ଦେଶଦ୍ରୋହ ମାମଲାରେ କଙ୍ଗନା ଓ ତାଙ୍କ ଭଉଣୀଙ୍କୁ ଦ୍ୱିତୀୟ ଥର ପାଇଁ ସମନ ଜାରି କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ଟେନ୍ସନ୍‌ କମିବାର ନାଁ ଧରୁନି। ମୁମ୍ବାଇ ପୋଲିସ ଦ୍ୱିତୀୟ ଥର ପାଇଁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ସମନ ଜାରି କରିଛି। ଉଭୟଙ୍କୁ ୧୦ ନଭେମ୍ବର ଭିତରେ ବାନ୍ଦ୍ରା ପୋଲିସ ଷ୍ଟେସନ୍‌ରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରିପୋର୍ଟ ମୁତାବକ ମୁମ୍ବାଇ ପୋଲିସ ୧୭ ଅକ୍ଟୋବର ୨୦୨୦ରେ କଥିତ ଭାବେ ଦୁଇ ସମୁଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଓ ଅନ୍ୟ ଅଭିଯୋଗ ପାଇଁ ଏକ ସ୍ଥାନୀୟ କୋର୍ଟର ଆଦେଶ ପରେ କଙ୍ଗନା ଓ ରଙ୍ଗୋଲୀଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ବଲିଉଡ୍‌ର କାଷ୍ଟିଂ ଡାଇରେକ୍ଟର ସାହିଲ ଅଶରଫ ସେୟଦଙ୍କ ଅଭିଯୋଗ ପରେ କୋର୍ଟ ପୋଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଦୁଇ ଜଣଙ୍କୁ ପୁନର୍ବାର ସମନ ଜାରି କରାଯାଇଛି।

kangana

ଅଭିଯୋଗ ଅନୁସାରେ କଙ୍ଗନା ଓ ରଙ୍ଗୋଲି ଟ୍ଵିଟର ଜରିଆରେ ଦେଶରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଆଇନ୍‌ ପ୍ରତି ସେମାନଙ୍କ ମନରେ କୌଣସି ସମ୍ମାନ କି ଡର ନାହିଁ। ଅଭିଯୋଗରେ କୁହାଯାଇଛି ଯେ ଦୁଇ ଜଣ ନିଜକୁ ଆଇନ୍‌ଠୁ ଊର୍ଦ୍ଧ୍ୱ ଭାବୁଛନ୍ତି। ସମ୍ବିଧାନ ଆମ ସମସ୍ତଙ୍କୁ କଥା କହିବାକୁ ସ୍ୱାଧୀନତା ଦେଇଛନ୍ତି, ଯାହାର ସେମାନେ ଭୁଲ ବ୍ୟବହାର କରୁଛନ୍ତି। ଅଭିଯୋଗକାରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଣାଓ୍ଵତ ଭୀଷଣ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି ଯେଉଁଥିରେ କଳାକାରଙ୍କ ଧାର୍ମିକ ଭାବନା କ୍ଷୂର୍ଣ୍ଣ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.