Below header

୪ ରାଜ୍ୟରେ ୩୦ ନଭେମ୍ବର ଯାଏଁ ବାଣ ବିକ୍ରି ଉପରେ ଲାଗିଲା ରୋକ୍‌, ବାଣ ଫୁଟାଇଲେ ଗଣିବେ ମୋଟାଅଙ୍କର ଜରିମାନା

ଦୀପାବଳିର ଠିକ୍‌ ପୂର୍ବରୁ ଏୟାର ପଲ୍ୟୁସନ୍‌ ଉପରେ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ କଡ଼ା ନଜର ରଖି ନିର୍ଦ୍ଦେଶନାମା ଜାରି କରିଛି। ସେଣ୍ଟ୍ରାଲ ମିନିଷ୍ଟ୍ରୀ ଅଫ୍‌ ଏନ୍‌ଭାୟରମେଣ୍ଟ ଆଣ୍ଡ ଫରେଷ୍ଟ ଓ ୪ ଅନ୍ୟ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ୭ରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବାଣ ଉପରେ ବ୍ୟାନ୍‌ ଲଗାଇବାକୁ କହିଛନ୍ତି ଏନ୍‌ଜିଟି।

ଏନ୍‌ଜିଟି ତରଫରୁ କୁହାଯାଇଛି ଯେ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବା ଜରୁରୀ। ଏନ୍‌ଜିଟିର ଚେୟାରମ୍ୟାନ୍‌ ଜଷ୍ଟିସ୍‌ ଏକେ ଗୋୟଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହି ମାମଲାରେ ସେଣ୍ଟ୍ରାଲ ମିନିଷ୍ଟ୍ରୀ ଅଫ୍‌ ଏନଭାୟରମେଣ୍ଟ ଆଣ୍ଡ ଫରେଷ୍ଟ ବ୍ୟତୀତ ସେଣ୍ଟ୍ରାଲ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡ, ଦିଲ୍ଲୀ ପଲ୍ୟୁସନ୍‌ କଣ୍ଟ୍ରୋଲ ବୋର୍ଡ, ଦିଲ୍ଲୀ ପୋଲିସ କମିଶନରଙ୍କୁ ମଧ୍ୟ ନୋଟିସ୍‌ ଦିଆଯାଇଛି। ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ସରକାରଙ୍କୁ ମଧ୍ୟ ଜବାବ ମଗାଯାଇଛି।

diwali-crackers

ପ୍ରକାଶ ଯେ କିଛି ଘଣ୍ଟା ମଧ୍ୟରେ ରାଜସ୍ଥାନ ସରକାର ବାଣକୁ ବ୍ୟାନ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଗୃହ ମନ୍ତ୍ରାଳୟ ମୁତାବକ ୩୧ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ବାଣକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ କରିଦିଆଯିବ। ଅନ୍ୟପଟେ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ବାଣକୁ ବ୍ୟାନ୍‌ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିବା ମନ୍ତ୍ରାଳୟ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.