଗୃହ ମନ୍ତ୍ରାଳୟ ଅଧୀନରେ ଆସିଥାଏ । ଏହା ବ୍ୟତୀତ ଏସପିଜି କ୍ୟାବିନେଟ୍ ସେକ୍ରେଟେରିଏଟ୍ ଏବଂ ଆରପିଏଫ୍ ରେଳ ମନ୍ତ୍ରାଳୟ ଅଧୀନରେ ।

କିଏ ମୁଖିଆ :

ଏହି ସବୁ ପୋଲିସ ଦଳଙ୍କ ମୁଖିଆ ହେଉଛନ୍ତି ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ । ଏମାନେ ସମସ୍ତେ ଗୃହମନ୍ତ୍ରାଳୟକୁ ରିପୋର୍ଟ କରିଥାନ୍ତି । ପ୍ରଥମେ ଏହି ଫୋର୍ସ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ (ସିପିଏମଏଫ୍) ଭାବରେ ଜଣା ଯାଉଥିଲେ । କିନ୍ତୁ ଯେଉଁ ଫୋର୍ସ ରକ୍ଷା ମନ୍ତ୍ରାଳୟର ସାମରିକ ଅଧୀନରେ ନଥିଲେ ସେମାନଙ୍କୁ ୨୦୧୧ରେ ସିଏପିଏଫ୍ ଭାବରେ ଦ୍ବିତୀୟ ଥର ପଦନମିତ କରାଗଲା ।

କିଏ କାହାର କରିଥାଏ ସୁରକ୍ଷା :

ବିଏସଏଫ୍, ଏସଏସବି ଏବଂ ଆଇଟିବିପି ସୀମା ସୁରକ୍ଷାରେ ନିୟୋଜିତ । ସେହିପରି ସିଆରପିଏଫ୍ ଆଙ୍କବାଦୀଙ୍କ ମୁକାବିଲା କରିବା ସହ ଅନ୍ତରୀଣ ସୁରକ୍ଷା ଏବଂ ନିର୍ବାଚନ ଡ୍ୟୁଟିରେ ରାଜ୍ୟ ପୋଲିସକୁ କରଥାଏ ସହାୟତା । ଏହା ବ୍ୟତୀତ ସିଆଇଏସଏଫ୍ ଦେଶର ପ୍ରମୁଖ ସଂସ୍ଥାର କରିଥାଏ ସୁରକ୍ଷା ।

ଏନଏସଜି କଥା କହିବା ଯଦି ଏହା ଏକ କମାଣ୍ଡୋ ବଳ । ଆତଙ୍କବାଦୀଙ୍କ ମୁକାବିଲା କରିବା ଉଦ୍ଦେଶ୍ୟରେ ଏମାନଙ୍କର ସ୍ଥାପନା କରାଯାଇଛି । ଏହା ସହ ଏହି ଫୋର୍ସ ଭିଆଇପି ଲୋକଙ୍କ ସୁରକ୍ଷା ମଧ୍ୟ କରିଥାଏ । ଏସପିଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଗଠନ କରାଯାଇଛି । ଯେତେବେଳେ କି ରେଳ ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ଗଠନ ହୋଇଛି ଆରପିଏଫ୍ ।

ଏବେ ଆସନ୍ତୁ ଏହି ଆଠ ଶ୍ରେଣୀ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ସୀମା ସୁରକ୍ଷା ବଳ (ବିଏସଏଫ୍) :

bsf୧ ଡିସେମ୍ବର ୧୯୬୫ ରେ ଗଠିତ ହୋଇଥିଲା ବିଏସଏଫ୍ । ଗୃହ ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣରେ କାମ କରିଥାଏ ବିଏସଏଫ୍ । ବାଲାଂଦେଶ ସ୍ବାଧୀନତା ସମୟରେ ଏହି ବଳ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ୧୮୬ ବାଟାଲିୟନଙ୍କ ସହ ଏହାର ଜନଶକ୍ତି ପ୍ରାୟ ୨.୫ ଲକ୍ଷ । ଏହାର କିଛି ବାଟାଲିୟନ ନକ୍ସଲ ପ୍ରଭାବିତ ଅଂଚଳ ଏବଂ ଜମ୍ମୁ କଶ୍ମୀରରେ ମଧ୍ୟ ନିୟୋଜିତ ଅଛନ୍ତି । ଦୁଇଟି ବାଟାଲିୟନ୍ କୋଲକାତା ଏବଂ ଗୌହାଟିରେ ଅଛନ୍ତି ।

