Below header

ଏହା ହେଉଛି ଦେଶର ସବୁଠାରୁ ଶସ୍ତା ବଜାର, ମାତ୍ର ୫୦୦ଟଙ୍କାରେ ମିଳୁଛି ସ୍ମାର୍ଟଫୋନ୍

ଭଲ ସ୍ମାର୍ଟଫୋନ୍ ଗୋଟିଏ କିଣିବାକୁ ହେଲେ ଦରକାର ଅଧିକ ଟଙ୍କା । କିନ୍ତୁ ସମସ୍ତେ ଅଧିକ ଟଙ୍କା ଦେଇ ଦାମୀ ମୋବାଇଲ୍ କିଣିବାକୁ ସମର୍ଥ ନୁହଁନ୍ତି । ଯଦି ଆପଣ ବି ଚାହିଁ ମଧ୍ୟ କିଣି ପାରୁ ନାହାଁନ୍ତି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ନୂଆଦିଲ୍ଲୀରେ ଏମିତି ଏକ ମାର୍କେଟ ଅଛି ଯେଉଁଠି ଶସ୍ତାରେ ମିଳୁଛି ସ୍ମାର୍ଟଫୋନ୍ । କେବଳ ମୋବାଇଲ୍ ନୁହେଁ ଏହାର ଆସେସରିଜ୍ ମଧ୍ୟ ମିଳୁଛି

ଏହି ମାର୍କେଟରେ ସେକେଣ୍ଡ ହ୍ୟାଣ୍ଡ୍ ମୋବାଇଲ୍ ମିଳେ ମାତ୍ର ୫୦୦ ଟଙ୍କାରେ । କମ୍ ମୂଲ୍ୟ ଯୋଗୁଁ ଏହି ମାର୍କେଟରେ ସବୁବେଳେ ଭିଡ ଦେଖିବାକୁ ମିଳେ । ଯଦି ଆପଣ ନୂଆ ମୋବାଇଲ୍ କଭର୍ କିଣିବାକୁ ଚାହୁଁଛନ୍ତି ତେବେ ଏହି ସ୍ଥାନ ପୁରା ସଠିକ୍ ଆପଣଙ୍କ ପାଇଁ । ମୋବାଇଲର କଭର୍ ଏବଂ ଟେମ୍ପର୍ ଗ୍ଲାସ୍ ମିଳେ ମାତ୍ର ୧୦ ରୁ ୨୦ ଟଙ୍କାରେ । କେବଳ ସେତିକି ନୁହେଁ ମୋବାଇଲ୍ ରିପେୟାର୍ ମଧ୍ୟ ଖୁବ୍ କମ୍ ଦାମରେ ହୋଇଥାଏ ।

ସେହିପରି ଆଉ ଏକ ମାର୍କେଟ୍ ରହିଛି ଦିଲ୍ଳୀର ମୌଜପୁରର ଶହଦରାରେ । ଏହି ମାର୍କେଟରେ ଖୁବ୍ ଶସ୍ତାରେ ମିଳିଥାଏ ଫ୍ରିଜ୍ । ମାତ୍ର ୬ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ ଫ୍ରିଜର ମୂଲ୍ୟ । ବଡ ବଡ କମ୍ପାନୀର ଫ୍ରିଜ୍ ମଧ୍ୟ କମ୍ ଦାମରେ ମିଳିଥାଏ । ଜାଣି ଆଶ୍ଚର‌୍ୟ୍ୟ ହେବେ ୫ଟି ଡୋର୍ ଥିବା ଫ୍ରିଜ୍ ଯାହାର ମୂଲ୍ୟ ୨.୩୦ ଲକ୍ଷ ମାତ୍ର ୭୫ହଜାର ଟଙ୍କାରେ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.