Below header

୭୪ତମ ସ୍ୱାଧୀନତା ଦିବସରେ ଆପଣଙ୍କୁ ଶୁଭେଚ୍ଛା, ସୁନାର ଭାରତ ଗଢିବା ପାଇଁ ଆସନ୍ତୁ ନେବା ଏହି ୮ ଶପଥ

ଦେଶର ଆକାଶରେ ପୁଣି ଉଇଁଲେ ସୂର୍ଯ୍ୟ । ଦେଶବାସୀ ଚାଖିଲେ ୭୪ ତମ ସ୍ୱାଧୀନତା ଦିବସର ସ୍ୱାଦ । ବ୍ରିଟିଶ ଶାସନ ହାତରୁ ମୁକୁଳି ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ପାଇବାକୁ ବିତିଯାଇଛି ଦୀର୍ଘ ୭୩ ବର୍ଷ । ହଜାର ହଜାର ଲୋକଙ୍କ ରକ୍ତରେ ଲେଖାଯାଇଥିବା ସ୍ୱାଧୀନତାର ଚିଠି କୁ ସିନା ୭ ଦଶନ୍ଧି ବିତିଯାଇଛି କିନ୍ତୁ ଦେଶ କଣ ହୋଇଛି ସତରେ ସ୍ୱାଧୀନ । ବିଶ୍ୱ ଦରବାରରେ ଆମେ ଭାରତୀୟ କହି ଗର୍ଜନ କରୁଥିଲେ ମଧ୍ୟ ଏବେ ନିୟନ୍ତ୍ରଣ ରେଖାରେ ଥମିନି ଅଶାନ୍ତି । ଏବେ ବି ଗଡୁଛି ଶହ ଶହ ମୁଣ୍ଡ | ଲହୁ ଲୁହରେ ଭିଜୁଛି ଦେଶର ସୀମା । ଏବେ ବି ସେନା ଦେଉଛନ୍ତି ପ୍ରାଣବଳି । ତେବେ ଏହା ପଛର ପ୍ରକୃତ କାରଣ କଣ ? ନାଗରିକ ମାନଙ୍କର ସଚେତନତାର ଅଭାବ ନା “ମୁଁ ଭାରତୀୟ” ବୋଲି ପରିଚୟ ଦେବାରେ କାର୍ପ୍ୟନତା । ସେ ଯାହା ବି ହେଉ ଆଉ ନୁହେଁ, ଆଉ ହାତ ଉପରେ ହାତ ରଖି ବସିବାନି ଆମେ । ଏହି ସ୍ୱାଧୀନତା ଦିବସରେ ନେବା ଶପଥ । ଦେଶ ପାଇଁ ସାଜିବା ଗର୍ବ ଓ ଗୌରବ ।

୧.ସେ ଦିନ ହଜାର ହଜାର ଲୋକ ପ୍ରାଣବଳି ଦେଇଥିଲେ । ଆମେ ଆଜିର ସ୍ୱାଧୀନତାର ସ୍ୱାଦ ଚାଖିବା ପାଇଁ ହିଁ ସେମାନେ ଦେଇଥିଲେ ନିଜ ଜୀବନ । ହେ ମୋର ପ୍ରିୟ ଦେଶ ବାସୀ ସେମାନଙ୍କ ବଳିଦାନକୁ କେବେ ବି ଭୁଲିବନି ।

Indian Flag: 100-ft tricolours to be installed at 75 railway ...

୨. ସ୍ୱତନ୍ତ୍ରତା ଏମିତି ଏକ ଜିନିଷ ତାକୁ ଟଙ୍କା ଦ୍ୱାରା କିଣାଯାଇପାରିବ ନାହିଁ । ଏହା ଅନେକ ବହାଦୁର ବ୍ୟକ୍ତିଙ୍କ ସଂଘର୍ଷର ପରିଣାମ । ଆମେ ପ୍ରଥମେ ସେମାନଙ୍କୁ ସମ୍ମାନ କରିବା ଉଚିତ ।

୩. ଏହି ବିଶେଷ ଦିନରେ ଆମେ ନିଜର ସମସ୍ତ ସ୍ୱପ୍ନକୁ ସାକାର କରିବା ନେଇ ଶପଥ ନେବା । ଦେଶ ପାଇଁ କିଛି କରିବା ନେଇ ପ୍ରଣ କରିବା ।

୪. ଆଜିର ଦିନରେ ନିଜ ସହ ଏତିକି ଶପଥ ନିଅନ୍ତୁ । ଯେମିତି ଆପଣଙ୍କ ଶରୀରର ପ୍ରତି ଟି କୋଷିକାରେ “ମୁଁ ଭାରତୀୟ” ବୋଲି ଲେଖା ହୋଇଥିବ ।

୫. ଆମେ ସ୍ୱାଧୀନତା ହାସଲ ପାଇଁ ହିଁ ସେମାନେ ପ୍ରାଣବଳି ଦେଇ ଏହି ସ୍ୱାଧୀନ ରାଷ୍ଟ୍ରର ଗଠନ କରିଛନ୍ତି । ସେମାନଙ୍କୁ ମନେ ପକାଇ ଏହି ଦିନକୁ ଗର୍ବ ର ସହ ପାଳନ କରିବା ଉଚିତ ।

୬. ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ରାଷ୍ଟ୍ରର ଶାନ୍ତି ଓ ଏକତା ବଜାୟ ରଖିବା ନେଇ ଶପଥ ନେବା ।

୭. ସବୁ ସମୟରେ, ସବୁ ପରିସ୍ଥିତିରେ ମନେ ରଖିବା ଉଚିତ, ଏକଜୁଟ ହେଲେ ଆମେ ସିଧା ସଳଖ ଛିଡା ହୋଇପାରୁ । ବିଭାଜିତ ହେଲେ ତଳେ ପଡିଯାଉ । ଅର୍ଥାତ ଏକାଠି ହେଲେ ଶତ୍ରୁ ପକ୍ଷ ଡରିଯାନ୍ତି । ଆଉ ଆମ ମଧ୍ୟରେ ଦୂରତା ରହିଲେ ସେମାନେ ସହଜରେ ପଶି ପାରନ୍ତି |

୮. ମନରେ ଗୋଟିଏ ପ୍ରଣ ନିଅନ୍ତୁ । ମୁଁ ଯେଉଁଠି ଅଛି, ମୁଁ ଯେଉଁ ସ୍ଥିତିରେ ଅଛି ସେଥି ପାଇଁ ମୁଁ ଆଜି ଗର୍ବିତ । ଆଉ ମୋ’ ଗର୍ବ ପଛର ସବୁଠୁ ବଡ କାରଣ ହେଉଛି ମୁଁ ଭାରତୀୟ । ଆଉ ମୁଁ ଆଜି ଏକ ସ୍ୱାଧୀନ ରାଷ୍ଟ୍ରରେ ବସବାସ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.