ନିଜ ଜନ୍ମଦିନରେ ଫ୍ୟାନ୍ ମାନଙ୍କୁ ଖାସ୍ ଉପହାର ଦେଲେ ଅକ୍ଷୟ କୁମାର

ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି ଖିଲାଡି ବୟ । ଅକ୍ଷୟ କୁମାରଙ୍କୁ ଚାରିଆଡୁ ପ୍ରଶଂସକଙ୍କ ଶୁଭେଛାର ସୁଅ ଛୁଟୁଛି । ଆଉ ଅକ୍ଷୟ ମଧ୍ୟ ନିଜ ଫ୍ୟାନ୍ ମାନଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି । ଆଗାମୀ ସିନେମା ୨.୦ର ଏକ ଖାସ୍ ପୋଷ୍ଟର ରିଲିଜ୍ କରିଛନ୍ତି ଅକ୍ଷୟ । ଅକ୍ଷୟଙ୍କ ଏହି ପୋଷ୍ଟରକୁ ଖୁବ୍ ପସନ୍ଦ କରିଛନ୍ତି ପ୍ରଶଂସକ ।

କିଛି ଦିନ ତଳେ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କ ଅଭିନୀତ ଏହି ସିନେମାର ଆଉ ଏକ ପୋଷ୍ଟର ରିଲିଜ୍ ହୋଇଥିଲା । ଫିଲ୍ମଟି ୨୯ ନଭେମ୍ବରରେ ରିଲିଜ୍ ହେବାର ଅଛି । ଏହା ସହ ୨.୦ର ଟିଜର୍ ୧୩ ସେପ୍ଟେମ୍ବରରେ ରିଲିଜ୍ ହେବ ବୋଲି ଜଣାପଡିଛି । ତେବେ ଏହି ସିନେମା ଜରିଆରେ ପ୍ରଥମ ଥର ଦୁଇ ସୁପରଷ୍ଟାର୍ ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଏକାଠି ଅଭିନୟ କରୁଛନ୍ତି ।

୨୦୧୦ରେ ଆସିଥିବା ସିନେମା ଏନ୍ଥିରନ(ରୋବୋଟ)ର ସିକ୍ବେଲ୍ ହେଉଛି ୨.୦ । ରୋବୋଟରେ ଐଶ୍ବର୍ଯ୍ଯା ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ । କିନ୍ତୁ ୨.୦ରେ ଆମି ଜାକସନଙ୍କୁ ସୁଯୋଗ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.