ଜାଣନ୍ତୁ କାହିଁକି ପାଳନ କରାଯାଏ ହୋଲି ଏବଂ ଏହାର ପୌରାଣିକ ମହତ୍ୱ

ହୋଲି ପର୍ବ ଅତ୍ୟନ୍ତ ଆନନ୍ଦ, ଖୁସି ଏବଂ ଧୂମଧାମରେ ପାଳନ କରାଯାଇଥାଏ। ହିନ୍ଦୁ ପଞ୍ଚାଗ ଅନୁଯାୟୀ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲି ଉତ୍ସବ ପାଳନ କରାଯାଏ। ହୋଲି ପର୍ବ ପାଳନ କରାଯିବାର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ପାଳନ କରାଯାଇଥାଏ। ଏହାପରେ ରଙ୍ଗ, ଅବୀର ଏବଂ ଗୁଲାଲରେ ହୋଲି ଖେଳାଯାଇଥାଏ। ଭାରତରେ ଏହି ପର୍ବ ପାଳନ କରାଯିବାର ପରମ୍ପରା ପ୍ରାଚୀନ କାଳରୁ ରହିଆସିଛି।

holi festivalମୋଗଲମାନଙ୍କ ସମୟରେ ମଧ୍ୟ ଭାରତରେ ହୋଲି ପର୍ବ ପାଳନ କରାଯାଉଥିଲା। ଇତିହାସରେ ବାଦଶାହା ଆକବର ଯୋଦ୍ଧାବାଇଙ୍କ ସହ ହୋଲି ଖେଳିବାର ବର୍ଣ୍ଣନା ରହିଛି। ମୋଗଲ କାଳରେ ଏହାକୁ ଇଦ-ଏ-ଗୁଲାବୀ କୁହାଯାଉଥିଲା। ସେହି ସମୟରେ ମଧ୍ୟ ଲୋକମାନେ ପରସ୍ପରଙ୍କ ଉପରକୁ ରଙ୍ଗ ଫୋପାଡି ହୋଲି ପର୍ବ ପାଳନ କରୁଥିଲେ।

holi utsavଏଥିସହ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ପୁତନା ନାମକ ରାକ୍ଷସୀର ବଧ ହୋଇଥିବାରୁ ମଧ୍ୟ ହୋଲି ପର୍ବ ପାଳନ କରାଯାଇଥିଲା। ରାକ୍ଷସୀ ମରିବା କାରଣରୁ ବ୍ରଜବାସୀ ଖୁସିରେ ପରସ୍ପର ମଧ୍ୟରେ ରଙ୍ଗ ଖେଳିଥିଲେ। ସେହିଭଳି ମାନ୍ୟତା ରହିଛି ଫାଲଗୁନ ମାସରେ ଶିବ ଗଣ ରଙ୍ଗ ଲଗାଇ ନାଚିବା ସହ ଗୀତ ଗାଉଥିଲେ।