SBI ସହ ମିଶି ଏବେ ଦିବ୍ୟାଙ୍ଗମାନଙ୍କୁ ଚାକିରୀ ପାଇଁ ଟ୍ରେନିଂ ଦେବ ମାଇକ୍ରୋସଫ୍ଟ

ପ୍ରଦ୍ୟୋଗିକୀ କମ୍ପାନୀ ମାଇକ୍ରୋସଫ୍ଟ, ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ମିଶି ଦିବ୍ୟାଙ୍ଗଙ୍କୁ ପ୍ରଶିକ୍ଷଣ କରିବେ। ଯେପରି କି ଦିବ୍ୟାଙ୍ଗମାନେ ମଧ୍ୟ ବ୍ୟାକିଂ, ଅର୍ଥଭିତିକ ସେବା ଏବଂ ବିମା କ୍ଷେତ୍ରରେ ରୋଜଗାର କ୍ଷମ ହୋଇପାରିବେ। ଏସବିଆଇର ଚେୟାରମ୍ୟାନ ରଜନୀଶ କୁୁମାର ଗତ ସୋମବାର ଦିନ ଏହି ସୂଚନା ଦେଇଛନ୍ତି। ଏହି ସୁବିଧା ଜରିଆରେ ବର୍ଷରେ ୫୦୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ପ୍ରଶିକ୍ଷଣ କରାଯିବ।

job-ମାଇକ୍ରୋସଫ୍ଟର ବୈଶ୍ୱିକ ବିକ୍ରି ଏବଂ ପରିଚାଳନ ଅଧ୍ୟକ୍ଷ ଜୀନ ଫିଲିପ୍‌ କାଁରଟୋଇସ୍‌ଙ୍କ କହିବାନୁଯାୟୀ ଦେଶରେ ୨.୬ କୋଟିରୁ ଅଧିକ ଦିବ୍ୟାଙ୍ଗ ଲୋକ ରହିଛନ୍ତି। ଆସନ୍ତା ବର୍ଷ ୨୦୨୧ ସୁଦ୍ଧା ଦିବ୍ୟାଙ୍ଗ ଲୋକମାନଙ୍କର ଆର୍ଥିକ ସ୍ଥିତି ସୁନିଶ୍ଚିତ କରିବା ପାଇଁ ଆମେ ପ୍ରଦ୍ୟୋଗିକୀ ଉପଯୋଗର ନୂଆ ଉପାୟ ଆପଣେଇବାକୁ ପଡିବ।

sbimicrosoft-କମ୍ପାନୀର ବୟାନ ଅନୁଯାୟୀ ଏସବିଆଇ ଫାଉଣ୍ଡେସନ ଏବଂ ମାଇକ୍ରୋସଫ୍ଟ ଏକ କୃତ୍ରିମ ମେଘା(ଆର୍ଟିଧଫିସିଆଲ ଇଣ୍ଟେଲିଜେଂସ-ଏଆଇ) ଆଧାରିତ ଇ-ମାର୍କେଟ ପ୍ଲେସ୍‌ ସ୍ଥାପିତ କରିବ। ଯେଉଁଠାରେ ବ୍ୟାକିଂ, ଅର୍ଥରାଶି ଏବଂ ବିମା କ୍ଷେତ୍ରରେ ଜଡିତ କମ୍ପାନୀଗୁଡିକରେ ସହଜରେ ଦିବ୍ୟାଙ୍ଗମାନେ ଯୋଡି ହୋଇପାରିବେ ଏବଂ ସେମାନଙ୍କ କୌଶଳ ଅନୁଯାୟୀ ରୋଜଗାରକ୍ଷମ ମଧ୍ୟ ହୋଇପାରିବେ।