ପତ୍ନୀଙ୍କୁ ବୋଝ ଭାବୁଥିବା ପତିଙ୍କୁ ସଠିକ୍‌ ଜବାବ୍‌ ଦେଲେ ଶିଳ୍ପା, ଭାଇରାଲ ହେଲା ଭିଡିଓ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାନ୍ତି। ଶିଳ୍ପା ନିଜର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ବର୍ତ୍ତମାନ ଶିଳ୍ପାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଟିକଟକ୍‌ ଭିଡିଓରେ ଶିଳ୍ପା ସେଟ୍ଟୀ ନିଆରା ଢଙ୍ଗରେ ପତିମାନଙ୍କୁ ଉଚିତ୍‌ ଜବାବ୍‌ ଦେଉଥିବାର ନଜର ଆସିଛନ୍ତି। ଶିଳ୍ପାଙ୍କର ଏହି ନିଆରା ଅନ୍ଦାଜ୍‌ ଫ୍ୟାନ୍ସମାନେ କେବେ ବି ଦେଖିନଥିବେ।

https://www.instagram.com/p/B7gjEubBuXa/?utm_source=ig_web_copy_link

ଶିଳ୍ପା ଏହି ଭିଡିଓରେ ବଡ ବିନ୍ଦି ଏବଂ ମୁଣ୍ଡରେ ଓଢଣା ଦେଇ ବସିଛନ୍ତି। ଏହି ଭିଡିଓରେ ଶିଳ୍ପା କହିଛନ୍ତି, ଯେଉଁ ଲୋକମାନେ ନିଜ ପତ୍ନୀଙ୍କୁ ବୋଝ ବୋଲି ଭାବୁଛନ୍ତି, ମୁଁ ସେମାନଙ୍କୁ ଏହା କହିବାକୁ ଚାହୁଁଛି କି ଏହି ବୋଝ ନିଜେ ଚାଲି ଆସିନଥିଲା। ଆପଣ ନିଜେ ଆଣିବା ପାଇଁ ବ୍ୟାଣ୍ଡ ବାଜା ନେଇ ଯାଇଥିଲେ। ଶିଳ୍ପାଙ୍କର ଏହି ଭିଡିଓରେ ଫ୍ୟାନ୍ସମାନେ ଖୁବ୍‌ କମେଣ୍ଟ କରିଛନ୍ତି। ୟୁଜର୍ସମାନେ କମେଣ୍ଟରେ ଲେଖିଛନ୍ତି, ଆପଣ ବିଲକୁଲ୍‌ ଠିକ୍‌ କହିଛନ୍ତି ମ୍ୟାମ୍‌। ସେହିଭଳି ଅନ୍ୟ ଜଣେ ଲେଖିଛନ୍ତି ଗୁଡ୍‌ ଓ୍ଵାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.