Below header

ଆଜିକୁ ଠିକ ୬୪ ବର୍ଷ ତଳେ ମହାକାଶ ଅଭିମୁଖେ ଯାଇଥିଲା ପ୍ରଥମ ଜୀବିତ ପ୍ରାଣୀ “ଲାଇକା”, ଜାଣନ୍ତୁ କଣ ଥିଲା ଏହା ପଛର କାହାଣୀ

ପୃଥିବୀ ପୃଷ୍ଠରୁ ଜୀବିତ ପ୍ରାଣୀ ଭାବରେ ପ୍ରଥମ ଥର ପାଇଁ ମହାକାଶକୁ ଯାଇଥିଲା “ଲାଇକା” ନାମକ ଏକ କୁକୁର । ୧୯୫୭ ମସିହା ଆଜିର ଦିନରେ ସୋଭିଏତ ସଙ୍ଘ ସ୍ପୁଟୋନିକ-2 ଯାନ ଲଞ୍ଚ କରିବା ସହ ଏହି ଯାନରେ ଲାଇକାକୁ ଅନ୍ତରୀକ୍ଷର ପୃଥିବୀ କକ୍ଷ ପଥରେ ପଠାଇଥିଲେ । କହିରଖିବା ଉଚିତ ହେବକି, ଲାଇକା ହେଉଛି ପ୍ରଥମ ଜୀବିତ ପ୍ରାଣୀ ଯାହାକୁ ମହାକାଶକୁ ପଠା ଯାଇଥିଲା । ସେସମୟରେ ଲାଇକାର ଓଜନ ୬ କିଲୋ ଥିବା ବେଳେ ସେ ମିକସଡ଼ ବ୍ରିଡ଼ ଫିମେଲ ଡଗ ପ୍ରଜାତିର ବୋଲି ଖବର ପ୍ରଚାରିତ ହୋଇଥିଲା । ସୋଭିଏତ ସ୍ପେସଫଲାଇଟ ପ୍ରୋଗ୍ରାମ ପାଇଁ ତାକୁ ବିଶେଷ ଭାବରେ ସଡ଼କରୁ ଉଠା ଯାଇଥିଲା ।

laika

କାରଣ କମ ସ୍ଥାନ ଓ କଠିନ ସ୍ଥିତିରେ ପୁରୁଷ କୁକୁରଙ୍କ ତୁଳନାରେ ମହିଳା କୁକୁର ମାନେ ଅଧିକ ସଂଘର୍ଷ କରିପରିବା ସହ ତିଷ୍ଠି ପାରନ୍ତି । ଏହି କାରଣରୁ ହିଁ ଲାଇକାକୁ ଚୟନ କରାଯାଇଥିବା ନେଇ ବୈଜ୍ଞାନିକ ମାନେ କହିଥିଲେ । ସ୍ୟାଟେଲାଇଟରେ କିପରି ଜୀବିତ ରହିବ ଓ ମହାକାଶରେ କେମିତି ନିଜକୁ ଖାପ ଖୁଆଇବ ସେନେଇ ତାକୁ ପ୍ରଶିକ୍ଷଣ ବି ଦିଆଯାଇଥିଲା । ଲାଇକାକୁ ନେଇ ଯାଇଥିବା ସାଟେଲାଇଟ ପୃଥିବୀ ପୃଷ୍ଠ ଛାଡିବାର ପାଖାପାଖି ୫ ମାସ ପରେ ପରବର୍ଷ ଅର୍ଥାତ ୧୯୫୮ ମସିହା ଏପ୍ରିଲ ୧୪ ତାରିଖରେ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଥିଲା ।

laika

କିନ୍ତୁ ଲାଇକା କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥିଲା ତାହା ଏବେ ବି ରହସ୍ୟ ହୋଇ ରହିଛି । ମହାକାଶ ଗବେଷଣା ନେଇ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲା ସେହି ବାକ ଶକ୍ତି ହୀନ ସରଳ କୁକୁର । ରୁଷ ଭାଷାରେ “ଲାଇକା” ଶବ୍ଦର ଅର୍ଥ ହେଉଛି ଭୁକିବା । ଏହି କାରଣରୁ ହିଁ ତାର ନାମକରଣ ଏପରି ହୋଇଥିଲା । ତାର ସ୍ମୃତିରେ ୨୦୦୮ ମସିହାରେ ରୁଷର ରାଜଧାନୀ ମସ୍କୋ ଠାରେ ଲାଇକାର ଏକ ମୂର୍ତ୍ତି ସହ ଏକ ସ୍ମାରକ ନିର୍ମାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.