ଜାଣନ୍ତୁ, ଶୁଭ କାର୍ଯ୍ୟରେ କାହିଁକି ଜଳାଯାଏ ଦୀପ

ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ୱଳନ କରିବା ପରମ୍ପରା ରହିଛି। କିନ୍ତୁ ଦୀପ ଜଳାଇବାର କାରଣ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ମାନ୍ୟତା ରହିଛି ଯେ ଅଗ୍ନିଦେବଙ୍କୁ ସାକ୍ଷୀ ରଖି ଯେଉଁ କାର୍ଯ୍ୟ କରାଯାଏ ତାହା ନିଶ୍ଚୟ ସଫଳ ହୋଇଥାଏ।

ଆମ ଶରୀରର ସଂରଚନାରେ ସହାୟକ ତତ୍ତ୍ୱ ମଧ୍ୟରେ ଅଗ୍ନି ଗୋଟିଏ। ଅଗ୍ନିକୁ ପୃଥିବୀ ଉପରେ ସୂର୍ଯ୍ୟଙ୍କ ପରିବର୍ତ୍ତିତ ରୂପ ବୋଲି କୁହାଯାଏ। ଏହି କାରଣରୁ ଯେକୌଣସି ଦେବାଦେବୀଙ୍କୁ ପୂଜା କରିବା ସମୟରେ ଉର୍ଜାକୁ କେନ୍ଦ୍ରୀଭୂତ କରିବା ପାଇଁ ଦୀପ ଜଳାଯାଏ।

ଏହା ପଛରେ ଆଉ ଏକ ମାନ୍ୟତା ମଧ୍ୟ ରହିଛି। କୁହାଯାଏ, ପ୍ରକାଶ ହେଉଛି ଜ୍ଞାନର ପ୍ରତୀକ। ପରମାତ୍ମା ପ୍ରକାଶ ଓ ଜ୍ଞାନ ରୂପେ ସର୍ବତ୍ର ବିଦ୍ୟମାନ। ଜ୍ଞାନ ପ୍ରାପ୍ତ କରିବା ଦ୍ୱାରା ଅଜ୍ଞାନ ରୂପୀ ମନୋବିକାର ଦୂର ହୋଇଥାଏ ଓ ସଂସାରରୁ ଦୁଃଖ ଦୂର ହୁଏ। ଏହି କାରଣରୁ ପ୍ରକାଶ ବା ଆଲୋକର ପୂଜାକୁ ପରମାତ୍ମାଙ୍କ ପୂଜା ବୋଲି କୁହାଯାଏ। ଏଣୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଦୀପ ଜଳାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.