ପାଟି ଓ ନାକ ପରେ ଏବେ ୟୁରିନ୍‌ ସାମ୍ପଲରୁ ବି ଚିହ୍ନି ହେବ କରୋନା ଲକ୍ଷଣ, ଆସିଲା ନୂଆ ଉପାୟ

କରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱରେ ଭିନ୍ନ ଭିନ୍ନ ରିସର୍ଚ୍ଚ ଜାରି ରହିଛି। ଏହି ଧାରାରେ ଏବେ ପ୍ରୟାଗରାଜର ମୋତିଲାଲ ନେହେରୁ ମେଡିକାଲ କଲେଜ ବି ସାମିଲ ହୋଇଛି। ମୋତିଲାଲ ନେହେରୁ ମେଡିକାଲ କଲେଜ ତରଫରୁ ମଧ୍ୟ କରୋନା ସଂକ୍ରମଣ ବିଷୟରେ ଜାଣିବାକୁ ଏକ ରିସର୍ଚ୍ଚ କରାଯାଇଛି। ଏହି ରିସର୍ଚ୍ଚରେ ୟୁରିନ୍‌ ବା ପରିସ୍ରା ମାଧ୍ୟମରେ କରୋନା ପରୀକ୍ଷଣର ଆଶଙ୍କା ନେଇ ପରୀକ୍ଷା କରାଯାଉଛି। କୁହାଯାଉଛି ଯେ ଖୁବ୍‌ଶୀଘ୍ର କିଛି ଆଶ୍ଚର୍ଯ୍ୟ କରି ଦେବା ଭଳି ରେଜଲ୍ଟ ସାମ୍ନାକୁ ଆସିବ।

ରିସର୍ଚ୍ଚ ପାଇଁ ପ୍ରାୟ ୫୦ ଜଣ ସଂକ୍ରମିତଙ୍କ ୟୁରିନ୍‌ର ସାମ୍ପଲ ନିଆଯାଇଛି। ଗବେଷକଙ୍କ ଅନୁସାରେ ପ୍ରାରମ୍ଭିକ ଲକ୍ଷଣରେ ଏହି ସମ୍ଭାବନା ଥିବା ଦେଖିବାକୁ ମିଳିଛି। ଏସ୍‌ଆରଏନ୍‌ର କରୋନା ନୋଡାଲ ଅଫିସର ଡା.ସୁଜିତ ରାୟଙ୍କ ଅନୁସାରେ ୟୁରିନ୍‌ ମାଧ୍ୟମରେ କରୋନା ସଂକ୍ରମଣ ବିଷୟରେ ଜାଣିବା ପାଇଁ ଏହି ରିସର୍ଚ୍ଚ କରାଯାଉଛି। ମାତ୍ର ଏହା କେତେ ଦୂର ସଫଳ ହେବା ତାହା ଜଣାପଡ଼ିନାହିଁ।

urine

ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣର ପତ୍ତା ଲଗାଇବା ପାଇଁ ଏବେ ଯାଏଁ କେବଳ ସଂକ୍ରମିତ ବ୍ୟକ୍ତିଙ୍କ ପାଟି ଓ ନାକର ସ୍ୱାବ୍‌ର ସାମ୍ପଲ ନିଆଯାଉଛି। ଏହାର ଆଧାରରେ ରିପୋର୍ଟ ପଜିଟିଭ୍‌ କିମ୍ବା ନେଗେଟିଭ୍‌ ଦର୍ଶାଯାଉଛି। ବେଳେବେଳେ ଠିକ୍‌ ଭାବେ ସାମ୍ପଲ ନିଆ ନଯିବା ଯୋଗୁ ମଧ୍ୟ ଟେଷ୍ଟ ଅଟକି ଯାଉଛି। ତେଣୁ ଯଦି ଏହି ୟୁରିନ୍‌ ସାମ୍ପଲ ନେବା ରିସର୍ଚ୍ଚ ସଫଳ ହୁଏ ତେବେ କୋଭିଡ୍‌ ଟେଷ୍ଟ କରିବା ଆହୁରି ସହଜ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଏଥିସହ ଯଦି ୟୁରିନ୍‌ରୁ କୋଭିଡ୍‌ ଟେଷ୍ଟ ସଫଳ ହୁଏ ତେବେ ସଂକ୍ରମିତ ବ୍ୟକ୍ତିଙ୍କୁ ଆଉ ଟେଷ୍ଟ ପାଇଁ ଯିବାକୁ ପଡ଼ିବ ନାହିଁ। ସେ ଆଉ କାହା ହାତରେ ବି ୟୁରିନ୍‌ ସାମ୍ପଲ ଟେଷ୍ଟ ପାଇଁ ପଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.