Below header

ଘରେ ବନାନ୍ତୁ ସ୍ୱିଟ୍‌ ପଟାଟୋ ପିଜ୍ଜା, ସ୍ୱାସ୍ଥ୍ୟକୁ ମିଳିବ ଜବରଦସ୍ତ ଫାଇଦା

କନ୍ଦମୂଳରେ ଭିଟାମିନ ବି, ଭିଟାମିନ ସି, ଭିଟାମିନ ଡି, କ୍ୟାଲସିୟମ, ଆଇରନ୍‌, ମ୍ୟାଗ୍ନେସିୟମ, ଫସଫରସ ଏବଂ ଜିଙ୍କ୍‌ ଭରପୂର ମାତ୍ରାରେ ରହିଥାଏ। ଏଥିରେ ଆଣ୍ଟିଅକ୍ସିଡାଣ୍ଟସ ମଧ୍ୟ ରହିଥାଏ ଯାହା ଆପଣଙ୍କ ସେଲ୍ସକୁ ଡ୍ୟାମେଜ୍‌ ହେବାରୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ ହେଲଦି ପିଜ୍ଜା ରେସିପି ବିଷୟରେ ଜଣାଇବୁ। ଯାହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱିଟ୍‌ ପୋଟାଟୋ ପିଜ୍ଜା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • କନ୍ଦମୂଳ
  • ଚିଜ୍‌
  • ଭେଜିଟେବଲ
  • ହୋମ ମେଡ ପିଜ୍ଜା ସସ୍‌
  • ସ୍ୱିଟ କର୍ନ
  • ତେଲ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ କନ୍ଦମୂଳକୁ ପିଜ୍ଜା ଷ୍ଟାଇଲରେ କାଟି ଦିଅନ୍ତୁ। ଏବେ ଏହି କନ୍ଦମୂଳରେ ତେଲ ଲଗାଇ ଅଲିଭ୍‌ ଅଏଲ, ଗୋଲ ମରୀଚ, ଲୁଣ ଏବଂ ଅନ୍ୟ ଯେଉଁ ସାମଗ୍ରୀ ପକାଇବାକୁ ଚାହୁଁଛନ୍ତି ତାହେଲେ ପକାଇପାରିବେ। ଏହାପରେ ଘରେ ତିଆରି ହୋଇଥିବା ପିଜ୍ଜା ସସକୁ କନ୍ଦମୂଳ ଉପରେ ଲଗାନ୍ତୁ।
  2. ଏବେ ଆପଣ ଏଥିରେ ଭେଜିଟେବଲସ୍‌ ସ୍ୱିଟ୍‌ କର୍ନ ଏବଂ ସିମଲା ଲଙ୍କା ଓ ଚିଜ୍‌ ପକାଇ ଦିଅନ୍ତୁ।
  3. ଏହାପରେ ବେକ ହେବାକୁ ମାଇକ୍ରୋେଓ୍ଵଭରେ ରଖିଦିଅନ୍ତୁ।

କନ୍ଦମୂଳର ଫାଇଦା

କ୍ୟାନ୍ସର ଠାରୁ ରକ୍ଷା କରିଥାଏ : କନ୍ଦମୂଳରେ ମହଜୁଦ ଥିବା କ୍ୟାରିଟୀନଏଡ କ୍ୟାନ୍ସର ଭୟକୁ କମ୍‌ କରିବାରେ ସାହାଯ୍ୟ କରେ।
ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିଥାଏ : କନ୍ଦମୂଳରେ ଥିବା ଯୌଗିକ ବ୍ଲଡ ସୁଗାରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ।
ହୃଦୟ ପାଇଁ ବହୁତ ଫାଇଦାପୂର୍ଣ୍ଣ : ରିସର୍ଚ୍ଚରୁ ଜଣାପଡିଲା ଯେ କନ୍ଦମୂଳରେ କୋଲେଷ୍ଟ୍ରଲକୁ କମ୍‌ କରାଯାଇପାରିବ। ଏହାଦ୍ୱାରା ହୃଦ ସମ୍ବନ୍ଧୀୟ ସମସ୍ୟାର ସମ୍ଭାବନା କମ୍‌ ରହିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.