ଶାନ୍ତି ସମୟରେ ଏମାନଙ୍କର ଭୂମିକା :

– ସୀମାରେ ରହୁଥିବା ଲୋକଙ୍କ ସୁରକ୍ଷା କରିବା ।
– ସୀମା ପାର ଅପରାଧ ଏବଂ ବେଆଇନ୍ କାମକୁ ଅଟକାଇବା ।
– ସୀମା ପାର ତସ୍କରୀ ଏବଂ ଅନ୍ୟ ଅବୈଧ ଗତିବିଧିକୁ ରୋକ୍ ଲଗାଇବା ।
– ସୀମା ପାର ଗୁପ୍ତ ତଥ୍ୟ ଏକାଠି କରିବା ।

ଯୁଦ୍ଧ ସମୟରେ ଏମାନଙ୍କ ଭୂମିକା :

– ଶତ୍ରୁ ପୋଲିସ୍ ବିରୋଧରେ ସୀମିତ ଆକ୍ରାମକ କାର‌୍ୟ୍ୟାନୁଷ୍ଠାନ କରିବା
– ନିଜ ଅଧୀନରେ ରଖିଥିବା ଶତ୍ରୁ ଅଂଚଳରେ କାନୁନ୍ ବ୍ୟବସ୍ଥା ବଜାୟ ରଖିବା ।
– ଯୁଦ୍ଧ ଶିବିରର ସୁରକ୍ଷା ଏବଂ ଧ୍ୟାନ ରଖିବା ।
– ଶରଣାର୍ଥୀଙ୍କ ସୁରକ୍ଷା କରିବା ।
– ସେନାଙ୍କ ମାର୍ଗଦର୍ଶକ ଭାବାରେ ସୀମାବର୍ତ୍ତୀ ଅଂଚଳରେ କାମ କରିବା ।

କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋସ୍ (ସିଆରପିଏଫ୍):

crpfସବୁଠାରୁ ବଡ଼ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀ ହେଉଛି ସିଆରପିଏଫ୍ । କ୍ରାଉନ୍ ରିପ୍ରେଜେଣ୍ଟେଟିଭ୍ ପୋଲିସ୍ ରୂପରେ ଏହାର ଗଠନ ୨୭ ଜୁଲାଇ ୧୯୩୯ରେ ହୋଇଥିଲା । ତେବେ ଦେଶ ସ୍ବାଧୀନ ପରେ ଏହା କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ହୋଇଗଲା ।

ବର୍ତ୍ତମାନ ଏହି ଫୋର୍ସରେ ୧୯୫ ଏଗଜିକ୍ୟୁଟିଭ୍ ବାଟାଲିୟନ, ୨ଟି ଏନଡିଆରଏଫ୍, ୩ ମହିଳା ବାଟାଲିୟନ,୧୦ ଆରଏଏଫ୍ ବାଟାଲିୟନ, ୫ ସିଗନାଲ୍ ବାଟାଲିୟନ,୧୦ କମାଣ୍ଡୋ (କୋବରା) ବାଟାଲିୟନ, ୧ ସ୍ପେଶାଲ୍ ଡ୍ୟୁଟି ଗ୍ରୁପ୍, ୧ ପାର୍ଲୟାମେଂଟ୍ ଡ୍ୟୁଟି ଗ୍ରୁପ୍ ତଥା ୪୦ ଗ୍ରୁପ୍ ସେଣ୍ଟର ଏବଂ ୧୫ ପ୍ରଶିକ୍ଷଣ ସଂସ୍ଥା ସହ ସମୁଦାୟ ୨୨୬ ବାଟାଲିୟନ ଅଛି । ଏହା ଭାରତ ସରକାରଙ୍କ ଗୃହମନ୍ତ୍ରାଳୟ (ଏମଏଚଏ) ଅଧୀନରେ କାମ କରିଥାଏ । ଏହାର ମୁଖ୍ୟ ଭାରତୀୟ ପୋଲିସ୍ ସେବାର ଜଣେ ଅଧିକାରୀ ।

