ବର୍ଷା ପାଣିରେ ହଜାର ହଜାର ହେକ୍ଟର ଜମି, କ୍ଷତିପୂରଣ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ହେକ୍ଟର ଜମି ବର୍ଷା ପାଣିରେ ବୁଡି ରହିଛି। ଜଳ ନିଷ୍କାସନ ହୋଇନପାରିବାରୁ ଏବେ ରାଜରାସ୍ତାରେ ଚାଷୀ। କ୍ଷତିପୂରଣ ଦାବିରେ ସାନ୍ତସାହି ବ୍ରିଜ୍‌-ଗଣ୍ଡାଖିଆ ରାସ୍ତା ଦେପୁର ନିକଟରେ ଟାୟାର ଜାଳି ଅବରୋଧ କରିଛନ୍ତି। ଜିଲ୍ଲାର ଦେପୁରା, କଂସାର, ସାହସପୁର ଓ ବଡ଼ବାରଙ୍ଗ ଆଦି ଗାଁରେ ଫସଲ ସବୁ ପାଣିରେ ଭାସୁଛି। କଲଭର୍ଟ ବ୍ୟବସ୍ଥା ନଥିବାରୁ ଗୋବରୀ ନଦୀ ପାଣି ଉଛୁଳି ବିଲରେ ମାଡୁଛି। ଏହାର ତୁରନ୍ତ ପ୍ରତିକାର କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚାଷୀ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.