ଭଗବାନ କାହିଁକି ନେଇଥିଲେ ବରାହ ଅବତାର, ଜାଣନ୍ତୁ ରହସ୍ୟ ଓ କାରଣ

ଅଭିଶାପ ଶବ୍ଦ ସଂସ୍କୃତ ଭାଷା “ଶ୍ରାପ”ର ଅପଭ୍ରଂଶ । ବୈକୁଣ୍ଠ ଲୋକରେ ନାରାୟଣଙ୍କ ଦ୍ୱାରପାଳ ଥିଲେ ଜୟ ଓ ବିଜୟ । ଏକଦା ରୁଷି ମାନେ ନାରାୟଣ ଲୋକକୁ ଯାଆନ୍ତେ ଜୟ ବିଜୟ ଜୟ ବିଜୟ ଦ୍ୱାର ନିକଟରେ ଛିଡାହୋଇ ସେମାନଙ୍କୁ ଯିବାକୁ ଦେଇନଥିଲେ । ଯାହା ଫଳରେ ରୁଷି ମାନେ ଖୁବ ଜୋରରେ ରାଗି ସେମାନଙ୍କୁ ଅଭିଶାପ ଦେଇଥିଲେ । ଫଳରେ ପର ଜନ୍ମରେ ଦୁହେଁ ପୃଥିବୀ ପୃଷ୍ଠରେ ଅସୁର ବଂଶରେ ଦିତି ଓ କଶ୍ୟପ ରୂଷିଙ୍କ ପୁଅ ଭାବରେ ଜନ୍ମ ନେଇଥିଲେ । ଏହି ଦୈତ୍ୟ ଦୁହିଁଙ୍କ ନାଁ ହିରଣ୍ୟାକଶ୍ୟପୁ ଓ ହିରଣ୍ୟକ ଥିଲା । କିନ୍ତୁ ପରେ ଏହି ଦୁଇ ଭାଇଙ୍କ ବଦ୍ଧ ସ୍ଵୟମ ନାରାୟଣଙ୍କ ହାତରେ ହେବା ଫଳରେ ସେମାନେ ମୁକ୍ତି ପାଇଥିଲେ । ଦଶାବତାର ଭିତରୁ ବରାହ ଅବତାରରେ ନାରାୟଣ ହିରଣ୍ୟକର ସଂହାର କରିଥିଲେ । ଓଡ଼ିଆ ରୀତିରେ ବଉଳ ଅମାବାସ୍ୟାକୁ ବରାହ ଅବତାରଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ତେବେ ଆସନ୍ତୁ କିପରି, କେଉଁ କାରଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ବରାହଙ୍କ ଜନ୍ମ ହୋଇଥିଲା ଜାଣିବା ।

varah abatar

 

ପୁରା କାଳରେ ଦିନକୁ ଦିନ ଧରାପୃଷ୍ଠରେ ହିରଣ୍ୟକର ଅତ୍ୟାଚାର ବଢିବାକୁ ଲାଗିଲା । ତା ଅଧୀନରେ ଅସୁର ମାନେ ଯଂଜ୍ଞ ପରି କର୍ମକୁ ଧ୍ବଂସ କରିଦେଲେ । ନିଜ ପରାକ୍ରମ ଓ ବାହୁବଳରେ ହିରଣ୍ୟକ ସ୍ୱର୍ଗ, ନର୍କ, ମୃତ୍ୟୁଲୋକ ଉପରେ ବିଜୟ ହାସଲ କରିଥିଲା । ବୟସ ବଢିବା ସହ ଦୁଇ ଭାଇଙ୍କ ଉଚ୍ଚତା ଆକାଶ ଛୁଇଁବା ହେବା ସହିତ ଶରୀର ପର୍ବତ ପରି ଚଉଡ଼ା ହେବାକୁ ଲାଗିଲା । ଏମିତି ଦିନେ ବୁଲୁ ବୁଲୁ ହିରଣ୍ୟକ ବରୁଣ ପୁରୀରେ ଯାଇ ପହଞ୍ଚିଥିଲା । ବରୁଣ ଦେବଙ୍କୁ ଯୁଦ୍ଧ ପାଇଁ ଡାକିବାରୁ ବରୁଣ ଦେବ କିନ୍ତୁ ଯୁଦ୍ଧ କରିବାକୁ ଆଗ୍ରହ ଦେଖାଇ ନଥିଲେ । ଆଉ ଜବାବରେ ତାକୁ କହିଥିଲେକି ତମ ପରି ଜଣେ ବଳବାନଙ୍କ ସହ ଲଢ଼ିବା ପାଇଁ ମୋର ଆଉ କ୍ଷମତା ନାହିଁ । କହିଥିଲେକି ତମ ପରି ଜଣେ ବଳବାନ ସ୍ଵୟମ ନାରାୟଣଙ୍କ ପାଖକୁ ଯାଇ ଯୁଦ୍ଧ କରିବା ଉଚିତ ।