କଣ କାମ :

– କାନୁନ୍ ଏବଂ ବ୍ୟବସ୍ଥା ବଜାର ରଖିବା ପାଇଁ ପୋଲିସ୍ କାର‌୍ୟ୍ୟାନୁଷ୍ଠାନ କରିବା ।
– ବିଦ୍ରୋହ ଏବଂ ନକ୍ସଲ ଦମନ ପାଇଁ କାର‌୍ୟ୍ୟାନୁଷ୍ଠାନରେ ରାଜ୍ୟକୁ ସାହାଯ୍ୟ କରିବା ।
– ଦେଶରେ ସୁରକ୍ଷିତ ଭାବରେ ସାଧାରଣ ନିର୍ବାଚନ କରିବା ।
– ଜମ୍ମୁରେ ମାତା ବୈଷ୍ଣାଦେବୀ ତଥା ସଂସଦ ଭବନର ସୁରକ୍ଷା କରିବା

ଭାରତ – ତିବ୍ଦତ ସୀମା ପୋଲିସ୍ (ଆଇଟିବିପି) :

itbp– ଆଇଟିବିପି ର ସ୍ଥାପନା ୨୪ ଅକ୍ଟୋବର ୧୯୬୨ ଭାରତ – ଚୀନ ଉତ୍ତେଜନାକୁ ଆଖି ଆଗରେ ରଖି କରାଯାଇଥିଲା । ବର୍ତ୍ତମାନ ୪ ବିଶିଷ୍ଟ ବାଟାଲିୟନ ଏବଂ ୭୭ ୦୨୨ ଜନଶକ୍ତି ସହ ସମୁଦାୟ ୪୯ ବାଟାଲିୟନ ଅଛି । ଏହି ବାଟାଲିୟନ୍ ବର୍ତ୍ତମାନ ଲଦାଖର କାରାକୋରମ ଦର ରୁ ଅରୁଣାଚଳ ପ୍ରଦେଶର ଦିଫୁ ଲା ପର‌୍ୟ୍ୟନ୍ତ ପ୍ରାୟ ୩୪୮୮ ଲମ୍ବା ଭାରତ- ଚୀନ ସୀମାର ସୁରକ୍ଷାରେ ଅଛି ।

କାର୍ଯ୍ୟ :

– ଉତ୍ତର ସୀମାକୁ ନଜର ରଖିବା । ଶତ୍ରୁ ସୀମା ଅତିକ୍ରମ କରୁଥିବାର ଯାଂଚ କରିବା ସହ ଏହାକୁ ରୋକିବା ।
– ସ୍ଥାନୀୟ ଜନତାଙ୍କ ମନରେ ସୁରକ୍ଷା ଭାବନାକୁ ମଜଭୂତ କରିବା ।
– ସୀମାପାର ଅପରାଧ ଏବଂ ବେଆଇନ୍ କାର୍ଯ୍ୟକଳାପ ରୋକିବା ।
– ସମ୍ବେଦନଶୀଳ ସଂସ୍ଥା ଏବଂ ସଙ୍କଟଗ୍ରସ୍ତ ଭିଆଇପି ବ୍ୟକ୍ତିଙ୍କ ସୁରକ୍ଷା କରିବା ।
– ଶାନ୍ତି ଭଙ୍ଗ ହୋଇଥିବା ଅଚଂଳରେ ଆଇନବ୍ୟବସ୍ଥା ବଜାୟ ରଖିବା ।
– ଦେଶରେ ଶାନ୍ତି କାଏମ୍ ରଖିବା ।

କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) :

cisfସିଆଇଏସଏଫର ସ୍ଥାପନା ୧୯୬୯ରେ ହୋଇଥିଲା । ଏହା ଗୃହ ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ କାମ କରିଥାଏ । ଡିସେମ୍ବର ୨୦୧୨ ଯାଏ ଏହାର ଜନଶକ୍ତି ବଢି ହୋଇଥିଲା ୩୩୭୬୨ ।

କାର୍ଯ୍ୟ କଣ :

– ଏହି ଫୋର୍ସ ପ୍ରାୟ ୩୦୭ ଶିଳ୍ପାନୁଷ୍ଠାନକୁ ସୁରକ୍ଷା ପ୍ରଦାନ କରିଥାଏ ।
– ଆତଙ୍କବାଦ ଏବଂ ନକ୍ସଲ ପ୍ରଭାବିତ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ।

ସଶସ୍ତ୍ର ସୀମା ବଳ (ଏସଏସବି):

ssbଏହା ଗୃହ ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ କାମ କରିଥାଏ । ଯାହାର ମୂଳକାର‌୍ୟ୍ୟ ନେପାଳ ଏବଂ ଭୂଟାନ ସହ ଭାରତର ଅନ୍ୟ ଅନ୍ତରାଷ୍ଟ୍ରିୟ ସୀମାର ସୁରକ୍ଷା କରିବା । ଏହାର ଗଠନ ୧୯୬୩ ରେ ଭାରତ – ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଆଖି ଆଗରେ ରଖି କରାଯାଇଥିଲା । ଏସଏସବି ଏମିତି ଏକ ସୁରକ୍ଷା ବଳା ଯାହା ମହିଳାଙ୍କୁ ଭର୍ତ୍ତି କରି ବାଟାଲିୟନ୍ ଛିଡା କରିବା ନିର୍ଣ୍ଣୟ ନେଇଥିଲା ।

କାର୍ଯ୍ୟ :

– ସୀମାଂଚଳରେ ଦେଶଭକ୍ତି ଜାଗ୍ରତ କରିବା ।
– ଭାରତ – ନେପାଳ ସୀମାର ସୁରକ୍ଷା କରିବା ।
– ଭାରତ – ଭୂଟାନ ସୀମାର ସୁରକ୍ଷା କରିବା ।
– ଅବୈଧ ଏବଂ ସୀମାପାର ଅପରାଧକୁ ଅଟକାଇବା ।

ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି) :

nsgଏନଏସଜିର ଗଠନ ୧୯୮୪ରେ ହୋଇଥିଲା ।

କାର୍ଯ୍ୟ :
– ଆତଙ୍କବାଦୀ ବିପଦର ନିରାକରଣ କରିବା ।
– ଅପହରଣ ପରିସ୍ଥିତିର ପ୍ରତିକାର କରିବା ।
– ବମ୍ ନିରୋଧକ କାର୍ଯ୍ୟକଳାପ ।
– ବିଶେଷ ପରିସ୍ଥିତିରେ ଆତଙ୍କବାଦୀଙ୍କ ସହ ଲଢିବା ଏବଂ ତାଙ୍କୁ ନିଷ୍କ୍ରିୟ କରବା ।
– ଅପହୃତ ବ୍ୟକ୍ତିଙ୍କୁ ମୁକୁଳାଇବା ।

ରାଷ୍ଟ୍ରୀୟ ବମ୍ ଡାଟା କେନ୍ଦ୍ର (ଏନଡିବିସି)

ଦେଶର ବିଭିନ୍ନ ଭାଗରେ ହୋଇଥିବା ବିସ୍ଫୋରଣର ଯାଂଚ କରିବା ପାଇଁ ରାଜ୍ୟର ଅନୁରୋଧକ୍ରମେ ଏନଏସଜି ମାନେସରରେ ଏକ ରାଷ୍ଟ୍ରୀୟ ବମ୍ ଡାଟା କେନ୍ଦ୍ର ଗଠନ କରିଛି ।

