Tinder ରେ ସବୁଠାରୁ ଅଧିକ ଟଙ୍କା ଉଡ଼ାଉଛନ୍ତି ଭାରତୀୟ, ଜାଣନ୍ତୁ ଏହି ଡେଟିଂ ଆପ୍‌ ସମ୍ପର୍କରେ

ଭାରତର ଲୋକମାନେ ନିଯୁକ୍ତି ଆପ୍‌ ବଦଳରେ ଅଧିକ ଡେଟିଂ ଆପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଲୋକମାନେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତୀୟମାନେ ଡେଟ୍‌ ଓ ଫ୍ଲର୍ଟ କରିବାକୁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ଆପ୍‌ ଏନି ତରଫରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଭାରତୀୟମାନେ ସବୁଠାରୁ ଅଧିକ ଟଙ୍କା ଡେଟିଂ ଆପ୍‌ ସାଇଟ୍‌ ଟିଣ୍ଡର (Tinder) ଉପରେ ଖର୍ଚ୍ଚ କରୁଛନ୍ତି।

Image result for tinder

ରିପୋର୍ଟ ଅନୁସାରେ ଟିଣ୍ଡର ଉପରେ ଲୋକମାନେ ମନଖୋଲା ଖର୍ଚ୍ଚ କରୁଛନ୍ତି। କିନ୍ତୁ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ Netflix ଓ Hotstar ଉପରେ ଟଙ୍କା ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ନିଯୁକ୍ତି ପାଇଁ ଲୋକମାନେ ଖୁବ୍‌ କମ୍‌ ନେଟ୍‌ ବ୍ୟବହାର କରୁଥିବା ଜଣାଯାଇଛି। ଟଙ୍କା ଦେଇ ବ୍ୟବହାର କରାଯାଉଥିବା ସାଇଟ୍‌ ମଧ୍ୟରେ Linkedin ଟପ୍‌ ୧୦ରେ ସବୁଠାରୁ ତଳେ ରହିଛି।

ଟିଣ୍ଡର କ’ଣ?

Image result for tinder

ସାରା ଦୁନିଆରେ ପ୍ରଚଳିତ ସବୁଠାରୁ ଲୋକପ୍ରିୟ ଡେଟିଂ ଆପ୍‌ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ରହିଛି Tinder। ଏଠାରେ ଅଧିକାଂଶ ମହିଳା ଓ ପୁରୁଷ ଡେଟିଂ କରିବାକୁ ନିଜ ଅନୁସାରେ ଲୋକ ଖୋଜିଥାନ୍ତି। ଡେଟ୍‌ ପାଇଁ ଟିଣ୍ଡର ଆବଶ୍ୟକୀୟ ସୂଚନା ଯଥା: ପସନ୍ଦ, ହବି ଓ ବିଚାରଧାରା ଆଦିକୁ ସାମିଲ କରିଥାଏ। ଏଥିରେ ଲୋକଙ୍କୁ ଆଖପାଖରେ ଟିଣ୍ଡର ବ୍ୟବହାର କରୁଥିବା ଲୋକଙ୍କ ବିଷୟରେ ମଧ୍ୟ ସୂଚନା ମିଳିଥାଏ। ଯଦି କୌଣସି ୟୁଜରଙ୍କୁ ଆଉ ଜଣଙ୍କ ପ୍ରୋଫାଇଲ୍‌ ପସନ୍ଦ ଆସେ ତେବେ ସେ ତାଙ୍କୁ ରାଇଟ୍‌ ସ୍ୱାପ୍‌ କରିବାକୁ ହୋଇଥାଏ। ବର୍ତ୍ତମାନ ସାରା ଭାରତରେ ଅଧିକ ଲୋକ ଡେଟିଂ ପାଇଁ ଟିଣ୍ଡର ବ୍ୟବହାର କରୁଥିବା ଦେଖାଯାଇଛି।

Related image

ସେହିପରି ସୋସିଆଲ ସାଇଟ୍‌ ଭାବେ ଦେଶରେ ସବୁଠାରୁ ଅଧିକ ଫେସ୍‌ବୁକ୍‌ ବ୍ୟବହାର କରାଯାଉଛି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ହ୍ଵାଟ୍ସ ଆପ୍‌। ଏହା ବ୍ୟତୀତ ଲୋକମାନେ ବର୍ତ୍ତମାନ ଅଧିକ ପରିମାଣରେ ମେସେଞ୍ଜର ଓ ଶେୟାରଚାଟ୍‌ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.