ପ୍ରତିଦିନ ଭଜା ରସୁଣ ସହିତ କରନ୍ତୁ ମହୁ ସେବନ, ମିଳିବ ଅନେକ ରୋଗରୁ ମୁକ୍ତି

ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ଏହି ଦିନରେ ଅଧିକାଂଶ ଲୋକ ରୋଗରେ ପଡନ୍ତି। ଥଣ୍ଡା ଦିନରେ ଖାସ, ଜ୍ବର, ଛିଙ୍କ, ଛାତି ଦରଜ ଭଳି ସମସ୍ଯା ଦେଖାଯାଏ। ତେଣୁ ଆପଣମାନେ ଯଦି ଏପରି ଥଣ୍ଡାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ରୋଷ୍ଟେଡ ରସୁଣ ବା ଭଜା ରସୁଣ ଖାଇବା ଆରମ୍ଭ କରିଦିଅନ୍ତୁ। ଏଥିରେ ଏଲିସିନ, ମାଙ୍ଗାନିଜ, ପୋଟାସିୟମ, ଆଇରନ, କ୍ଯାଲସିୟମ ଏବଂ ଭିଟାମିନ ସି ଭଳି ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଛି। ଶୀତ ଦିନରେ ଭଜା ରସୁଣ ଖାଇବା ଦ୍ବାରା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଭଜା ରସୁଣ ଖାଇବାର ଫାଇଦା କ’ଣ..
ଯଦି ଆପଣ ଥଣ୍ଡା ଏବଂ ଜ୍ବରରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି, ତେବେ ଭଜା ରସୁଣ ଖାଆନ୍ତୁ। ଏହା କୌଣସି ଔଷଧ ଠାରୁ କମ ନୁହେଁ। ରସୁଣ ଚା କିମ୍ବା ଖାଲି ପେଟରେ ଦୁଇଟି ରସୁଣ ଖାଇଲେ ଏପରି ସମସ୍ଯାରୁ ମୁକ୍ତି ପାଇବେ।
ରସୁଣରେ ଥିବା ଏଲିସିନି ମଣିଷର ହାର୍ଟଜନିତ ରୋଗ ସହିତ ଲଢିଥାଏ। ଏହାଛଡା କୋଲେଷ୍ଟ୍ରଲର ମାତ୍ରାକୁ ମଧ୍ୟ କମ୍ କରିଥାଏ। ପ୍ରତିଦିନ ଭଜା ରସୁଣ ଖାଇବା ଦ୍ୱାରା ପ୍ଲେଟଲେଟସର ଏକତ୍ରିକରଣ କମ୍ କରିବା ସହିତ ରକ୍ତ ପ୍ରଭାବକୁ ଠିକ୍ ରହିଥାଏ। ଉଚ୍ଚ ରକ୍ତଚାପରୁ ମଧ୍ୟ ମୁକ୍ତି ଦିଏ ଭଜା ରସୁଣ। ଆଜମା ରୋଗୀ ପ୍ରତିଦିନ କ୍ଷୀର ସହିତ ଭଜା ରସୁଣ ଖାଇଲେ ଅଜମା ନିୟନ୍ତ୍ରଣରେ ରହିଥାଏ।
ରୋଗ ସହିତ ଲଢିବା ପାଇଁ ଶରୀରରେ ଇମ୍ୟୁନିଟି ମଜବୁତ ହେବା ଜରୁରୀ। ପ୍ରତିଦିନ ମହୁ ସହିତ ରସୁଣ ସେବନ କରିବା ଦ୍ବାରା ଇମ୍ୟୁନିଟି ବଢିଥାଏ। ଯାହା ଶରୀରର ରୋଗ ପ୍ରତିରୋଧ କରିବାକୁ ଶକ୍ତି ଦିଏ। ଏହାଛଡା ଭଜା ରସୁଣ ଖାଇବା ଦ୍ୱାରା ଫ୍ୟାଟ୍ କୋଷିକାକୁ ବଢାଉଥିବା ଜିନକୁ କମ୍ କରିଥାଏ। ଯାହା ଓଜନ କମ୍ କରିବାରେ ସହାୟକ ହୁଏ।