Below header

ଏଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଏବେ କାର୍ଡ ବିନା ବି ଟଙ୍କା ଉଠାଇପାରିବେ ଗ୍ରାହକ

ଏବେ ICICI Bank ନିଜ ଗ୍ରାହକଙ୍କ ପାଇଁ ବିନା ଡେବିଟ୍‌ କାର୍ଡରେ ଟଙ୍କା ଉଠାଇବା ଭଳି ସେବା ଆରମ୍ଭ କରିଛି। ବ୍ୟାଙ୍କ ଏଥିପାଇଁ ନୂଆ କାର୍ଡଲେସ୍‌ ଓ୍ଵିଡ୍ରାଲ ସୁବିଧା ଆରମ୍ଭ କରିଛି। ଏହି ସେବା ଅନ୍ତର୍ଗତ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ICICI Bank ଏଟିଏମ୍‌ରୁ ବିନା ଡେବିଟ୍‌ କାର୍ଡରେ ମଧ୍ୟ ଟଙ୍କା ଉଠାଇପାରିବେ।

Related image

କମ୍ପାନୀ ତରଫରୁ ମିଳିଥିବା ସୂଚନା ମୁତାବକ ICICI Bank ଖାତାଧାରୀ ଏବେ ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ iMobile app ଡାଉନ୍‌ଲୋଡ୍‌ କରି ସେବା ଆରମ୍ଭ କରିପାରିବେ। ଏହି ଆପ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କୁ କୌଣସି ICICI Bank ଏଟିଏମ୍‌ରେ କାର୍ଡ ବା ପିନ୍‌ର ଆବଶ୍ୟକତା ପଡ଼ିବ ନାହିଁ। କେବଳ ଏଟିଏମ୍‌କୁ ଯାଇ କାର୍ଡଲେସ୍‌ କ୍ୟାସ୍‌ ବାହାର କରିବା ବିକଳ୍ପକୁ ଚୟନ କରିବାକୁ ପଡ଼ିବ। ପରେ ଗ୍ରାହକ ନିଜ ଫୋନ୍‌ରେ ବ୍ୟାଙ୍କର ଆପ୍‌ରେ ପିନ୍‌କୋଡ୍‌ ଦେଇ ଟଙ୍କା ଉଠାଇ ପାରିବେ। ଅର୍ଥାତ୍‌, କମ୍ପାନୀ ମୋବାଇଲ୍‌ ନମ୍ବର, ଆପ୍‌ ଓ ବ୍ୟାଙ୍କିଙ୍ଗ୍‌ ସେବାକୁ ମିଶାଇ ଏହି ସେବା ଆରମ୍ଭ କରିଛି।

Image result for atm

ବ୍ୟାଙ୍କର କହିବାନୁସାରେ ଏହି ନୂଆ ସେବାର ଫାଇଦା ICICI Bank ର ସମସ୍ତ ଗ୍ରାହକ ଉଠାଇପାରିବେ। ଗ୍ରାହକମାନେ ଏଥିରେ ଏକକାଳୀନ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ। ସେହିଭଳି ଏଥିରେ ଦିନକୁ ୨୦ ହଜାର ଟଙ୍କା ଉଠାଇବା ସୁବିଧା ରହିଛି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କାର୍ଡଲେସ୍‌ ଟଙ୍କା ବାହାର କରିବା ସୁବିଧା ନିଜ ଗ୍ରାହକଙ୍କୁ ଦେଉଛି। ଏଥିପାଇଁ ଗ୍ରାହକଙ୍କୁ Yono ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିଥାଏ। ଏହି ଆପ୍‌ ସାହାଯ୍ୟରେ ଲୋକମାନେ ବିନା ଡେବିଟ୍‌ କାର୍ଡରେ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.