ଆରମ୍ଭ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମାସ ଭାଦ୍ରବ, ଏହି ମାସରେ ୪ ରାଶି ଉପେର ରହିବ କାହ୍ନାଙ୍କ ବିଶେଷ କୃପା

ଶିବଙ୍କ ପ୍ରିୟ ମାସ ଶ୍ରାବଣ ପରେ ଆରମ୍ଭ ହୋଇଛି ଭାଦ୍ରବ ମାସ । ଏହି ମାସ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମାସ । ଏହି ମାସରେ ଜନ୍ମାଷ୍ଟମୀ ଓ ଗଣେଶ ପୂଜା ପଡିଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ମାସର ଆରମ୍ଭ ୧୨ ଅଗଷ୍ଟରୁ ହୋଇ ୧୦ ସେପ୍ଟେ୍‌ମ୍ବର ଯାଏ ରହିବ । ଏହି ମାସରେ ପୂଜା,ପାଠ,ଧ୍ୟାନ, ଦାନ ଓ ପୂଣ୍ୟ ଆଦିର ବିଶେଷ ମହତ୍ୱ ରହିଛି । ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମାସରେ କେଉଁ ରାଶିର ବ୍ୟକ୍ତିଙ୍କୁ ଭଲ ଫଳ ମିଳିବ ।

ମେଷ ରାଶି :

ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ଲାଭ ମିଳିବାର ପ୍ରବଳ ସମ୍ଭାବନା ରହିଛି । କିଛି ଅଧୁରା ସ୍ୱପ୍ନ ପୂରଣ ହୋେଇପାରେ । ଅଟକି ଯାଇଥିବା କାମ ପୁରା ହେବ । କିଛି ଖୁସି ଖବର ମିଳିପାରେ । ସନ୍ତାନ ପ୍ରାପ୍ତିର ଇଚ୍ଛା ପୂରଣ ହେବ ।

ବୃଷ ରାଶି :

ଏହି ରାଶିବାଲାଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ଚାକିରିଆଙ୍କ ପାଇଁ ସମୟ ବହୁତ ଶୁଭ ହେବ । ବେପାରରେ ଭଲ ଲାଭ ମିଳିବାର ଆଶା ରହିଛି ।

ମିଥୁନ ରାଶି :

ଏହି ରାଶି ବାଲାଙ୍କ ସାହସ ଓ ପରାକ୍ରମ ବୃଦ୍ଧି ପାଇବ । ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ । ଏହି ମାସରେ ଚାରିଆଡୁ ଲାଭ ମିଳିବ । ପ୍ରେମ ସମ୍ବନ୍ଧରେ ମଧୁରତା ମିଳିବ ।
ସିଂହ ରାଶି : ଆପଣ ଆତ୍ମବିଶ୍ୱାସରେ ପ୍ରବଳ ବୃଦ୍ଧି ପାଇବ । ସମାଜରେ ମାନ ସମ୍ମାନ ବଢ଼ିବ । ପାରିବାରିକ ଜୀବନ ଅନୁକୂଲ ରିହବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.