ଆଜି ପ୍ଲେ ଅଫ ମ୍ୟାଚ୍ ପାଇଁ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ, ସେପଟେ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି ଦିଲ୍ଲୀ କ୍ୟାପିଟାଲ୍ସ

ଆଜି ଚଳିତ ଆଇପିଏଲ୍-୧୩ର ଲିଗ୍ ପର୍ଯ୍ୟାୟ ମୁକାବିଲା ଶେଷ ହେବ। ଶେଷ ଲିଗରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ୍ ହାଇଦ୍ରାବାଦର ପ୍ଲେ-ଅଫ୍ ଭାଗ୍ୟ ନିର୍ଦ୍ଧାରଣ କରିବ। ମୁମ୍ବାଇକୁ ହରାଇଲେ ଦଳ ପ୍ଲେ-ଅଫରେ ପ୍ରବେଶ କରିବ, ପରାଜିତ ହେଲେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଏହି ମୁକାବିଲା ସହ ପ୍ଲେ-ଅଫ୍ ଚୂଡ଼ାନ୍ତ ହେବ। ଅନ୍ୟ ପଟରେ ପ୍ଲେ-ଅଫ୍ ଓ ଶୀର୍ଷ ସ୍ଥାନ ପକ୍କା କରିସାରିଥିବା ମୁମ୍ବାଇ ଆଧିପତ୍ୟ ଲକ୍ଷ୍ୟରେ ମଇଦାନ୍କୁ ଓହ୍ଲାଇବ।

ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ। ଏହି ମ୍ୟାଚ୍ ଜରିଆରେ ପ୍ଲେ-ଅଫରେ ଶେଷ ୨ଟି ଦଳ ଚୂଡ଼ାନ୍ତ ହେବ। ଏଥିରେ ସନରାଇଜର୍ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ-ରୟାଲ୍ ଚ୍ୟାଲେଞ୍ଜର୍ସ ମ୍ୟାଚ୍ (୫୫ତମ ଲିଗ୍)ରେ ପରାଜିତ ଦଳ ଏବଂ କୋଲକାତା ନାଇଟ୍ ରାଇଡର୍ସର ପ୍ଲେ-ଅଫ୍ ଭାଗ୍ୟ ନିର୍ଦ୍ଧାରଣ ହେବ। କୋଲକାତା ୧୪ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ହାଇଦ୍ରାବାଦ୍ ୧୩ମ୍ୟାଚ୍ରୁ ୧୨ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି।

dc

ସେହିଭଳି ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ୬ ୱିକେଟରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିଛି। କେବଳ ଯୋଗ୍ୟତା ନୁହେଁ ପଏଣ୍ଟ୍ ଟେବୁଲ୍ ଦ୍ବିତୀୟ ସ୍ଥାନକୁ ପକ୍କା କରି ମୁମ୍ବାଇ ଇଣ୍ଡିଆନ୍ସ ସହ ନଭେମ୍ବର ୫ ତାରିଖରେ (ଗୁରୁବାର) କ୍ବାଲିଫାୟର୍-୧ ଖେଳିବାକୁ ମଧ୍ୟ ଦିନ ଧାର୍ଯ୍ୟ କରି ନେଇଛି। ନିଜ ନେଟ୍ ରନ୍ ରେଟ୍କୁ କେକେଆର୍ ତଳକୁ ଖସିବାକୁ ନ ଦେବାରୁ ଆରସିବି ମଧ୍ୟ ନିଜ ପ୍ଲେ ଅଫ୍ ସୁଯୋଗକୁ ନିଶ୍ଚିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.