Below header

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି? ପ୍ରତିଦିନ ଏହି ୭ଟି ପ୍ରାଣୀଙ୍କ ପେଟ ଭରନ୍ତୁ, ଶୀଘ୍ର ଟଳିଯିବ ସଙ୍କଟ

ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଥାଏ, ଯେଉଁଥିରୁ ମୁକ୍ତି ପାଇବା ପାଇଁ ସେ ଦାନ, ଧର୍ମ ସହ ଭଗବାନଙ୍କ ଶରଣ ପଶିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଏହାସହିତ ଯଦି ଆପଣ ପଶୁମାନଙ୍କୁ ଭୋଜନ କରାଇବେ, ତା’ହେଲେ ଆପଣଙ୍କର ସମସ୍ୟା ସବୁ ଦୂର ହୋଇଯିବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, କେଉଁ କେଉଁ ପ୍ରାଣୀଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ।

a22

୧. ସମ୍ପତ୍ତି ପ୍ରାପ୍ତି ପାଇଁ

ଯେଉଁ ଲୋକଙ୍କର ପୁରୁଣା ସମ୍ପତ୍ତି ସେମାନଙ୍କ ହାତରୁ ଚାଲିଯାଇଛି କିମ୍ବା କୌଣସି ମୂଲ୍ୟବାନ ବସ୍ତୁ ହଜିଯାଇଛି, ସେମାନେ ପ୍ରତିଦିନ ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ। ଏମିତି କଲେ ଆପଣଙ୍କୁ ସମ୍ପତ୍ତି ପୁଣିଥରେ ପ୍ରାପ୍ତ ହୋଇଥାଏ।

p1

୨. ଆର୍ଥିକ ଲାଭ ପାଇଁ

ଜ୍ୟୋତିଷ ଏବଂ ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ, ପକ୍ଷୀ, କୁକୁର, ପିମ୍ପୁଡ଼ି ଓ ମାଛଙ୍କଠାରୁ ଆମ ଜୀବନର ସବୁ ସମସ୍ୟା ଦୂର ହୋଇପାରିବ। ଯଦି କୌଣସି ବ୍ୟକ୍ତି ନିୟମିତ ରୂପେ ଗାଈକୁ ରୁଟି ଖୁଆଇବେ, ତାଙ୍କର ଗ୍ରହ ଦୋଷ ନଷ୍ଟ ହୋଇଯିବ। ସେହିପରି ପକ୍ଷୀଙ୍କୁ ଦାନା ଦେବାରେ ଆର୍ଥିକ ମାମଲାରେ ଲାଭ ମିଳିବ। ବ୍ୟବସାୟ କରୁଥିବା ଲୋକ ପ୍ରତିଦିନ ପକ୍ଷୀମାନଙ୍କୁ ଅବଶ୍ୟ ଦାନା ଖାଇବାକୁ ଦିଅନ୍ତୁ।

p3

୩. ଶତ୍ରୁଙ୍କଠାରୁ ମୁକ୍ତି ପାଇବା ପାଇଁ

କୁକୁରକୁ ରୁଟି ଖୁଆନ୍ତୁ। ନିୟମିତ ରୂପେ ଏମିତି କଲେ, ଆପଣଙ୍କୁ ଶତ୍ରୁ ଭୟ ରହିବ ନାହିଁ।

୪. କରଜରୁ ମୁକ୍ତି ପାଇବା ପାଇଁ

କରଜରୁ ମୁକ୍ତି ପାଇଁ ଆପଣ ପିମ୍ପୁଡ଼ିକୁ ଚିନି ଏବଂ ଅଟା ଦିଅନ୍ତୁ। ଏମିତି କଲେ ଖୁବ୍‌ଶୀଘ୍ର କରଜ ଶୁଝିଯିବ।

p9

୫. ସକାରାତ୍ମକତା ପାଇଁ

ଯଦି କେହି ମାଙ୍କଡ଼କୁ ୭ଟି ଶନିବାର କଦଳୀ ଖାଇବାକୁ ଦେବ, ତା’ହେଲେ ତା’ର ସମସ୍ତ ଦୋଷ ଦୂର ହୋଇଯିବ। ଜୀବନରେ ସକାରାତ୍ମକତା ଆସିବାରେ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.