Below header

ମାତ୍ର ୨୧ ବର୍ଷ ବୟସ ସରପଞ୍ଚ ଗାଁକୁ କଲେ କରୋନା ମୁକ୍ତ, ମୁଖ୍ୟମନ୍ତ୍ରୀ କଲେ ଭୂୟସୀ ପ୍ରଶଂସା

ମହାମାରୀର ଦ୍ୱିତୀୟ ଷ୍ଟ୍ରେନ୍‌ ସହର ପରେ ଏବେ ଗାଁ ମୁହାଁ ହୋଇଛି। ଗାଁରେ ଏହି ଅଦୃଶ୍ୟ ରୋଗ ବ୍ୟାପିବାରେ ଲାଗିଛି ଏବଂ ଅନେକ ଲୋକ ବିନା ଚିକିତ୍ସାରେ ବି ପ୍ରାଣ ହରାଉଛନ୍ତି। ତେବେ ଏମିତି ପରିସ୍ଥିତିରେ ମହାରାଷ୍ଟ୍ରରର ସୋଲାପୁର ଜିଲ୍ଲାର ଏକ ଗାଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଏଠାକାର ସରପଞ୍ଚ ଋତୁରାଜ ଦେଶମୁଖ ଗାଁକୁ ଗୋଟେ ବର୍ଷ ପର୍ଯ୍ୟନ୍ତ କରୋନା ମୁକ୍ତ କରିରଖିଛନ୍ତି।

ମହାରାଷ୍ଟ୍ରର ସବୁଠାରୁ ଯୁବ ସରପଞ୍ଚ ଋତୁରାଜ ଦେଶମୁଖ କରୋନା ମହାମାରୀ ଠାରୁ ନିଜ ଗାଁକୁ ଦୂରେଇ ରଖିବା ପାଇଁ ୫ ପଏଣ୍ଟ ଫର୍ମୁଲା ଆପଣେଇଛନ୍ତି। ଗାଁର ପ୍ରତ୍ୟେକ ଲୋକଙ୍କ ମନରେ ଏକ ସଚେତନତା ସୃଷ୍ଟି କଲେ, ଯାହାର ଫଳସ୍ୱରୂପ ଗାଁ ଏବେ ସଂକ୍ରମଣ ମୁକ୍ତ। ଆଉ ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଯୁବ ସରପଞ୍ଚଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।

downloadଋତୁରାଜ ମହାରାଷ୍ଟ୍ର ସୋଲାପୁର ଘାଟନେ ଗାଁର ସରପଞ୍ଚ ଅଟନ୍ତି ଏବଂ ସେଠାରେ ମୋଟ ଜନସଂଖ୍ୟା ୧,୫୦୦। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗାଁରେ ଗତ ମାର୍ଚ୍ଚ ୨୦୨୦ ଠାରୁ ନେଇ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସଂକ୍ରମଣର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। କିନ୍ତୁ ସେ ଜଣାଇଛନ୍ତି ଯେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ କରୋନାର ଦୁଇଟି ମାମଲା ସାମ୍ନାକୁ ଆସିଥିଲା ଏବଂ ଦୁଇ ସଂକ୍ରମିତଙ୍କର ମୃତ୍ୟୁ ହୋଇଯାଇଛି। ଏହାପରେ ଗାଁର ଅନେକ ଲୋକ ଭୟଭୀତ ହୋଇଗଲେ ଏବଂ ଅନେକ ଲୋକ ଭୟରେ ନିଜ ଘର ଛାଡି ଖେତରେ ରହିବାକୁ ଚାଲିଗଲେ।

ଏଭଳି ସ୍ଥିତିରେ ଦେଶମୁଖ ସମସ୍ତଙ୍କ ସହ ବିଚାର ବିମର୍ଶ କରି କୋଭିଡ-୧୯ ବିରୁଦ୍ଧରେ ସଚେତନତା ଅଭିଯାନ ଆରମ୍ଭ କରିଦେଲେ। ଆଉ ପ୍ରୟାସରେ ନିଜ ଟିମ୍‌ ସହ ମିଶି ୫ ପଏଣ୍ଟ ଫର୍ମୁଲା ଅର୍ଥାତ ସମ୍ପର୍କ, ଯାଞ୍ଚ, ଉପଚାର, ଟିକାକରଣ ଏବଂ କୋଭିଡ ଠାରୁ ସୁରକ୍ଷା ଏମିତି ୫ଟି ଜିନିଷକୁ ବ୍ୟବହାର କରି ସେ ଆଜି ଗାଁକୁ କୋଭିଡ ମୁକ୍ତ କରିପାରିଛନ୍ତି।

sarpanchତାଙ୍କର ଏହି କାର୍ଯ୍ୟରେ ଆଶା କର୍ମୀ ମାନଙ୍କର ବହୁତ ଭୂମିକା ଅଛି ବୋଲି କୁହନ୍ତି ଋତୁରାଜ। ସେମାନେ ଘର ଘର ବୁଲି ଲୋକଙ୍କର ଅକ୍ସିଜେନ ସ୍ତର ଏବଂ ଶରୀର ଟେମ୍ପରେଚରକୁ ମାପିଲେ। ଏହି ଯାଞ୍ଚରେ ଯେଉଁ ଲୋକଙ୍କର ଅକ୍ସିଜେନ ସ୍ତର କମ୍‌ ଆସୁଥିଲା ସେମାନଙ୍କୁ ଗାଁ ଠାରୁ ୪ କିମି ଦୂରରେ ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଗଲାା ନଚେତ କୋଭିଡ୍‌ କେୟାର ସେଣ୍ଟରକୁ ପଠାଇ ଦିଆଗଲା।

ତେବେ ଏତେ କମ୍‌ ବୟସରେ ସରପଞ୍ଚ ହୋଇବି ଗାଁକୁ କୋଭିଡ ମୁକ୍ତ କରିଥିବାରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜନତାଙ୍କୁ ସମ୍ବୋଧନ କଲାବେଳେ ଋତୁରାଜଙ୍କୁ ପ୍ରଶଂସା କରିଛନ୍ତି। ଆଉ ଅନ୍ୟ ସରପଞ୍ଚ ମାନଙ୍କୁ ତାଙ୍କ ଠାରୁ ପ୍ରେରଣା ନେବାକୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.