ବୁର୍ଲା ଭିମ୍‌ସାର୍‌ରେ କରୋନା ସନ୍ଦିଗ୍ଧ ! ସ୍ୱତନ୍ତ୍ର ଓ୍ଵାର୍ଡରେ ରଖାଯାଇ ଚାଲିଛି ପ୍ରାଥମିକ ଚିକିତ୍ସା

ସୁନ୍ଦରଗଡ଼: ବୁର୍ଲା ଭିମ୍‌ସାର୍‌ରେ କରୋନା ସନ୍ଦିଗ୍ଧ ! ଭିମ୍‌ସାର୍‌ ସ୍ୱତନ୍ତ୍ର ଓ୍ଵାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି। ଭିମସାର ପାଇଁ ଏହା ପ୍ରଥମ କରୋନା ସଂକ୍ରମିତ ରୋଗୀ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ହିମଗିରି ଅଞ୍ଚଳର। ସେ ସାଉଥ କୋରିଆରେ ଚାକିରୀ କରୁଥିଲେ। କିଛି ଦିନ ତଲେ ସେ ତାଙ୍କ ଗାଁକୁ ଫେରିଥିଲେ। ଏହାପରେ ତାଙ୍କୁ ଥଣ୍ଡା ହେବା ସହ କାଶ ଲାଗିରହିଥିଲା। ଦେହ ଅଧିକ ଖରାପ ହେବାରୁ ତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ଭିମସାରରେ ଭର୍ତ୍ତି କରାଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଆଜି ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯିବ। ରିପୋର୍ଟ ଆସିବା ପରେ କରୋନା ଭାଇରସ ନେଇ ସ୍ପଷ୍ଟ ହେବ।