Below header

ଭାରତୀୟ ସଂସଦ ପରି ଅବିକଳ ଦେଖାଯାଏ ଏହି ମନ୍ଦିର, ଯାହାକୁ ତାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଭାବେ ବି ଜଣାଯାଏ

ଆମ ଦେଶ ଭାରତରେ ସମୁଦାୟ ୪ଟି ଚୌଷଠି ଯୋଗିନୀ ମନ୍ଦିର ଅଛି । ଯାହା ମଧ୍ୟରୁ ୨ଟି ଓଡିଶା ଓ ୨ଟି ମଧ୍ୟ ପ୍ରଦେଶ ରାଜ୍ୟରେ ଅବସ୍ଥିତ । କିନ୍ତୁ ମଧ୍ୟ ପ୍ରଦେଶର ମୁରେନା ଠାରେ ଅବସ୍ଥିତ ଚୌଷଠି ଯୋଗିନୀ ମନ୍ଦିର ସବୁଠୁ ପ୍ରାଚୀନ ଓ ସ୍ୱତନ୍ତ୍ର । ତନ୍ତ୍ର – ମନ୍ତ୍ର ପାଇଁ ଏହା ଖୁବ ପ୍ରସିଦ୍ଧି ଲାଭ କରିଛି । ଯେଉଁ କାରଣରୁ ଏହାକୁ ଭାରତର ”ତାନ୍ତ୍ରିକ ବିଶ୍ୱବିଦ୍ୟାଳୟ” ବି କୁହାଯାଇଥାଏ । ଦେଶ ବିଦେଶରୁ ଲକ୍ଷ ଲକ୍ଷ ତାନ୍ତ୍ରିକ ମାନେ ତନ୍ତ୍ର ସାଧନା ପାଇଁ ଏଠାକୁ ଅସିଥାନ୍ତି । ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ବିଶେଷ କଥା;

chausathi temple

୧. ଏହି ମନ୍ଦିରଟି ଏକ ବୃତ୍ତ ଆକାରର ନିର୍ମାଣ ହୋଇଥିବା ବେଳେ ଏହା ଭିତରେ ସର୍ବମୋଟ ୬୪ ଟି କୋଠରୀ ଅଛି । ପାଖାପାଖି ୨୦୦ ସିଢି ଚଢିବା ପରେ ହିଁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ହୋଇଥାଏ । ପ୍ରତି କୋଠରୀରେ ଶିବ ଲିଙ୍ଗ ବି ପ୍ରତିଷ୍ଠା କରାଯାଇଛି । ଏହାର ମଧ୍ୟ ସ୍ଥଳରେ ଏକ ବିଶାଳ ଶିବ ଲିଙ୍ଗ ବି ଅଛି । କୁହାଯାଏ କି ଏହାକୁ ୧୩୨୩ ମସିହାରେ କ୍ଷତ୍ରିୟ ରାଜା ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ।

୨. ପ୍ରଥମେ ଶିବଲିଙ୍ଗ ସହ ଦେବୀଙ୍କ ମୂର୍ତ୍ତି ବି ପ୍ରତିଷ୍ଠା କରାଯଇଥିଲା । କିନ୍ତୁ ଚୋରି ହେବା କାରଣରୁ ଏବେ ଦେବୀ ମୂର୍ତ୍ତି ଗୁଡିକୁ ନୂଆ ଦିଲ୍ଲୀ ସ୍ଥିତ ସଂଗ୍ରହାଳୟରେ ରଖାଯାଇଛି । ସମୁଦାୟ ୧୦୧ ଖମ୍ବ ଉପରେ ଗଢି ଉଠିଥିଲା ଏହି ମନ୍ଦିର । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଏହାକୁ ପ୍ରାଚୀନ ଐତିହାସିକ ସ୍ମାରକର ମାନ୍ୟତା ମଧ୍ୟ ମିଳିଛି ।

chausathi temple

୩. କୁହାଯାଏ କି ବ୍ରିଟିଶ ଆର୍କିଟେକ ଏଡ଼ବିନ ଲୁଟିୟାନ୍ସ ଏହି ମନ୍ଦିର ଆକାର ଆଧାରରେ ହିଁ ଦିଲ୍ଲୀ ସଂସଦ ଭବନର ନିର୍ମାଣ କରିଥିଲେ । କିନ୍ତୁ ଏବାବଦ ତଥ୍ୟ ଏଯାବତ କୌଣସି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇନାହିଁ ।

୪. ସ୍ଥାନୀୟ ଅଧିବାସୀ ଆଜି ବି ବିଶ୍ୱାସ କରନ୍ତି କି ଆଜି ବି ଏହି ମନ୍ଦିର ମହାଦେବ ଶିବଙ୍କ ତନ୍ତ୍ର ସାଧନା କବଚରେ ସୁରକ୍ଷିତ ଭାବେ ରହିଛି । କୌଣସି ବି ଜୀବଜନ୍ତୁଙ୍କୁ ରାତିରେ ରହିବା ପାଇଁ ଅନୁମତି ମିଳିନଥାଏ ।

chausathi temple

୫. ବିଶ୍ୱାସ କରାଯାଏ କି ସମସ୍ତ ଚଉଷଠି ଯୋଗିନୀ ହେଉଛନ୍ତି ସ୍ୱୟଂ ମା’ କାଳୀଙ୍କ ଅବତାର । ପୁରାଣ ଅନୁଯାୟୀ ଘୋର ନାମକ ଅସୁର ସହ ଯୁଦ୍ଧ କରିବା ସମୟରେ ମା’ଏହି ଅବତାର ନେଇଥିଲେ ।

୬. ଚୌଷଠି ଯୋଗିନୀ ମନ୍ଦିରକୁ ଏକ ସମୟରେ ତାନ୍ତ୍ରିକ ବିଶ୍ୱବିଦ୍ୟାଳୟ ଭାବେ ଜଣାଯାଉଥିଲା । ଦେଶ ବିଦେଶରୁ ଅନେକ ତାନ୍ତ୍ରିକ ସିଦ୍ଧି ପ୍ରାପ୍ତି ପାଇଁ ଏଠାକୁ ଆସି ଯଜ୍ଞ କରିଥାନ୍ତି । ଏହାକୁ ଅନ୍ୟ ନାମରେ ”ଇଙ୍କତେଶ୍ୱର ମନ୍ଦିର” ନାମରେ ବି ଜଣାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.