ଏହି ସମୟରେ ଦେବତାଙ୍କ ସହ ସ୍ୱୟଂବ୍ରହ୍ମା ହିରଣ୍ୟକ ଦାଉରୁ ରକ୍ଷା ପାଇବା ନେଇ ନାରାୟଣଙ୍କୁ ପ୍ରାର୍ଥନା କରୁଥାନ୍ତି । ପ୍ରଭୁଙ୍କ ଠାରୁ ଆଦେଶ ପାଇ ପିତାମହ ବ୍ରହ୍ମା ନାରାୟଣଙ୍କ ଧ୍ୟାନ କରି ନିଜ ନାସିକାରୁ ବିଷ୍ନୁଙ୍କ ବରାହ ଅବତାରକୁ ଜନ୍ମ ଦେଇଥିଲେ । ସେପଟେ ବରୁଣ ଦେବଙ୍କ ଠାରୁ ଶୁଣି ହିରଣ୍ୟକ ଦେବର୍ଷି ନାରଦଙ୍କ ପାଖକୁ ଯାଇ ନାରାୟଣଙ୍କ ଠିକଣା ମାଗିଥିଲେ । ଦେବର୍ଷି ତାଙ୍କୁ ଉତ୍ତରରେ କହିଥିଲେକି ନାରାୟଣ ଏବେ ବରାହ ରୂପ ଧାରଣ କରି ସମୁଦ୍ରରୁ ପୃଥିବୀକୁ ରକ୍ଷା କରିବାକୁ ଯାଇଛନ୍ତି । ନାରଦଙ୍କ ଠାରୁ ଏହା ଶୁଣି ହିରଣ୍ୟକ ତୁରନ୍ତ ସମୁଦ୍ର ପାଖକୁ ଯାଆନ୍ତେ ଦେଖିଥିଲେକି ବରାହ ଅବତାର ରୂପରେ ନାରାୟଣ ପୃଥିବୀକୁ ଉଦ୍ଧାର କରୁଛନ୍ତି । ଏହା ଶୁଣି ହିରଣ୍ୟକ କିଂଚିତ ଆଚମ୍ବିତ ହୋଇ ଯାଇଥିଲା | କାରଣ ସେ ହିଁ ପୃଥିବୀକୁ ସମୁଦ୍ରରେ ରଖିଥିଲା ।

ଆଉ ବରାହ ଅବତାରୀ ନାରାୟଣଙ୍କୁ ଏପରି କରୁଥିବାର ଦେଖି ହିରଣ୍ୟକ ଆକ୍ଷେପ କରି କହିଥିଲା, “ଆରେ ଏ ଜଙ୍ଗଲୀ ପଶୁ | ତୁ ଜଳକୁ କେମିତି ଆସିଲୁ । ମୂର୍ଖ ପଶୁ । ଏ ପୃଥିବୀକୁ କୁଆଡେ ନେଇ ଯାଉଛୁ । ମୁଁ ଥାଉ ଥାଉ ତୁ କେବେବି ଏହାକୁ ରସା ତାଳରୁ ନେଇ ଯାଇ ପାରିବୁ ନାହିଁ । ତୁ ଦୈତ୍ୟ ଓ ଦାନବ ଉଭୟଙ୍କ ଶତ୍ରୁ | ତେଣୁ ମୁଁ ଆଜି ତୋର ବଦ୍ଧ କରୁଛି ।” ଏହା ପରେ ହିରଣ୍ୟକ ଓ ନାରାୟଣଙ୍କ ଭିତରେ ଘମାଘୋଟ ଯୁଦ୍ଧ ହୋଇଥିବା ବେଳେ ପ୍ରଭୁ ବରାହ ରୂପରେ ନିଜ ତୀକ୍ଷ୍ଣ ଦାନ୍ତ ସାହାଯ୍ୟରେ ହିରଣ୍ୟକର ବଦ୍ଧ କରିଥିଲେ । ରାକ୍ଷସ ଜାତିର ହୋଇଥିଲେ ମଧ୍ୟ ଏମାନଙ୍କ ବଂଶରେ ପ୍ରହ୍ଲାଦଙ୍କ ପରି ମହାଭକ୍ତ, ମହାପୁରୁଷ ଜନ୍ମ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.