ମହାଭାରତରେ ଯୁଧିଷ୍ଠିରଙ୍କୁ ଶ୍ରୀକୃଷ୍ଣଙ୍କ ଦେଇଥିଲେ ଉପଦେଶ, ସଫଳତା ପାଇଁ ମଣିଷ ନିୟମିତ କରିବା ଉଚିତ୍ ଏହି ଚାରି କାର୍ଯ୍ୟ

କେବଳ ଯୁଦ୍ଧ ନୁହେଁ ସଂପର୍କର ମାୟାଜାଲକୁ ନେଇ ମଧ୍ୟ କାହାଣୀ ମହାଭାରତ । କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧ ପାଇଁ ପରିଚିତ ମହାଭାରତ । ତେବେ ଜୀବନକୁ ସୁମଧୁର କରିବା ପାଇଁ ଏହି ଧାର୍ମିକ ଗ୍ରନ୍ଥରେ ଅନେକ କିଛି ବର୍ଣ୍ଣନା କରାଯାଇଛି । ମହାଭାରତରେ ଜୀବନ ,ଧର୍ମ , ରାଜନୈତିକ , ଦେଶ , ସମାଜ , ଜ୍ଞାନ ଏବଂ ବିଜ୍ଞାନ ଆଦି ବିଷୟରେ ବିଶେଷ ଉଲ୍ଳେଖ କରାଯାଇଛି । ଏଥିରେ ଜୀବନର ମାର୍ଗଦର୍ଶନ କରାଯାଇଛି । ମହାଭାରତରେ ଶ୍ରୀକୃଷ୍ଣଙ୍କୁ ଯୁଧିଷ୍ଠିର ପଚାରିଛନ୍ତି ଭଗବାନ୍ କେଉଁ କେଉଁ କରନ୍ତି ଯାହାକୁ ପ୍ରତିଦିନ ମଣିଷକୁ କରିବା ଉଚିତ୍, ଯାହାକୁ କଲେ ଆମକୁ ଶାନ୍ତି ମିଳିବ । ଏହାର ଉତ୍ତର ଦେଇ ଶ୍ରୀକୃଷ୍ଣ କହିଥିଲେ ପ୍ରତି ମଣିଷକୁ ନିଜ ଦିନଚର୍ଯ୍ୟାରେ ୪ ଟି କାମ ସାମିଲ୍ କରିବା ନିହାତି ଉଚିତ୍ । ଏହା ଦ୍ବାରା ଅଜାଣତରେ କରାଯାଇଥିବା ସମସ୍ତ ପାପରୁ ମୁକ୍ତି ମିଳିବା ସହ ଏବଂ ମଣିଷ ଖୁସି ରହିଥାଏ । ଆସନ୍ତୁ ଜାଣିବା କଣ ସେହି କାମ ।

ଏହା ସହ ପଢନ୍ତୁ ମହାଭାରତର ଏମିତି ଜଣେ ଯୋଦ୍ଧା, ଯିଏ ଦୁଇ ମାତାଙ୍କ ଗର୍ଭରୁ ଅଧା ଅଧା ଜନ୍ମ ହୋଇଥିଲେ

ଦାନ :

ହିନ୍ଦୁ ଧର୍ମରେ ଦାନର ଖୁବ୍ ମହତ୍ବ ରହିଛି । ଏହି ପରମ୍ପରା ଆମ ପୂର୍ବପୁରୁଷଙ୍କଠାରୁ ଚାଲି ଆସିଛି । ମଣିଷକୁ ନିୟମିତ ଦାନ କରିବା ଉଚିତ୍ । ଏହା ସହ ଦାନ କରିବା ସମୟରେ କାହାକୁ ଦେଖାଇବା ଅନୁଚିତ୍ । ଯେଉଁ ବ୍ୟକ୍ତି ଏସବୁକୁ ଧ୍ୟାନରେ ରଖି ଦାନ କରିଥାଏ ଅଜାଣତରେ କରାଯାଇଥିବା ସମସ୍ତ ପାପ ତାର ନଷ୍ଟ ହୋଇଯାଇଥାଏ ।

ମନକୁ ନିୟନ୍ତ୍ରଣରେ ରଖିବା :

କୁହାଯାଏ ମଣିଷ ନିଜେ ନିଜର ଶତ୍ରୁ ଏବଂ ମିତ୍ର ମଧ୍ୟ । ମନକୁ ନିୟନ୍ତ୍ରଣରେ ରଖିଲେ ମଣିଷ ନିଜର ମିତ୍ର ଏବଂ ମନ ନିୟନ୍ତ୍ରଣରେ ମଣିଷ ରହିଲେ ନିଜର ଶତ୍ରୁ ପାଲଟିଯାଏ । ମଣିଷର ମନ ଖୁବ୍ ଚଞ୍ଚଳ । କେତେବେଳେ କୁଆଡେ ଚାଲିଯାଏ କହି ହେବନି । ଏମିତିରେ ନିଜ ମନକୁ ଆୟତ୍ତରେ ରଖିବା ଉଚିତ୍ । ଯେଉଁ ମଣିଷର ମନ ନିଜ ଆୟତ୍ତରେ ନଥାଏ ସେ ନିଜ ଇଛାକୁ ପୁରା କରିବା ପାଇଁ କୌଣସି ବି ଭୁଲ୍ ରାସ୍ତାରେ ଚାଲି ଯାଇପାରେ ।

ଏହା ସହ ପଢନ୍ତୁ କଳିଯୁଗରେ ସତ ହେଉଛି ଭଗବତ୍‌ ଗୀତା ଭବିଷ୍ୟବାଣୀ, ଏବେ ଯାଏ କଣ ସତ ହୋଇଛି ଜାଣନ୍ତୁ

ସତ କହିବା :

ଯେଉଁ ମଣିତ ସର୍ବଦା ସତ୍ ପଥରେ ଚାଲିଥାଏ ତା ସାମ୍ନାରେ ଅନେକ ସମସ୍ୟା ଆସିଥାଏ । କିନ୍ତୁ ଦିନେ ନା ଦିନେ ତାକୁ ସଫଳତା ନିଶ୍ଚୟ ମିଳିବ । ଜୀବନ ଜିଇଁବା ପାଇଁ ସର୍ବଦା ସତ୍ ପଥରେ ଚାଲିବା ଉଚିତ୍ । ଯଦିଓ ଏହା ଖୁବ୍ କଠିନ କିନ୍ତୁ ଏମିତି ମଣିଷକୁ ସଫଳତା ନିଶ୍ଚୟ ମିଳିବ ।

ତପସ୍ୟା କରିବା :

ଶାସ୍ତ୍ରରେ କୁହାଯାଇଛି ବିନା ତପସ୍ୟାରେ ମଣିଷକୁ ସଫଳତା ମିଳେ ନାହିଁ । ତେଣୁ ପ୍ରତିଦିନ ଭଗବାନକୁ ଧ୍ୟାନ କରିବା ଉଚିତ୍ । ନିଜ ଭୁଲ୍ ପାଇଁ କ୍ଷମା ମାଗିବା ସହ ଭଲ କାର‌୍ୟ୍ୟ ପାଇଁ ଭଗବାନ ନିକଟରେ ତପସ୍ୟା କରିବା ଉଚିତ୍ । ତପରୁ ବ୍ୟକ୍ତି ସଫଳ ମଣିଷ ହୋଇଥାଏ । ତପ ଦ୍ବାରା କଠିନ ରାସ୍ତା ମଧ୍ୟ ସରଳ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.