ଭୁବନେଶ୍ବରର ଗଙ୍ଗନଗରରେ ଅଘଟଣ: ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ଭୁବନେଶ୍ବର: ଗଙ୍ଗନଗରରେ ଅଗ୍ନିକାଣ୍ଡ। ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଶୁଣିବାକୁ ମିଳିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଉଛନ୍ତି ରାଧା ବେହେରା,ଅର୍ଜୁନ ବେହେରା।
ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଗତକାଲି ସଂଧ୍ୟା ୭ଟା ସମୟର ଘଟିଥିଲା। ଆହତମାନଙ୍କୁ ସରକାରଙ୍କ ପକ୍ଷରୁ ସବୁ ସୁବିଧା ଯୋଗାଇ ଦିଆଯାଉଛି।