ବଞ୍ଚି ଥାଉ ଥାଉ ସ୍ୱାମୀ କରୁଥିଲେ ସ୍ତ୍ରୀର ଅନ୍ତିମ ସଂସ୍କାର ପ୍ରସ୍ତୁତି, ଯାହାକୁ ଦେଖି ଆରପାରିକୁ ଚାଲିଗଲେ ଏହି ମହିଳା

ଦୀର୍ଘଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ମହିଳାଙ୍କୁ ଯେତେବେଳେ ତାଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ନେବେ, ସେ ସମୟରେ ମହିଳା ଜଣକ କିପରି ଅନୁଭବ କରୁଥିବେ? ରୁଷରେ ଘଟିଥିବା ଠିକ୍‌ ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି।

maa2

ମହିଳାଙ୍କ ନାଁ Fagilyu Mukhametzyanov। ଯେବେ ସେ ଅନୁଭବ କଲେ ଯେ ତାଙ୍କ ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ସେତେବେଳେ ସେ ଭୟଭୀତ ହୋଇଯାଇଥିଲେ। ଆଉ ଭୟରେ ଉଠିକି ବସିପଡ଼ିଥିଲେ। ସେପଟେ ସ୍ତ୍ରୀକୁ ବଞ୍ଚିଥିବାର ଦେଖି ସ୍ୱାମୀ ବହୁତ ଖୁସି ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ସେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା।

maaa

Fagilyu ହସ୍ପିଟାଲ ଆଇସିୟୁରେ କେବଳ ୧୨ ମିନିଟ୍‌ ଯାଏ ହିଁ ଜୀବିତ ରହିଥିଲେ। ନିଜ ଅନ୍ତିମ ସଂସ୍କାର ଦେଖି ତାଙ୍କୁ ଏତେ ଜୋର୍‌ରେ ଝଟ୍‌କା ଲାଗିଥିଲା ଯେ ହାର୍ଟ ଆଟାକ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା।

ଜଣାପଡ଼ିଛି ଯେ ହଠାତ୍‌ ଛାତିରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କ ସ୍ୱାମୀ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ କହିବା ହେଲା, ହାର୍ଟ ଆଟାକ୍‌ରେ ତାଙ୍କର ମୃତ୍ୟୁ ଘଟିଛି।

myy

ତେବେ ଲୋକେ ଏହି ଘଟଣାକୁ ଚମତ୍କାର ବୋଲି କହୁଥିବା ବେଳେ ମହିଳାଙ୍କ ସ୍ୱାମୀ Fagili ଏହାକୁ ଡାକ୍ତରଙ୍କ ଅବହେଳା ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.