Below header

ହିନ୍ଦୁ ଧର୍ମରେ ନାଲି ରଙ୍ଗର ରହିଛି ବିଶେଷ ମହତ୍ତ୍ବ, ଜାଣନ୍ତୁ କିଛି ସ୍ବତନ୍ତ୍ର କଥା

ହିନ୍ଦୁ ଧର୍ମରେ ନାଲି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ପୂଜା କରିବା ସମୟରେ ଇଶ୍ବରଙ୍କ ମୂର୍ତ୍ତି ତଳେ ହେଉ କିମ୍ବା ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ନାଲି ରଙ୍ଗର ବ୍ୟବହାର ଅଧିକ ଦେଖାଯାଏ । ଏହାଛଡା ହଳଦିଆ ଏବଂ ନୀଳ ରଙ୍ଗକୁ ବି ହିନ୍ଦୁ ଧର୍ମରେ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏଥି ସହିତ ସବୁଜ, ନାରଙ୍ଗୀ ଇତ୍ୟାଦି ରଙ୍ଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହାର ମହତ୍ତ୍ବକୁ ମଧ୍ୟ ଏପରି ଭାବରେ ବୁଝି ହେବ ଯେ ସମାନ ରଙ୍ଗ ଅଗ୍ନି ଜ୍ୱଳନ ସମୟରେ ଦେଖାଯାଏ । ତେବେ ଆସନ୍ତୁ ଜାଣିବା ନାଲି ରଙ୍ଗର ବିଶେଷତ୍ୱ ବିଷୟରେ ।

ଲାଲ ରଙ୍ଗ ମଧ୍ୟ ଅଗ୍ନି, ରକ୍ତ ଏବଂ ମଙ୍ଗଳର ରଙ୍ଗ ଅଟେ । ଏବଂ ଲାଲ ରଙ୍ଗ ଉତ୍ସାହ, ଶୁଭଫଳ, ସାହସ ଏବଂ ନୂତନ ଜୀବନର ପ୍ରତୀକ ହୋଇଥାଏ । ତଥାପି, ଏହା ଭୟଙ୍କର ସୂଚନା ଦେଇଥାଏ । ତେଣୁ ଯେଉଁମାନେ ଅଧିକ କ୍ରୋଧି ହୋଇଥାନ୍ତି , ସେମାନଙ୍କୁ କମ ଲାଲ ରଙ୍ଗର ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ହିନ୍ଦୁ ଧର୍ମରେ ସାଧବା ନାରୀର ପରିଚୟ ହେଉଛି ଲାଲ ରଙ୍ଗ ତେଣୁ ବିବାହିତ ମହିଳାମାନେ ନାଲି ଶାଢ଼ୀ ଏବଂ ନାଲି ରଙ୍ଗର ରଙ୍ଗର ପୋଷାକ ପିନ୍ଧିଥାନ୍ତି ।

ଏହା ସହିତ ନାଲି ରଙ୍ଗ ମଧ୍ୟ ପ୍ରକୃତି ସହିତ ଜଡିତ। ଖାଲି ସେତିକି ନୁହେଁ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟଅସ୍ତ ସହିତ ଏହି ନାଲି ରଙ୍ଗର ମେଳ ଖାଇଥାଏ । ଦେବୀ ଲକ୍ଷ୍ମୀଙ୍କ ପ୍ରିୟ ରଙ୍ଗ ଲାଲ ରଙ୍ଗ ହୋଇଥାଏ । ମା ଲକ୍ଷ୍ମୀ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତି ଏବଂ ଏକ ଲାଲ୍ କମଲ ଉପରେ ସଜ୍ଜିତ ହୋଇ ବସିଥାନ୍ତି । ତାଙ୍କୁ ପୂଜା କରିବା ସମୟରେ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତି ପାଖରେ ନାଲି ରଙ୍ଗର କପଡା ବିସ୍ତାର କରାଯାଇଥାଏ ।

ରାମ ଭକ୍ତ ହନୁମାନ ମଧ୍ୟ ନାଲି ଏବଂ ସିନ୍ଦୁର ରଙ୍ଗକୁ ଭଲ ପାଆନ୍ତି, ତେଣୁ ତାଙ୍କୁ ନାଲି ସିନ୍ଦୁର ଦିଆଯାଇଥାଏ ଓ ମା ଦୁର୍ଗାଙ୍କ ମନ୍ଦିରରେ ଲାଲ ରଙ୍ଗ ସର୍ବାଧିକ ବ୍ୟବହୃତ ହୁଏ । ହିନ୍ଦୁ ଧର୍ମରେ ବିବାହ ସମୟରେ ବର ଏବଂ କନ୍ୟାକୁ ନାଲି ରଙ୍ଗର ପ୍ରାଧାନ୍ୟ ଦିଆଯାଏ । ଏହି ରଙ୍ଗ ସେମାନଙ୍କ ଭବିଷ୍ୟତ ଜୀବନରେ ଆସୁଥିବା ସୁଖ ସହିତ ଜଡିତ ରହିଥାଏ ।

ବିବାହିତା ନାରୀ ସ୍ବାମୀଙ୍କ ଖୁସି, ବୀରତା, ଜ୍ଞାନ, ଶୁଦ୍ଧତା ଏବଂ ସେବାର ପ୍ରତୀକ ହୋଇଥାଏ ନାଲି ରଙ୍ଗ। ରାମ, କ୍ରିଷ୍ଣା, ଅର୍ଜୁନଙ୍କ ରଥର ଧ୍ବଜ ମଧ୍ୟ ନାଲି ହୋଇଥାଏ।

ସନାତନ ଧର୍ମରେ ସାଧୁ ସନ୍ନ୍ଯାସୀ କେସରୀ ରଙ୍ଗ ବସ୍ତ୍ର ପିନ୍ଧନ୍ତି। ଏହା ସେମାନଙ୍କର ମୋକ୍ଷ ମାର୍ଗରେ ଚାଲିବାର ସଂକଳ୍ପ ନେଇଥାନ୍ତି ବୋଲି ଦର୍ଶାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.