Below header

ଜୋତା ଭିତରରୁ ବାହାରିଲା ୧୧୯ ଦୁର୍ଲଭ ବୁଢ଼ିଆଣୀ, ବ୍ୟକ୍ତିଙ୍କୁ ଏୟାରପୋର୍ଟରୁ ହିଁ ଉଠାଇନେଲା ପୋଲିସ

କଣ ଆପଣ କେବେ ଭାବିପାରୁଛନ୍ତି କେହି ବ୍ୟକ୍ତି ନିଜ ପିନ୍ଧା ଜୋତାରେ କିଛି ଜିନିଷ ଭରି ନେଉଥିବେ। ହଁ ଆଜ୍ଞା ଫିଲିପିନ୍ସରେ ଏମିତି ହିଁ ଜଣେ ବ୍ୟକ୍ତି କରୁଥିଲେ। ବ୍ୟକ୍ତି ଜଣଙ୍କ ନିଜ ଜୋତାରେ ଏକ ଦୁର୍ଲଭ କିସମର ବୁଢ଼ିଆଣୀକୁ ନେଇ ଯାଉଥିଲେ। ତାପୁଣି ଗୋଟିଏ କି ଦୁଇଟି ନୁହେଁ ୧୧୯ଟି ଦୁର୍ଲଭ ବୁଢ଼ିଆଣୀ।

ସୂଚନା ଅନୁଯାୟୀ ଫିଲିପିନ୍ସ ଏୟାରପୋର୍ଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଏୟାରପୋର୍ଟରେ ଜଣେ ବ୍ୟକ୍ତିଙ୍କୁ ଯାଞ୍ଚ କଲେ, ଯାହାପରେ ତାଙ୍କ ଠାରୁ ଏକ ପାର୍ସଲ ଜବତ କରାଗଲା। ଯାହାଭିତରେ ଜୋତା ଥିଲା ଆଉ ଜୋତା ଭିତରୁ ୧୧୯ଟି ଦୁର୍ଲଭ ବୁଢ଼ିଆଣୀ ବାହାରିଲା।

ଏକ ପ୍ଲାଷ୍ଟିକ ଡବା ଭିତରୁ ୧୧୯ଟି ବୁଢ଼ିଆଣୀ ବାହାରିଲା ଏବଂ ସବୁ ବୁଢ଼ିଆଣୀ ଜୀବିତ ଅବସ୍ଥାରେ ଥିଲା। ତେବେ ଯାହା ସୂଚନା ରହିଛି ଏହି ସବୁ ଜବତ ବୁଢ଼ିଆଣୀକୁ ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଦିଆଯାଇଛି। ତେବେ କିନ୍ତୁ ଯୁବକ ଜଣଙ୍କ କାହିଁକି ଏପରି ପାର୍ସଲ ପଠାଉଥିଲେ ଏବଂ କେଉଁ ଉଦ୍ଦେଶ୍ୟ ରଖି ଏପରି ଦୁର୍ଲଭ ବୁଢ଼ିଆଣୀକୁୂ ଜୋତା ଭିତରେ ଭର୍ତ୍ତି କରି ନେଉଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.