ଜୀବନରେ ଶୁଭ ଫଳ ପାଇବା ପାଇଁ ନବ ଗ୍ରହଙ୍କୁ ଏମିତି କରନ୍ତୁ ମଜବୁତ, ଲାଲ କିତାବର ସହଜ ଉପାୟ

ଜ୍ୟୋତିଷ ଅନୁସାରେ ବ୍ୟକ୍ତିଙ୍କ ଜନ୍ମ ସମୟରୁ ତାଙ୍କ ଜୀବନରେ ନବ ଗ୍ରହର ସଂଯୋଗ ହୋଇଥାଏ । ଏହି ନବଗ୍ରହ ଜାତକଙ୍କ କୁଣ୍ଡଳୀରେ ଉଚିତ୍‌ ସ୍ଥାନରେ ଥିଲେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଯଦି ସେହି ଗ୍ରହ କୁଣ୍ଡଳୀରେ ଦୁର୍ବଳ ସ୍ଥିିତିରେ ରୁହନ୍ତି, ତେବେ ବ୍ୟକ୍ତି ବହୁ ଶାରୀରିକ, ମାନସିକ ଓ ଆର୍ଥିକ ସମସ୍ୟା ମଧ୍ୟରେ ସମୟ କାଟିଥାନ୍ତି । ଆସନ୍ତୁ ଜାଣିବା ଲାଲ କିତାବ ଗ୍ରନ୍ଥ ମାଧ୍ୟମରେ ନବ ଗ୍ରହଙ୍କୁ କେମିତି ମଜବୁତ କରିବା ।

୧. ସୂର୍ଯ୍ୟ ଗ୍ରହ :

ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବ ଜାତକର କୁଣ୍ଡଳୀରେ ଆତ୍ମ ବିଶ୍ୱାସ, ମାନ ସମ୍ମାନ,ଯଶ,ସ୍ୱାସ୍ଥ୍ୟ ଓ ସୁଖ ଆଦିର କାରକ ହୋଇଥାନ୍ତି । ତେଣୁ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହଙ୍କୁ ମଜବୁତ କରିବା ପାଇଁ ଲାଲ କିତାବ ଅନୁସାରେ ନଦୀରେ ବହି ଯାଉଥିବା ଜଳରେ ତମ୍ବା ପଇସା ପ୍ରବାହିତ କରିବା ଶୁଭ ହୋଇଥାଏ ।

୨. ଚନ୍ଦ୍ର ଗ୍ରହ :

ଚନ୍ଦ୍ର ଗ୍ରହଙ୍କ ଶୁଭତ୍ୱ ବ ୃଦ୍ଧି କରିବା ପାଇଁ ଧଳା କପଡା ପିନ୍ଧନ୍ତୁ ଓ ଧଳା ଚନ୍ଦନ ତିଳକ ଭାବେ ଲଗାନ୍ତୁ । ଯାହାଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୁର୍ବଳ ଥାଆନ୍ତି ସେ ରାତିରେ ଦୁଧ ପିଇବା ଉଚିତ୍‌ ନୁହେଁ ।

୩. ମଙ୍ଗଳ ଗ୍ରହ :

ମଙ୍ଗଳ ଗ୍ରହଙ୍କୁ ମଜବୁତ କରିବା ପାଇଁ ଗରୀବ ଲୋକଙ୍କୁ ମିଠା ରୁଟି ଖୁଆନ୍ତୁ । ଲାଲ ରଂଗର ରୁମାଲରେ ପାନ ମଧୁରୀ ବାନ୍ଧି ଆପଣଙ୍କ ଶୋଇବା ଘରେ ରଖନ୍ତୁ ।

୪. ବୁଧ ଗ୍ରହ : ଭାଷା,ଶିକ୍ଷା, ବୁଦ୍ଧି ଓ ବେପାରରେ ଶୁଭ ପାଇଁ ବୁଧ ଗ୍ରହ କୁଣ୍ଡଳୀରେ ମଜବୁତ ହେବା ଆବଶ୍ୟକ । ତେଣୁ ଆପଣ ଘରେ ତୁଳସୀ ଗଛ ଲଗାନ୍ତୁ । ଏହାଛଡ଼ା ଲାଲ କିତାବ ଅନୁଯାୟୀ ବୁଧବାର ଦିନ କପଡ଼ାରେ ସବୁଜ ଚୁଡ଼ି ଓ କିଛି ପଇସା ରଖି କିନ୍ନରଙ୍କୁ ଦାନ କରନ୍ତୁ ।

୫. ବ ୃହସ୍ପତି ଗ୍ରହ :

ସୂତାକୁ ହଳଦୀରେ ରଂଗ କରି କୌଣସି ଓସ୍ତ ଗଛରେ ବାନ୍ଧି ଦିଅନ୍ତୁ । ସବୁଦିନ କେଶର ତିଳକ ଲଗାନ୍ତୁ ।

୬. ଶୁକ୍ର ଗ୍ରହ :

ଶୁକ୍ର ଗ୍ରହର ଶୁଭ ପରିଣାମ ପାଇଁ ଲାଲ କିତାବ ଅନୁଯାୟୀ ଧଳା ପଥରରେ ଧଳା ଚନ୍ଦନ ଘସି କରି ବହିଯାଉଥିବା ପାଣିରେ ଭସାଇ ଦିଅନ୍ତୁ ।

୭. ଶନି ଗ୍ରହ :

ଶନି ଗ୍ରହଙ୍କ ଶୁଭତ୍ୱ ପାଇଁ ବହିଯାଉଥିବା ଜଳରେ ନଡ଼ିଆ ଭସାଇ ଦିଅନ୍ତୁ ।

୮. ରାହୁ ଗ୍ରହ :

ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ରାହୁ ମଜବୁତ ଥାଆନ୍ତି, ସେ ସବୁ ପରିସ୍ଥିତିରୁ ସଂଘର୍ଷ କରି ବାହାରି ଆସନ୍ତି । ରାହୁଙ୍କ ଶୁଭତ୍ୱ ପାଇଁ ରୁପାର ହାତୀକୁ ଘରେ ରଖନ୍ତୁ ବା ଜଳରେ ପ୍ରବାହିତ କରନ୍ତୁ ।

୯. କେତୁ ଗ୍ରହ :

କେତୁଙ୍କ ଶୁଭତ୍ୱ ପାଇଁ ଭଗବାନ ଗଣେଶଙ୍କୁ ପୂଜା କରିବା ଦରକାର । ଏହାଛଡ଼ା ଘରେ କୁକୁର ପାଳନ କରନ୍ତୁ କିମ୍ବା ଧଳା ଓ କଳା ରଂଗର କମ୍ବଳ ଗରୀବଙ୍କୁ ବାଣ୍ଟନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.