Below header

ଆଜି ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରୁଛି କଂଗ୍ରେସ, ଜାଣନ୍ତୁ ଏହା ପଛର ଇତିହାସ

ଆଜି ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ନିଜ ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । କୃଷକଙ୍କ ସମର୍ଥନରେ ଆଜି ଦଳ ତରଫରୁ ଏକ “ତ୍ରିରଙ୍ଗା ଯାତ୍ରା” ବାହାର କରାଯିବାକୁ ସ୍ଥିର ହୋଇଛି । ସେପଟେ କରୋନା କାରଣରୁ ଶାରୀରିକ ଦୂରତା ପାଳନ ନେଇ ନିର୍ଦ୍ଦେଶନାମା ହୋଇଛି । ଏନେଇ ନିଜ ଆଡକୁ ଯୁବକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସୋସିଆଲ ମିଡିଆରେ “ସେଲ୍ଫି ଵିଥ ତ୍ରିରଙ୍ଗା” ନାମରେ ଏକ ଅଭିଯାନ କରିବା ନେଇ ସ୍ଥିର ହୋଇଛି । ବର୍ତ୍ତମାନ ସମୟରେ ରାହୁଲ ଗାନ୍ଧୀ ଇଟାଲୀ ଗସ୍ତରେ ଥିବା କାରଣରୁ ତାଙ୍କ ଅନୁପସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ଏକେ ଆନଟୋନି ଦଳୀୟ ପତାକା ଉତ୍ତୋଳନ କରିଛନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟଗତ କାରଣରୁ ସାର୍ବଜନିକ କାର୍ଯ୍ୟ ମାନଙ୍କରୁ ଦୁରେଇ ରହୁଛନ୍ତି ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

Indian National Congress | ORF

ଏହି ଅବସରରେ ରାହୁଲ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିବା ସହ ଏହାର କ୍ୟାପ୍ସନରେ ଲେଖିଛନ୍ତି, ଦେଶ ସ୍ୱାର୍ଥରେ ସ୍ୱର ଉଠାଇବା ପାଇଁ କଂଗ୍ରେସ ଆରମ୍ଭରୁ ହିଁ ପ୍ରତିବଦ୍ଧ । ଆଜି କଂଗ୍ରେସର ପ୍ରତିଷ୍ଠା ଦିବସରେ, ଆମେ ସତ୍ୟ ଓ ସମାନତା କୁ ନେଇ କରିଥିବା ସେହି ସଂକଳ୍ପକୁ ଦୋହରାଉଛୁ” । ତେବେ ଆସନ୍ତୁ କଂଗ୍ରେସର ପ୍ରତିଷ୍ଠା ଦିବସ ବାବଦରେ ଜାଣି ରଖିବା । ୧୮୮୫ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜାତୀୟ କଂଗ୍ରେସ । ଆଲାନ ଅକ୍ଟଭିଆନ ହମେଙ୍କ ପ୍ରଚେଷ୍ଟାରେ ଏହାକୁ ସ୍ଥାପନ କରାଯାଇଥିବା ବେଳେ ବମ୍ବେ ଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଅଧିବେଶନର ଅଧ୍ୟକ ଥିଲେ ଡବ୍ଲୁ ସି ବାନାର୍ଜୀ । ଏହା ପର ଠାରୁ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ କଂଗ୍ରେସ ଅଧିବେଶନ । କଂଗ୍ରେସକୁ ବ୍ରିଟିଶ ଶାସନାଧୀନ ଏସିଆ ଓ ଆଫ୍ରିକାର ପ୍ରଥମ ଜାତୀୟ ଆନ୍ଦୋଳନ ଭାବେ ବି ଧରାଯାଏ । କିନ୍ତୁ ପରେ ୧୯୨୦ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଧୀନରେ ଭାରତୀୟ ଜାତୀୟ ଆନ୍ଦୋଳନର ମୁଖ୍ୟ ପୁରୋଧା ପାଲଟିଥିଲା ଏହି ଦଳ । ଗାନ୍ଧୀଙ୍କ ଚିନ୍ତାଧାରା “ସର୍ବୋଦୟ” ଉପରେ ବିଶ୍ୱାସ କରେ ଏହି ଦଳ । ୧୯୨୯ ମସିହା ଜାନୁଆରୀ ୨୬ ତାରିଖରେ ଲାହୋର ଠାରେ ଜବାହର ନେହେରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ଅଧିବେଶନରେ “ପୁର୍ଣ ସ୍ୱରାଜ” ପ୍ରତିଷ୍ଠା ପାଇଁ ପ୍ରଣ କରିଥିଲା କରିଥିଲା ।

ଭାରତ ସ୍ୱାଧୀନତା ହାସଲ କରିବା ପରେ ୧୯୫୨ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଲୋକପ୍ରିୟ ଦଳ ଭାବରେ ଉଭା ହୋଇଥିଲା ଏହି ଦଳ। ବିପୁଳ ମାତ୍ରାରେ ଭୋଟ ପାଇବା ସହ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ପଣ୍ଡିତ ଜବାହର ଲାଲ ନେହେରୁ । ୧୯୭୭ ପର୍ଯ୍ୟନ୍ତ ଶାସନ ଗାଦିରେ ବସିଥିବା ବେଳେ ୧୯୭୭ ରେ ଜନତା ଦଳ ଠାରୁ ପରାସ୍ତ ହୋଇଥିଲା । କିନ୍ତୁ ପୁନଶ୍ଚ ୧୯୮୦ ରେ କ୍ଷମତାକୁ ଫେରିବା ସହିତ ଏହାକୁ ୧୯୮୯ ପର୍ଯ୍ୟନ୍ତ ବଜାୟ ରଖିଥିଲା । ପରେ ୧୯୯୧, ୨୦୦୪, ୨୦୦୯ ରେ କ୍ଷମତା ହାସଲ କରି ଦେଶ ଶାସନରେ ପ୍ରମୁଖ ଭୂମିକା ନିଭେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.