ମାଲିରେ ଫ୍ରାନ୍ସର ଏୟାର ଷ୍ଟ୍ରାଇକ୍‌, ମଲେ ୬୦ ଅଲ୍‌କାଏଦା ଆତଙ୍କବାଦୀ

ଫ୍ରାନ୍ସରେ ଗତ କିଛି ଦିନ ହେଲାଣି ଆତଙ୍କୀ ହାମଲା ପରେ ୟୁରୋପରେ ହଲଚଲ ଜାରି ରହିଛି। ଏହା ମଧ୍ୟରେ ଫ୍ରାନ୍ସର ଆତଙ୍କୀ ସଂଗଠନ ଅଲକାଏଦା ଉପରେ ଆକ୍ରମଣ କରିଛି। ଫ୍ରାନ୍ସର ରକ୍ଷା ମନ୍ତ୍ରୀ ମୁତାବକ, ଫ୍ରାନ୍ସସି ସେନା ମାଲୀରେ ଏୟାରଷ୍ଟ୍ରାଇକ କରି ୬୦ ଆତଙ୍କବାଦୀଙ୍କୁ ନିହତ କରିଛି। ଏହାଛଡା ୪ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରିଛି। ଫ୍ରାନ୍ସରେ ପେଙ୍ଗବର ମହମଦ୍ଦଙ୍କ କାର୍ଟୁନ ପ୍ରସଙ୍ଗକୁ ନେଇ ବିବାଦ ପରେ ଅନେକ ସହରରେ ଆତଙ୍କୀ ହାମଲା ଘଟଣା ଦେଖିବାକୁ ମିଳିଛି।

france

ସୂଚନାଯୋଗ୍ୟ, ଏହି ଆକ୍ରମଣ ବୁର୍କିନା ଫାସୋ ଏବଂ ନାଇଜର ସୀମାରେ ଥିବା ଫାନ୍ସ ଏୟାରଷ୍ଟ୍ରାଇକ କରିଛି। ଫ୍ରାନ୍ସ ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି କହିଛନ୍ତି, ଆକ୍ରମଣରେ ମରିଥିବା ସବୁ ଆତଙ୍କୀ ଅଲକାଏଦାର ରହିଛନ୍ତି। ଏମାନଙ୍କୁ ମଧ୍ୟରୁ ୪ ଜଣଙ୍କୁ ଜୀବନ୍ତ ଗିରଫ ହୋଇଥିବା ବେଳେ ୬୦ ଆତଙ୍କବାଦୀ ନିହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.