Below header

ଗଣେଶଙ୍କୁ କାହିଁକି ଅର୍ପଣ କରାଯାଏ ସିନ୍ଦୁର ,ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ

ଆମ ଦେଶରେ ବିଭିନ୍ନ ପ୍ରକାରର ଲୋକ ବସବାସ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକତର ହିନ୍ଦୁ ଧର୍ମର ହୋଇଥାନ୍ତି । ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କର ଖୁବ୍ ମହତ୍ୱ ରହିଛି । କୁହାଯାଏ ଯେଉଁ ଭକ୍ତ ହୃଦୟର ସହିତ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ତାଙ୍କ ଉପରେ ଗଣେଶ ଭଗବାନ କୃପା ବର୍ଷା କରିଥାନ୍ତି । ଦେଶର ବିଭିନ୍ନ ସ୍ଥାନରେ ଗଣେଶଙ୍କ ମନ୍ଦିର ରହିଛି, ଯେଉଁଠି ସକାଳ ଓ ସନ୍ଧ୍ୟାରେ ଆଳତୀ ସହିତ ପୂଜାର୍ଚ୍ଚନା ହୋଇଥାଏ । ଏହାସହିତ ନିୟମିତ ଲକ୍ଷାଧିକ ଭକ୍ତ ଗଣେଶ ଭଗବାନଙ୍କ ଠାରେ ସିନ୍ଦୁର ଚଢାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଗଣେଶଙ୍କ ଠାରେ କାହିଁକି ସିନ୍ଦୁର ଅର୍ପଣ କରାଯାଇଥାଏ ।

ପ୍ରକୃତରେ ଗଣେଶ ଭଗବାନଙ୍କଠାରେ ସିନ୍ଦୁର ଚଢାଇବାର ଅନେକ ମାନ୍ୟତା ରହିଛି । କୁହାଯାଏ କି ଏହାଦ୍ୱାରା ଗଣେଶ ଭଗବାନ ପ୍ରସନ୍ନ ହେବା ସହ ଭକ୍ତଙ୍କୁ ଖରାପ ଦୃଷ୍ଟିରୁ ରକ୍ଷା କରିଥାନ୍ତି । ଏହା ବ୍ୟତୀତ ପୂଜାରେ ସିନ୍ଦୁର ଲାଗି ହେଲେ ଶୁଭ ବୋଲି କୁହାଯାଏ । ଏହା ମଙ୍ଗଳ ଏବଂ ଶାନ୍ତିର ପ୍ରତିକ ଯାହା ଗଣେଶଙ୍କ ଅତି ପ୍ରିୟ । ତେବେ ଆସନ୍ତୁ ଗଣେଶ ଭଗବାନଙ୍କଠାରେ ସିନ୍ଦୁର ଚଢାଇବା ପଛର କାହାଣୀ…

ଶିବ ପୁରାଣରେ ଲିଖିତ ଏକ ଶ୍ଲୋକ ଅନୁଯାୟୀ ଯେତେବେଳେ ଭଗବାନ ଭୋଳାଶଙ୍କର ଗଣେଶଙ୍କର ମୁଣ୍ଡ କାଟି ଦେଇଥିଲେ ସେହି ସମୟରେ ଗଣେଶଙ୍କଠାରେ ହାତୀ ମୁଣ୍ଡ ଲଗାଯାଇଥିଲା । ଯେଉଁ ସମୟରେ ଗଣେଶଙ୍କର ଠାରେ ଭୋଳାଶଙ୍କର ହାତୀ ମୁଣ୍ଡ ଲଗାଉଥିଲେ ସେତେବେଳେ ପୂର୍ବରୁ ହିଁ ସିନ୍ଦୁର ଲେପନ କରାଯାଇଥିଲା, ଯାହାକୁ ଦେଖି ମା ପାର୍ବତୀ କହିଥିଲେ କି ଆଜିଠାରୁ ମନୁଷ୍ୟ ସିନ୍ଦୁର ଦ୍ୱାରା ଗଣେଶଙ୍କୁ ପୂଜାର୍ଚ୍ଚନା କରିବେ । ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ବିଘ୍ନହର୍ତାଙ୍କଠାରେ ସିନ୍ଦୁର ଲାଗି କରାଯାଉଛି ।

ପୁରାଣରେ ଲିଖିତ ଶ୍ଲୋକ ଅନୁସାରେ ଦେବା-ଦେବୀଙ୍କ ପ୍ରିୟ ହେଉଛି ସିନ୍ଦୁର । ସେଥିପାଇଁ ଆଜି ବି ଲୋକେ ପୂଜା ପାଠରେ ସିନ୍ଦୁର ବ୍ୟବହାର କରୁଛନ୍ତି , ଖାସ୍ କରି ଗଣେଶ ଭଗବାନଙ୍କୁ ପୂଜା କରିବା ସମୟରେ । ମାନ୍ୟତା ରହିଛି କି ଗଣେଶ ଭଗବାନଙ୍କୁ ଗଣେଶ ଚଢାଇଲେ ଖରାପ ଶକ୍ତିରୁ ଛୁଟ୍ କାରା ମିଳିଥାଏ । ଏହାସହିତ ଯଦି ବୁଧବାର ଗଣେଶ ଭଗବାନଙ୍କୁ ସିନ୍ଦୁର ଅର୍ପଣ କରୁଛନ୍ତି ତେବେ ଖୁବ୍ ଶୀଘ୍ର ଭଗବାନ ପ୍ରସନ୍ନ ହୋଇ ମନସ୍କାମନା ପୂରଣ କରିଥାନ୍ତି । ଲାଲ ରଙ୍ଗର ଫୁଲ-ଗଣପତିଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ମସ୍ତକରେ ଲାଲ ସିନ୍ଦୁର ଓ ପାଦତଳେ ଲାଲ ରଙ୍ଗର ମନ୍ଦାର ଫୁଲ ଦେବା ନିହାତି ଆବଶ୍ୟକ । କାରଣ ଗଣପତି ଲାଲ ସିନ୍ଦୁର ଓ ଲାଲ ଫୁଲ ଦ୍ୱାରା ସନ୍ତୁଷ୍ଟ ହୋଇ ସମସ୍ତ ଦୁଃଖ ଦୂର କରନ୍ତି। କେବଳ ସେତିକି ନୁହେଁ ଗଣେଶଙ୍କର ଶଙ୍ଖ ଅତି ପ୍ରିୟ ଅଟେ । ଗଜାନନଂଙ୍କର ଯେଉଁ ଚାରଟି ହାତ ରହିଛି ସେ ଗୋଟିଏ ହାତରେ ଶଙ୍ଖ ଧାରଣା କରିଥାନ୍ତି । ତେଣୁ ଯେବେବି ଗଣପତିଙ୍କୁ ପୂଜା କରୁଛନ୍ତି ତେବେ ଶଙ୍ଖ ବଜାଇବାକୁ ଭୁଲିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.