Below header

୧୫ଦିନ ହେଲା ତୈଳ ଦରରେ ଲାଗୁନି ବ୍ରେକ୍‌ : କାଲି କଂଗ୍ରେସର ଭାରତ ବନ୍ଦ

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ । ୯ ଘଣ୍ଟିଆ ବନ୍ଦ ପାଳନ କରିବ କଂଗ୍ରେସ । ଓଡିଶାରେ ପିସିସି ପକ୍ଷରୁ ମଧ୍ୟ ସକାଳ ୬ ଟାରୁ ୩ ଟା ପର୍ଯ୍ୟନ୍ତ ୯ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯିବ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ । ବନ୍ଦ ପାଳନ ବେଳେ ଲୋକଙ୍କୁ ସତେନ କରାଯିବ । ଭୁବନେଶ୍ୱରରେ ୪ଟି ପ୍ରଚାର ଗାଡ଼ି ବୁଲି ତୈଳ ଦର ବୃଦ୍ଧି ନେଇ ଲୋକଙ୍କୁ ସଚେତନ କରାଇବ। ଆସନ୍ତାକାଲି କଂଗ୍ରେସ ବିଧାୟକମାନେ ବିଧାନସଭାରେ ଯୋଗଦେବେନି ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ ଦିଆଯାଇଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଲଗାଇ ୧୧ ଲକ୍ଷ କୋଟି ଟଙ୍କା ଲୁଟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ୨୦୧୪ ମେ ୧୬ ତାରିଖରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୭ ଦଶମିକ ୯ ଡଲାର ଥିବା ବେଳେ ଏବେ ଆନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ମୁଲ୍ୟ ବ୍ୟାରେଲ ପିଛା ୭୩ ଡଲାର ରହିଛି । ବିଜେପି ଶାସନ କରିବା ପର ଠାରୁ ୧୨ ଥର ଉତ୍ପାଦନ ଶୁଲ୍କ ବୃଦ୍ଧି କରାଯାଇଥିବା ନିରଂଜନ କହିଛନ୍ତି । ଏଥିପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଦାୟି କରିଛି କଂଗ୍ରେସ ।

ସେପଟେ କଂଗ୍ରେସର ୯ ଘଣ୍ଟିଆ ଭାରତ ବନ୍ଦ ଡାକରାକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ ପୋଲିସ । ୨୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ । ସେହିପରି ବିଧାନସଭାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏ ନେଇ ଭୁବନେଶ୍ୱର DCP ଅନୁପ ସାହୁ ସୂଚନା ଦେଇଛନ୍ତି ।

ସେପଟେ କଂଗ୍ରେସର ଭାରତ ବନ୍ଦ ଡାକରା ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପେଟ୍ରୋଲ ଦର ବୃଦ୍ଧିକୁ ନେଇ କଂଗ୍ରେସ କେବେ ଆନ୍ଦୋଳନ କରିନି ଏବେ କରୁଛି, ଲୋକେ ଏହାର ବିଚାର କରିବେ ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଦର ବୃଦ୍ଧି ପ୍ରତିବାଦରେ ୩ଦିନ ଧରି ଆନ୍ଦୋଳନ ଚଳାଇଛି । କେନ୍ଦ୍ର ସରକାର ଦର ନିୟନ୍ତ୍ରଣ କରିବେ ବୋଲି ଦଳ ଆଶା ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.