ବିଶେଷ ସୁରକ୍ଷା ଗ୍ରୁପ୍ (ଏସପିଜି) :

spgଭାରତ ସରକାରଙ୍କ କାର୍ଯ୍ୟକାରୀ ସଂରକ୍ଷଣ ସଂସ୍ଥା ହେଉଛି ଏସପିଜି । ଏହା ଭାରତର ବର୍ତ୍ତମାନର ପ୍ରଧାନମନ୍ତ୍ର ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ଫୋର୍ସ କ୍ୟାବିନେଟ୍ ସଚିବାଳୟଙ୍କ ନିୟନ୍ତ୍ରଣରେ କାମ କରିଥାଏ ।

ଏହି ଫୋର୍ସର ଗଠନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ହତ୍ୟା ପରେ ୧୯୮୫ରେ କରାଯାଇଥିଲା । ଏହି ଫୋର୍ସ ସବୁ ସ୍ଥାନରେ ଏବଂ ସବୁ ପରିସ୍ଥିତିରେ ସୁରକ୍ଷା ପ୍ରଦାନ କରିଥାଏ ।

ରେଲୱେ ସୁରକ୍ଷା ବଳ (ଆରପିଏଫ୍):

rpfଆରପିଏଫର ଜନଶକ୍ତି ପ୍ରାୟ ୬୫ ହଜାର । ରେଳ ସମ୍ପତ୍ତିର ରକ୍ଷା କରିବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଗଠନ ହୋଇଛି ଆରପିଏଫ୍ ।
କାର‌୍ୟ୍ୟ କଣ :
– ରେଳ ସମ୍ପତ୍ତିର ସଂରକ୍ଷଣ ଏବଂ ସୁରକ୍ଷା କରିବା ।
– ଯାତ୍ରୀ ଏବଂ ସେମାନଙ୍କ ସାମଗ୍ରୀର ସଂରକ୍ଷଣ ଏବଂ ସୁରକ୍ଷା କରିବା ।

କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ (ସିପିଏମଏଫ୍) :

cpmfଆସାମ ରାଇଫଲ୍ ଏବଂ ଭାରତୀୟ ତଟରକ୍ଷୀ ହେଉଛନ୍ତି ମୁଖ୍ୟତଃ ଅର୍ଦ୍ଧସାମରିକ ବାହିନୀ ।

ଆସାମ ରାଇଫଲ୍ ଦେଶର ସବୁଠାରୁ ପୁରୁଣା ଅର୍ଦ୍ଧସାମରିକ ବାହିନୀ । ଉତ୍ତର ପୂର୍ବରେ ସମ୍ପୂର୍ଣ୍ଣ ରୂପରେ ନିୟୋଜିତ ଥିବା ଏହି ଫୋର୍ସ ଉତ୍ତର-ପୂର୍ବର ଅନ୍ତରୀଣ ସୁରକ୍ଷା ବଜାୟ ରଖିଥାଏ । ଏହା ସହ ଭାରତୀୟ – ମିଆଁମାର ସୀମାର ମଧ୍ୟ ସୁରକ୍ଷା କରିଥାଏ । ଏହି ଫୋର୍ସର ନେତୃତ୍ୱ ନେଇଥାନ୍ତି ସେନାର ଅଧିକାରୀ । ଏହା ଗୃହ ମନ୍ତ୍ରାଳୟ ଅଧୀନରେ ରହି ଭାରତୀୟ ସୈନ୍ୟ ବାହିନୀର ସହାୟତା କରିଥାଏ ।

ଭାରତୀୟ ତଟରକ୍ଷା ବାହିନୀର କାର୍ଯ୍ୟ ଜଳ ଭାଗର ରକ୍ଷା କରିବା । ଏହା ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.