ଲାଲ୍‌ବାହିନୀର ଓଡ଼ିଶା ବନ୍ଦ ଡାକରା: ରାସ୍ତା ଅବରୋଧ ସହ ପୋଷ୍ଟର ଓ ବ୍ୟାନର ଲଗାଇ ଜାହିର କଲେ ନିଜର ସ୍ଥିତି

ବାଲିଗୁଡା: ଲାଲ୍‌ବାହିନୀର ଓଡ଼ିଶା ବନ୍ଦ ଡାକରା। ବନ୍ଦ ଡାକରାକୁ ସଫଳ କରିବା ପାଇଁ ରାସ୍ତା ଅବରୋଧ ସହ ପୋଷ୍ଟର ଓ ବ୍ୟାନର ଲଗାଇ ନିଜ ସ୍ଥିତି ଜାହିର କରିଛନ୍ତି ମାଓ ସଙ୍ଗଠନ। କୋଟଗଡ଼ ଥାନା ଯୋଡାବାଲି ଛକ ନିକଟରେ ଗଛ ପକାଇ ବି.ଜି.ଏନ୍‌ ଡିଭିଜନାଲ କମିଟି ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି।

ସିର୍ଲା, ସୁପେଲ ଓ ସିରକି ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରିଛି ଲାଲ୍‌ବାହିନୀ। ଗତକାଲି ତୁମୁଡିବନ୍ଧ ଥାନା ପନ୍ଦର ମାଇଲ ରାସ୍ତାରେ KKBN ପକ୍ଷରୁ ମଧ୍ୟ ପୋଷ୍ଟର ଲଗାଯାଇଥିଲା। ଘଟଣାସ୍ଥଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.