ସ୍କୁଲ ଛାତ୍ର ଟିର ଏହି ଭିଡିଓ ଦେଖି ଇଣ୍ଡଷ୍ଟ୍ରିଆଲିଷ୍ଟ ରତନ ଟାଟା ବି ହୋଇଗଲେ ଭାବବିହ୍ୱଳ

ଦେଶର ସବୁଠୁ ବଡ ଇଣ୍ଡଷ୍ଟ୍ରିଆଲିଷ୍ଟ ଭାବେ ଜଣା ରତନ ଟାଟାଙ୍କୁ କିଏ ବା ନ ଜାଣେ । କେବଳ ତାଙ୍କ ନାଁ ହିଁ ତାଙ୍କ ପରିଚୟ ଦେବା ପାଇଁ ହିଁ ଯଥେଷ୍ଟ । ତାଙ୍କର କୌଣସି କାର୍ଯ୍ୟ ନିଶ୍ଚିତ ରୂପେ ସମସ୍ତଙ୍କ ପ୍ରଶଂସା ସାଉଁଟି ଥାଏ । ନିକଟରେ ହିଁ ରତନ ଟାଟା ନିଜ ସୋସିଆଲ ଆକାଉଣ୍ଟରେ ଏମିତି ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ପ୍ରଥମେ ଦେଖି ସେ ନିଜେ ତ ଭାବବିହ୍ୱଳ ହୋଇ ଉଠିଥିଲେ ତାହା ସହ ଏହା ବି କହିଥିଲେ କି ଏହି ଦେଶକୁ ‘ଏହି ଦେଶ କୁ ଦେଶର ପ୍ରତିଟି ବ୍ୟକ୍ତି ହିଁ ଚଳାଇଥାନ୍ତି’ । ତେବେ ଆସନ୍ତୁ ଜାଣିବା ରତନ ଟାଟାଙ୍କୁ ଭାବବିହ୍ୱଳ କରି ପକାଇଥିବା ସେହି ଭିଡିଓଟି ବିଷୟରେ ।

ratan tata

ପ୍ରକୃତରେ ଏହି ଭିଡିଓଟି ହେଉଛି ବିଦ୍ୟାଳୟରେ ଚାଲିଥିବା ଏକ କାର୍ଯ୍ୟକ୍ରମର । ଏହି କାର୍ଯ୍ୟକ୍ରମ ଟିରେ ଗୋଟେ ଛୋଟ ପିଲା ଟିର ଛାତି ଜୋର ଜୋରରେ ଧକ ଧକ କରୁଛି  । ତା ପାଳି ଆସିଲେ ସମସ୍ତଙ୍କ ସାମ୍ନାରେ ସେ ନିଜ କବିତା କେମିତି ପଢ଼ିବ ସେ ନେଇ ସେ ଯେମିତି ଖୁବ ଚିନ୍ତାରେ ଅଛି । ଦର୍ଶକଙ୍କୁ ଦେଖିବା ମାତ୍ରେ ପିଲା ଟିର ଲକ୍ଷ ତା ମା’ ଉପରେ ପଡୁଛି । ଅନ୍ୟ ପଟରୁ ତା ମା ପିଲା ଟିର ଆତ୍ମା ବିଶ୍ୱାସକୁ ବଢ଼ାଇ ନିର୍ଭୟରେ କବିତା ପାଠ କରିବାକୁ ସହମତି ଦେଉଥିବା ନଜର ଆସୁଛି । ଭିଡିଓ ଟିରେ ପିଲାଟି ନିଜ ପିତାଙ୍କ କାମକୁ ନେଇ ହିଁ ଏକ କବିତା ପାଠ କରୁଛି ।

ଏହା ଜରିଆରେ ଯେମିତି ସେ ସମସ୍ତଙ୍କୁ ଅବଗତ କରୁଛି ଯେ ତା ବାପା କେମିତି ଦିନ ରାତି ପରିଶ୍ରମ କରି ଦେଶ ସଫା କରିବାରେ ଲାଗି ପଡିଛନ୍ତି । ଖାଲି ସେତିକି ନୁହେଁ ଆମେ କେମିତି ନିଜ ଦେଶକୁ ବରବାଦ କରିବାରେ ଲାଗି ପଡ଼ିଛୁ ସେ ନେଇ ବି ପିଲାଟି କବିତା ମାଧ୍ୟମରେ ଅବଗତ କରାଉଛି । ଯଦି ବେଳହୁଁ ସାବଧାନ ନ ହୁଅନ୍ତି ତେବେ ଅତିଶୀଘ୍ର ଆମେ ନିଜ ହାତରେ ହିଁ ସବୁକୁ ଉଜାଡି ବସିବୁ ବୋଲି ସମସ୍ତଙ୍କୁ ସତର୍କ ମଧ୍ୟ କରାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.